Category: କାବ୍ୟ ଓ କବିତା

ମୁଁ ଏକ ଛିଣ୍ଡା ଗୁଡି ନଟେଇରୁ ଛିଣ୍ଡିଲା ପରେ ମୁଁ ଖୋଜିଚାଲିଛି ଭୂପୃଷ୍ଠ ହେଲେ ଅଟକିଯାଇଛି ଏକ ଅନାମଧ୍ୟେୟ ଗଛର ଡାଳରେ୤ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ମତେ ତରଳିବାକୁ ହେବ ମାଘର କାଠୁଆ ଶୀତରେ ଜଳିବାକୁ ହେବ ବୈଶାଖର ତପ୍ତ ମଧ୍ୟାହ୍ନରେ ଭିଜିବାକୁ ହେବ ଶ୍ରାବଣର ମୂଷଳଧାରାରେ ୤ ବିବର୍ଣ୍ଣ ଆକାଶ ତଳେ ବିଷର୍ଣ୍ଣ ପୃଥିବୀ ଉଦାସ ବସନ୍ତ ଆଉ ବିବଶ ବାନ୍ଧବୀ ୤ ସମସ୍ତେ ଚାହିଁଥିବେ ମୋ ଖସିବା ବାଟକୁ ବାରମ୍ବାର ଚାହୁଁଥିବେ ଶୂନ୍ୟ ଆକାଶକୁ,

ଏବେ ହିସାବ କରିବାର ବେଳ ପ୍ରାରମ୍ଭରୁ ବର୍ତ୍ତମାନ ବର୍ତ୍ତମାନଠାରୁ ଶେଷ ପ୍ରାନ୍ତ ଯାଏଁ ହାନିଲାଭ କ୍ଷୟକ୍ଷତି ସୁଖଦୁଃଖ ପ୍ରେମକ୍ରୋଧ ହିସାବ ଅସ୍ପଷ୍ଟ, ପ୍ରଚ୍ଛଦପଟରେ କେତେ ଯେ ଅଡ଼ୁଆ ଖିଅ ଛନ୍ଦିହେଇଯାଏ ଅଗମୂଳ ଖୋଜୁଖୋଜୁ ଜୀବନର କାଳ ପୂରିଯାଏ ତଥାପି ହିସାବ ରହିଯାଏ ବାକି ଆର ଜନ୍ମକୁ, ବାକି ଖାତାରେ (ସତ୍ୟଜିତ୍‌ ନାଥ, ଭଦ୍ରକ)

ମୋ ଭିତରର ଦୁଃଖ କୁ ଆଙ୍କିବାକୁ ବସିଲେ ଭାରତର ମାନଚିତ୍ର ଆଙ୍କି ହୋଇଯାଏ୥ ସୀମାନ୍ତ ଯାହାର ବୋମା ମାଡ ରେ ଦନ୍ତୁରୀତ ମଝିରେ ମଦର ନଈ ଚିର ପ୍ରବାହିତ, ଜାଲ ଭଳି ବିଛେଇ ହୋଇଛି ସାମ୍ପ୍ରଦାୟିକତାର ବାଡ଼ ଅଭାବ ଅନାଟନର ବେତ୍ରାଘାତରେ ଭଙ୍ଗାରୁଜା ଶହଶହ ନୀଡ ୥ ଏଇ ଭାରତରେ ନଗନ୍ୟ ମଣିଷ ଟେ ମୁଁ ଆଉ ମୋ ଭିତରର ଦୁଃଖ ଜମା ଦେଖା ଯାଏନି, ଅଥବା ବହୁତ୍ ହି ଝାପସା ଦେଖାଯାଏ, ଆଉ ନିଜ ଦୁଃଖକୁ