ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଉଧାରଶୁଝା
 |- ଚିତ୍ତରଞ୍ଜନ ଦାସ
 
 
ତା: ଅକ୍ଟୋବର୍ ୪, ୨୦୧୯  
 

ଫ୍ରାନ୍‌ସ୍‌ ଦେଶର ରାଜଧାନୀ ପାରିସ୍‌‌। ରାସ୍ତାରେ କେତେ ମଣିଷଙ୍କର ଯାତାୟାତ ଲାଗିରହିଛି। ଦୁଇକଡ଼ରେ ସୁନ୍ଦର ବଡ଼ବଡ଼ କୋଠାମାନ। ଫୁଲବଗିଚାରେ କେତେ କିସମର ଫୁଲ ଫୁଟିଛି।

ସଞ୍ଜ ବୁଡ଼ି ଆସୁଛି। ସହରର ଗୋଟିଏ ବଡ଼ ହୋଟେଲରେ ସଞ୍ଜଭିଡ଼ ଲାଗିଗଲାଣି। ଲୋକଙ୍କର ଉଠିବା ବସିବା ଶବ୍ଦରେ ଘରଟାଯାକ ସରଗରମ ହୋଇ ରହିଛି। ଇନ୍ଦ୍ରପୁରୀ ପରି ଚମତ୍କାର ଖାଇବା ଜିନିଷମାନ ସଜାଇ ହୋଇ ଥୁଆ ହୋଇଛି।

ହଠାତ୍‌ ଚଞ୍ଚଳ ଚକିତ ଭାବରେ ଜଣେ ଯୁବକ ହୋଟେଲ ଭିତରକୁ ପଶି ଆସିଲା। ଅନାଇଦେଲେ ବିଦେଶୀ ବୋଲି ଧରାପଡ଼ି ଯାଉଛି। ଛୋଟିଆ ମୁହଁଟି ଉପରେ ଦାଢ଼ି କେରାକ ବଡ଼ ଅବର୍ଜିଆ ଦିଶୁଛି। ଆଖିଦୁଇଟା ମିଟିମିଟି ହୋଇ ଜଳୁଛି। ବାଳଗୁଡ଼ାକ ନୁଖୁରା। ବେଶପୋଷାକରେ ବାଗସାଗ ନାହିଁ। ସେସବୁ ଆଡ଼କୁ ଯେପରି ଯୁବକଟିର ଆଦୌ କୌଣସି ଦୃଷ୍ଟି ନାହିଁ।

ଖାଲି ଟେବୁଲଟିଏ ପାଖକୁ ଆସି ସେ ଚଉକି ଉପରେ ବସିପଡ଼ିଲା। ସଙ୍ଗେ ସଙ୍ଗେ ପରଷିବାବାଲା ଆସି ବରାଦ ମୁତାବକ ଖାଇବା ଜିନିଷ ଆଣି ଥାଳିରେ ଅଜାଡ଼ି ଦେଇଗଲା। ପରଷା ଶେଷ ନ ହେଉଣୁ ଯୁବକଟିର ହାତ ଚାଲିଛି- ସତେ ଯେପରି ଭୋକରେ ତା’ର ପେଟ ଜଳୁଥିଲା। ବରାଦ ପରେ ବାରଦ ଦେଇ ସେ ପେଟ ପୂରିବାଯାଏ ଖାଇବାରେ ଲାଗିଥାଏ।

କିନ୍ତୁ ଖାଇଲେ ତ ପୁଣି ପଇସା ମଧ୍ୟ ଦେବାକୁ ପଡ଼ିବ! ବେଳସୁଁ ଯୁବକଟି ପରଷିଲାବାଲାକୁ ଡାକି ଚୁପ୍‌ଚୁପ୍‌ ସତ କଥାଟି କହିଦେଲା ‘‘ବର୍ତ୍ତମାନ ମୋ ପାଖରେ ପଇସାଟିଏ ବି ଦେବାକୁ ନାହିଁ। ରାଜନୀତିରେ ଯୋଗ ଦେଇଥିବାରୁ ସରକାର ମୋତେ ଦେଶରୁ ତଡ଼ି ଦେଇଛନ୍ତି। ଯଦି ତୁମେ ବର୍ତ୍ତମାନ ମୋ ପଇସାଟା ଦେଇଦିଅନ୍ତ, ତେବେ ପରେ ମୁଁ ନିଶ୍ଚୟ ତୁମର ଉଧାର ଶୁଝିଦିଅନ୍ତି!’’

ପରଷିଲାବାଲା ଜଳଜଳ କରି ଅନାଇ ରହିଲା। ଧନୀ ସହର ପାରିସ୍‌ରେ ପଇସା ନ ଥାଇ ପୁଣି କିଏ ହୋଟେଲ୍‌ରେ ପଶିବାକୁ ସାହସ କରିବ! ଯାହାହେଉ, ବିଶ୍ୱାସ କରି ସିଏ ଯୁବକଲାଗି ଖର୍ଚ୍ଚଟା ଦେଇଦେଲା। ଯୁବକଟିର ନାମ ହେଉଛି ଲେନିନ୍‌। ତା’ର କେତେଦିନ ପରେ ଋଷିଆରେ ବିପ୍ଳବ ହେଲା। ଜାର୍‌ ସରକାର ତଡ଼ା ଖାଇଲେ, ଲେନିନ୍‌ ଦେଶର ନୂତନ ସଭାପତି ବଛାହେଲେ।

କିନ୍ତୁ ପାରିସ୍‌ ସହରର ସେହି ପଇସା ଉଧାର କରିଥିବା କଥା ସେ ଭୁଲି ନ ଥାନ୍ତି। ସଙ୍ଗେ ସଙ୍ଗେ କେତେକ ଉପହାର ସହିତ ଧାର କରିଥିବା ପଇସାତକ ସେ ସେହି ପରଷିବାବାଲାର ଠିକଣାରେ ପଠାଇ ଦେଲେ। କିଛିଦିନ ପରେ ଗୋଟିଏ ଚିଠି ଓ ପଇସା ଫେରି ଆସିଲା। ଚିଠିରେ ଲେଖା ହୋଇଥିଲା, ‘‘ଦେଶରୁ ତଡ଼ା ଖାଇଥିବା ଜଣେ ଅଭାବଗ୍ରସ୍ତ ଯୁବକକୁ ମୁଁ ପଇସା ଦେଇଥିଲି। ଏଡ଼େବଡ଼ ଗୋଟାଏ ଦେଶର ସଭାପତିକୁ ଉଧାର ଦେଇଥିଲେ ସିନା ବର୍ତ୍ତମାନ ତାଙ୍କରିଠାରୁ ପରିଶୋଧ ନେଇଥାନ୍ତି!’’

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଚିତ୍ତରଞ୍ଜନ ଦାସ
ଚିତ୍ତରଞ୍ଜନ ଦାସ
ଚିତ୍ତରଞ୍ଜନ ଦାସ (୧୯୨୩-୨୦୧୧) ଏକାଧାରରେ ଜଣେ ମହାନ ଚିନ୍ତାନାୟକ, ବିଶିଷ୍ଟ ଲେଖକ, ଗବେଷକ, ଦାର୍ଶନିକ, ମନୋବିଜ୍ଞାନୀ ଓ ସ୍ୱଧୀନତା ସଂଗ୍ରାମୀ ଥିଲେ। ସେ ୧୪ଟି ଭାଷା ଜାଣିବା ସହିତ ଓଡ଼ିଆ ଏବଂ ଅନ୍ୟ ଭାଷାରେ ୨୦୦ରୁ ଅଧିକ ବିଭିନ୍ନ ପ୍ରକାରର ପୁସ୍ତକ ରଚନା କରିଥିଲେ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ସ୍ଥାପନା କରିଥିଲେ ଜୀବନ ବିଦ୍ୟାଳୟ। ସେ କବିତା, ଭ୍ରମଣ ସାହିତ୍ୟ, ଅନୁବାଦ ସାହିତ୍ୟ, ଶିଶୁ ସାହିତ୍ୟ, ପ୍ରବନ୍ଧ, ରମ୍ୟରଚନା, ଆଲୋଚନା ତଥା ଗବେଷଣା ... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤