ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଆଶିଷ କୁମାର କର
ନନ୍ଦ କିଶୋର ବଳ
ସନ୍ଥକବି ଭୀମ ଭୋଇ
ଅମିୟବାଳା ପଟ୍ଟନାୟକ
ଗୋଦାବରିଶ ମିଶ୍ର
ଅନନ୍ତ ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କିଣିଖିଆ ଗୁହାରି
 |- ମନମୋହନ ମିଶ୍ର
 
 
ତା: ନଭେମ୍ବର୍ ୧୯, ୨୦୧୩  
 

ଘେନାକର ସରକାର
କିଣିଖିଆ ଗୁହାରି
କିଣିଖିଆ ଗୁହାରି୤ ଘୋଷା୤

ଅଖା ପଟ ବୋହି ବୋହି କୁରୁମ ଆମେ,
ପଶୁଠୁଁ ହୀନ ବହିଛୁଁ ମଣିଷ ନାମେ
ଝାଳ ପୋଛି ଗୋଡ଼ ଭାଙ୍ଗି
ପଡ଼ି ଭିଖାରି ୤ ୧ ୤

କିଏ ଖଟିଲା କିଏ ସେ ଖାଇଲା ଲାଭ
ତେଲି ତେଲଙ୍କର ଏବେ ଲାଗିଛି ଭାବ
ଥୋଡ଼ିଆ ବଳଦ ମଲୁଁ ପିଡ଼ିଆହାରୀ ୤ ୨ ୤

ସଉକେ ହୋଇଛୁଁ ମାଛିମରା କିରାନି
ବେକରେ ବାନ୍ଧିଛୁଁ ପାଞ୍ଚ ଛଅ ପରାଣି
ପେଟେ ଭୋକ ମୁହେଁ ଲାଜ ଭଗାରି ୤ ୩ ୤

ବଳକା ପ୍ରଦେଶ ବୋଲି ଉଡ଼ିଲା ବାନା
ବିଦେଶେ ଠେଲିଲ ଆମ ପରାଣ-ଦାନା
ପାଖକେ ଖଳା ପାଖକେ ଛତରଖାନା
ପାଦୁକା ଦାନ ଲଭିଲ ଗୋଧନ ମାରି ୤ ୪ ୤

ନଭେମ୍ବର ୧୯ ତାରିଖ ହେଉଛି ମନମୋହନ ମିଶ୍ରଙ୍କ ପୁଣ୍ୟ ତିଥି୤ ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସାମ୍ପ୍ରତିକ ସମସ୍ୟା ଉପରେ ଆଧାରିତ ଏହି କବିତାଟି ପ୍ରକାଶିତ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମନମୋହନ ମିଶ୍ର
ମନମୋହନ ମିଶ୍ର
ପରାଧୀନ ଭାରତକୁ ସ୍ବାଧୀନ କରିବା ପାଇଁ ଏବଂ ତତ୍କାଳୀନ ସାମନ୍ତବାଦୀ ଓ ଔପନିବେଶିକ ସମାଜରେ ଏକ ବୈପ୍ଳବିକ ପରିବର୍ତ୍ତନ ହାସଲ କରିବା ଲକ୍ଷ ନେଇ ମନମୋହନ ମିଶ୍ର(୧୯୨୦-୨୦୦୦) କବିତା ଲେଖିବା, ସ୍ବର ସଂଯୋଜନା କରିବା ଏବଂ ସ୍ବରଚିତ କବିତାଗୁଡ଼ିକୁ ଆବୃତ୍ତି କରି ଦେଶର ଅଗଣିତ ଖଟିଖିଆ, ମୁକ୍ତିକାମୀ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିପାରୁଥିଲେ୤ କବି ମନମୋହନ ଦୀର୍ଘ ୬୬ ବର୍ଷ ଧରି ଅସଂଖ୍ୟ ବିଳ୍ପବୀ କବିତା ରଚନା କରି ଯାଇଛନ୍ତି୤ ପୀଡ଼ିତ ଲୋକର ପ୍ରାଣର ସ୍ବର, ମର୍ମବେଦନା ତାଙ୍କ କବିତାର ଏକ ପ୍ରମୁଖ ଉପାଦାନ୤... [ କ୍ରମେ ସବିଶେଷ ]
ମନମୋହନ ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • କବିସୂର୍ଯ୍ୟ ବଳଦେବ ରଥ ତାଙ୍କର ଗୋଟିଏ ପଦରେ ସେ ଲେଖିଛନ୍ତି କବି ହୋଇଗଲେ ସମସ୍ତ ଲୋକ,…
    ( ପ୍ରେମାନନ୍ଦ ଦାସ )
  • This story mesmerises my school days.. I miss those days. After a long time,I read it and I loved it…
    ( Shelly Pal )
  • ଖୁବ୍ ଭଲ ହୋଇଛି କବିତାଟି
    ( Santosh Barik )