ମୋ ଭିତରର ଦୁଃଖ କୁ ଆଙ୍କିବାକୁ ବସିଲେ ଭାରତର ମାନଚିତ୍ର ଆଙ୍କି ହୋଇଯାଏ ସୀମାନ୍ତ ଯାହାର ବୋମା ମାଡ ରେ ଦନ୍ତୁରୀତ ମଝିରେ ମଦର ନଈ ଚିର ପ୍ରବାହିତ, ଜାଲ ଭଳି ବିଛେଇ ହୋଇଛି ସାମ୍ପ୍ରଦାୟିକତାର ବାଡ଼ ଅଭାବ ଅନାଟନର ବେତ୍ରାଘାତରେ ଭଙ୍ଗାରୁଜା ଶହଶହ ନୀଡ ଏଇ ଭାରତରେ ନଗନ୍ୟ ମଣିଷ ଟେ ମୁଁ ଆଉ ମୋ ଭିତରର ଦୁଃଖ ଜମା ଦେଖା ଯାଏନି, ଅଥବା ବହୁତ୍ ହି ଝାପସା ଦେଖାଯାଏ, ଆଉ ନିଜ ଦୁଃଖକୁ
କ୍ରମେ ମଧୁ ଶେଷ ହୋଇଲା ପ୍ରବେଶ ହୋଇଲା ଗ୍ରୀଷମ ସମୟେ। କରମାଳିକର ମହା ଖରତର କମଳ କୁମାର ପରାୟେ। ସୁଜନେ, କି କହିବା ମହୀ ତପତ। କରାଇଲା ନୃତ୍ୟ ପଥିକ ପଦକୁ ସଂଗ୍ରାମଭୂମି ଅଶ୍ୱମତ ।୧। କଶଳ ନର୍ତ୍ତକୀ ଭ୍ରମରୀ ପରାୟେ ଭ୍ରମିଲେ ବାତଚକ୍ରମାନେ। କୁଟୁମ୍ବୀ-ଦୀନଜନ ମନ ପରାୟେ ସନ୍ତାପୀ ହେଲେ ଏକାଦିନେ। ସୁଜନେ, କୃଶ ହୋଇଲା ନଦୀ ଜଳ। କାନ୍ତ ଘନରସ ବିହୀନେ ଯେମନ୍ତ ଦିଶନ୍ତି ବିରହିଣୀ କୂଳ ।୨। କୁରଙ୍ଗ-ନୟନା ନୟନ-ତରଙ୍ଗ ବଳି ମୃରଙ୍ଗ
ଜନ୍ମଦାତ୍ରୀ ମାତୃଭୂମି ପୂଣ୍ୟ କୀର୍ତ୍ତିଶାଳିନୀ, ପାପତାପ ଧ୍ୱଂସୀ ଦେବସେବ୍ୟ ତୀର୍ଥମାଳିନୀ। ସର୍ବଧର୍ମ ସୂକ୍ଷ୍ମ ମର୍ମ୍ମ ପୂର୍ଣ୍ଣ ତା’ର ଗର୍ଭରେ, ପାଦ ସ୍ପୃଷ୍ଟନାଦ ହୃଷ୍ଟ ସିନ୍ଧୁ ନାଚେ ଗର୍ବରେ। ଶାନ୍ତଗାତ୍ରୀ କାନ୍ତ କୁଞ୍ଜ-ପୁଞ୍ଜ ଶୈଳ ବର୍ଗରେ, ଚାହିଁ ମୁଗ୍ଧ ଥାଇ ଲୁବ୍ଧ ସ୍ୱର୍ଗବାସୀ ସ୍ୱର୍ଗରେ। ଶୂନ୍ୟ ଶଙ୍କେ ପୁଣ୍ୟ ଅଙ୍କେ କୋଟି ପୁତ୍ର ଧାରିଣୀ, ପୁଷ୍ପମାଳେ ଶସ୍ୟ ଜାଲେ ତୁଷ୍ଟ ପୁଷ୍ଟ କାରିଣୀ। ଶୁଭ୍ର ଫେଣୀ କୃଷ୍ଣ ବେଣୀ, ବକ୍ଷେ ତା’ର ବାହିନୀ, କାନ୍ତ ବର୍ଣ୍ଣ ଶୁଦ୍ଧ ସ୍ୱର୍ଣ୍ଣ