ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ତାରକାର ଲୁହ
 |- ରବି ସିଂ
 
 
ତା: ଅଗଷ୍ଟ୍ ୭, ୨୦୨୧  
 

ଦିନେ ବି ଆଖିରେ ଦେଖିନି ତୁମକୁ
ପାଇଛି ତମର ମାଳା ଗୋ,
ହେ ଦୂରଭାଷିନୀ, କୁସୁମ ହାସିନୀ
ଦୂର ଜନପଦ ବାଳା ଗୋ !

ହେବ କି ନହେବ କେବେ ଆମ ଦେଖା
ତା ବି ତ ଜାଣେନା ପଥୁକୀ ମୁଁ ଏକା
ଜୀବନ ମୋ ଏକ ରକ୍ତ ତାରକା
ବିଦ୍ରୋହ ତପେ ଭରା ଗୋ!

କେଉଁ ଗ୍ରହରୁ ମୁଁ ଛିଡ଼ିଥିଲି କେବେ
ସେହି ମୋ ଜନ୍ମ ଜାତକ
ମାନବିକତାର କ୍ରନ୍ଦନ ରୋଳ
ସଉନ୍ଦର୍ଯ୍ୟର ଲୋତକ।

ସବୁର ମୁଁ ଏକ ତପ୍ତ ପ୍ରକାଶ
ମୋର ଚାରିଧାରେ ଗଳିତ ଆକାଶ
ଛାଡ଼ିଛି ମଦନ-ମନୋହର ବେଶ
ଚିର ଯାଯାବର ଚାତକ।

ମୁଁ ସିନା ଜଳୁଛି ଦୂର ଆକାଶରେ
ରାତିର କବରୀ ଭେଦି ଗୋ
ଜଳିବା ଭିତରେ କି ଯେ ଯନ୍ତ୍ରଣା
ତମେ ଜାଣନ୍ତ ଯଦି ଗୋ !

ପୋଡ଼ା ଯାଇଛି ମୋ ଯଉବନ-ବନ
ଏ ମୋ ଆତ୍ମାର ନୀରବ-ଦହନ
ଅସୁନ୍ଦର ବିଷ-ଦଂଶନ
ଘେରିଛି ସାଧନା ବେଦୀ ଗୋ !

ମୋତେ ତମେ ସିନା ଦେଖିଛ ଦୂରରୁ
ତନ୍ଦ୍ରା ଜଡ଼ିତ ନୟନେ
କଳପନା ଫୁଲ ଫୁଟାଇଛ କେତେ
ଆପଣା ନିଶୀଥ ଶୟନେ।

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରବି ସିଂ
ରବି ସିଂ
ଜଗତସିଂହପୁର ଜିଲ୍ଲାର ନବାପାଟଣାରେ (୧୯୩୧-୨୦୨୦) ଜନ୍ମ ହୋଇଥିଲେ ରବୀନ୍ଦ୍ର ନାଥ ସିଂ ବା ରବି ସିଂ ନାମରେ ପରିଚିତ ବିପ୍ଳବୀ କବି। ସେ ଏକାଧାରରେ କବି, ସାମ୍ୟବାଦୀ ନେତା, ଅନୁବାଦକ ଓ ସମାଲୋଚକ ମଧ୍ୟ ଥିଲେ। କବିତାରେ ଶାଣିତ ଶବ୍ଦ ସଂଯୋଜନା ଯୋଗୁଁ ସେ ଯୁବପିଢ଼ିଙ୍କ ନିକଟରେ ସେ ଅତ୍ୟନ୍ତ ପ୍ରିୟ ହୋଇପାରିଥିଲେ। ନିଜ କବିତା ମାଧ୍ୟମରେ ସାମାଜିକ ବିପ୍ଳବ ସୃଷ୍ଟି କରିବାରେ ସେ ଥିଲେ ସିଦ୍ଧହସ୍ତ। ‘ନିଃସଙ୍ଗ ପଦାତିକ’ ତାଙ୍କ ରଚିତ ବହୁ ଚର୍ଚ୍ଚିତ ଆତ୍ମଜୀବନୀ ପୁସ୍ତକ। ପ୍ରଥମେ ତାଙ୍କର ଦୁଇଟି... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ