ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ସେ ରିକ୍ସା ଟାଣେ ଲୋକଟା ଦେଖିବାକୁ ବେଶ୍ମଜବୁତିଆ ଦିହଟି ଗୋଲଗାଲ ଦାଢିଗୁଡାକ ଟିକିଏ ବେଶୀ ବଢିଯାଇଥିଲା ପରି ମନେ ହୁଏ କେଉଁ କାଳର ଖଣ୍ଡେ ମସିଆ ଲୁଗା ଦିହରେ ଗୁଡାଇ ହୋଇ ପଡିଥାଏ ଗୋଡରେ ହଳେ ଛିଣ୍ଡା ତାଳିପକା ଚପଲ ଖଣ୍ଡେ ଚିରା କନା ମୁଣ୍ଡରେ ଗୁଡାଇ ଦେଇଥାଏ ତା ଭିତରୁ ତାର କୁଞ୍ଚୁକୁଞ୍ଚିଆ ନୁଖୁରା ବାଳ ଗୁଡାକ ବେଶ୍ଦେଖାଯାଏ
କେବେ ଯଦି କେହି କଲେଜ ପିଲା ସିନେମା ଯିବାକୁ ରିକ୍ସା, ଖୋଜେ ବନ୍ଧୁଆ ରିକ୍ସାଟାକୁ ଧରି ଆଗ ଠିଆ ହୋଇପଡେ, ବାବୁମାନେ ଦର ବୁଝିବାକୁ ଅଟକି ଯାନ୍ତି ବନ୍ଧୁଆ ହସି କହେ, ”ଠାକୁର ଆପଣମାନଙ୍କୁ ବଡଲୋକ କରିଛନ୍ତି-କଅଣ ଗରିବ ପେଟ ବୁଝିବେ ନାହିଁ ଯେ !” ବାବୁ ବସିପଡନ୍ତି
ବନ୍ଧୁଆ ଆଗକୁ ଚାଲେ ଲୋକ ପରେ ଲୋକ କଟେଇ ନେଇ ରାଣୀହାଟ ଛକ ପାଖେ ବନ୍ଧୁଆ ବାଙ୍କିଯାଏ
ବାବୁ ପଚାରନ୍ତି, ”କିରେ-ଏପଟେ ଯେ”
ବନ୍ଧୁଆ ଧଇଁସଇଁ ହୋଇ କହେ, ”ବାବୁ, ସେପଟେ ସଇନ ମଟରର ସବୁବେଳେ ଯିବା ଆସିବା, ଏପଟଟା ଟିକିଏ ନିରୋଳା
ବନ୍ଧୁଆର ସଇନ ମଟରକୁ ଭାରି ଡର
ସିନେମା ପାଖେ ଯାଇ ପଇସା ନିଏ ମୁଣ୍ଡ ଆଉଁସି ଥରେ ଦି ପଇସା ମାଗେ ଦେଲେ ଖୁସି ନଦେଲେ ଖୁସି
ବନ୍ଧୁଆ ଦିନଯାକ ଦିହ ଲଗେଇ ଗାଡି ଟାଣେ ସଞ୍ଜ ହେଲେ ମୁନିସିପାଲଟି ଆଲୁଅ ଲାଗିଲେ ତା ଭଙ୍ଗା କୁଡିଆ କାନ୍ଥରେ ଆଉଜି ପଡେ ଦିନଯାକ ଗଳିଗଳି ପିଚୁରାସ୍ତା ଉପରେ ବୁଲିବୁଲି ତାର ଗୋଡ ଥକି ଯାଇଥାଏ ଟିକିଏ ରାତି ବଳି ପଡିଲେ ସେ ପଶିଯାଏ ପାଖ ଗୋଟାଏ ଗୁଲି ଖଟିକୁ, ସେ ଗୁଲି ଖାଏ, ମନଇଚ୍ଛା ଗୁଲି ଖାଏ ସାରାଦିନର ଝାଳବୁହା ପଇସାକୁ ସେ ଗୁଲି ଖାଇବାରେ ଉଡାଇଦେଇ ଫତୁଆ ହୋଇ ଘରକୁ ଫେରେ ସେହି ଫତୁର ହେବାରେ ସେ ଗୋଟାଏ ଆନନ୍ଦ ପାଏ
ବନ୍ଧୁଆର କେହି ନାହିଁ ବାପ ମା’ଙ୍କର ମୁହଁ ତାର ମନେ ନାହିଁ ସେ ନିହାତି ଏକା ଯେତେବେଳେ ସେ ଦଶ ବାର ବରଷର ପିଲା, ଗଳି ଗଳି ସେ ମାଗି ବୁଲୁଥିଲା; ଏବେ ଛଅ ବରଷ ହେବ ରିକ୍ସା ଟାଣୁଛି
ତାର ପାଶୋରା ଦିନର କଥାଗୁଡା ମନେ ପକାଇଲେ ସେ କାହାକୁ ମନେ କରି ପାରେନା ଯେ କି ତା ପାଇଁ ଜୀବନରେ କେବେ ”ଆହା” କରିଚି ତେବେ ତା’ର ମନେପଡେ ତା ସାଙ୍ଗ କଥା, ତାର ଗୁଲିଖିଆ ସାଙ୍ଗ
ସେ ତିନି ଚାରି ବରଷ ତଳର କଥା
ପ୍ରଭାତ ସିନେମା ତଳକୁ ଗଡି ପଡିଲେ ଛୋଟ କୁଡିଆଟିଏ ବନ୍ଧୁଆ ସେଇଠିକି ବରାବର ଯିବା ଆସିବା କରେ, ସେ କୁଡିଆର ଲୋକ ଭିତରେ ରାମାବୋଉ, ରାମା ଓ ତାର ଭଉଣୀ-ଚମ୍ପା ସେଇ ଛୋଟ ସଂସାରଟି ଏଇ ତିନିଟି ପ୍ରାଣୀଙ୍କୁ ନେଇ ଚଳେ ରାମା, ବନ୍ଧୁଆ ସାଙ୍ଗର କୋଡିଏ ବର୍ଷର ଭେଣ୍ଡା ବେକାର ବସିରହିଚି ରାମାବୋଉ ଚକୁଳି କରେ ବେଳ ରତରତ ହେଲାବେଳକୁ ଚମ୍ପା ପିଠଉ ବାଟି ଦେଇଥାଏ ରାତିରେ ବୁଢୀ ଚୁଲି ଜାଳିଦେଇ ଚକୁଳି ତିଆରି କରିବସେ ବୁଢୀ ହୋଇ ଗଲାଣି, ଆଖିକି ଭଲ ଦିଶୁନି-ତେବେ ବି ଘୁସୁରି ଘୁସୁରି କାମ କରେ ପେଟ ଚାଖଣ୍ଡକ ପାଇଁ ଆଉ ଚମ୍ପା; ଏଇ ମଗୁଶିରକୁ ଷୋହଳ ଯାଇ ସତର ପଶିବ ଗୋରା ଦିହଟି-ଧୀର ଶାନ୍ତ ଆଖି ଦୁଇଟି ଗରିବ ହେଲେବି ନାରୀ ସୁଲଭ ସୌନ୍ଦର୍ଯ୍ୟ ଫୁଟିଉଠିଚି ପାଇଟିପତ୍ରରେ ବୁଢୀ ମା’କୁ କେତେବେଳେ କିମିତି ଟିକିଏ ଅଣ୍ଟେଇ ଦିଏ ଛୋଟକୁଡିଆର ସଂସାର ଏୟା
ବେଳ ରତରତ ହେଲେ ବନ୍ଧୁଆ ନୁଆଁଣିଆ ଚାଳିଟି ଭିତରକୁ ପଶିଆସି କହେ ”ମାଉସୀ, କଅଣ ହୋଇଚି ଦବୁଟି” ତେଣେ ପୁଣି ଗାଡିବାଲା ଜରିମାନା କରିବ ବୁଢୀ ଦିଖଣ୍ଡ ଚକୁଳି କରି ବନ୍ଧୁକୁ ଥୋଇଦିଏ ବନ୍ଧୁଆ ତାର କଳା ମଚ୍ମଚ୍ ହାତଟାକୁ ଗୁଡବଣା ଭିତରକୁ ପୂରାଇ ଦେଇ ବିଶି ଆଙ୍ଗୁଳିରେ ଟିକିଏ ଗୁଡ କାଢି ଆଣେ
( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )
ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?
୧. Manas | ମାର୍ଚ୍ଚ୍ ୧୧, ୨୦୧୧ - ୨:୧୬ ଅପରାହ୍ନ
Though the story might be reflecting todays incidence but we should find out some positive sense, hope, happiness from these mud.
୨. ଜ୍ଞାନରଞ୍ଜନ ସ୍ବାଇଁ | ମାର୍ଚ୍ଚ୍ ୧୭, ୨୦୧୧ - ୧୧:୦୭ ପୂର୍ବାହ୍ନ
ବହୁତ ଭଲ ହୋଇଛି ଲେଖାଟି| ଧନ୍ୟବାଦ|
୩. Manoj | ଏପ୍ରିଲ୍ ୧୯, ୨୦୧୧ - ୬:୧୩ ପୂର୍ବାହ୍ନ
Bahut Badhia heichhi
Dhanyabad.
୪. BISIKESAN NAYAK | ଏପ୍ରିଲ୍ ୨୩, ୨୦୧୧ - ୫:୪୩ ପୂର୍ବାହ୍ନ
ଭାରୀ ଚମତକାର୍,ଭାରି ସୁନ୍ଦର୍ ହୋଇଛି
୫. ପ୍ରତାପ ଚନ୍ଦ୍ର ଭଞ୍ଜ, ଖୋର୍ଦ୍ଧା | ନଭେମ୍ବର୍ ୩, ୨୦୧୧ - ୮:୧୪ ପୂର୍ବାହ୍ନ
ଏ କାହାଣୀକୁ ନେଇ ଗୋଟେ ବଢିଆ ନାଟକ ବା ଚଳଚ୍ଚିତ୍ର ତିଆରି କରିହେବ ଓଡିଶାର ଚଳଚ୍ଚିତ୍ର ନିର୍ଦ୍ଦେଶକମାନେ ଖାଲି ଅନ୍ଧ ଭାବରେ ଅନ୍ୟ ଭାଷାକୁ ଅନୁକରଣ କରିଚାଲିଛନ୍ତି
୬. ଘନଶ୍ୟାମ ସାହୁ, ବ୍ରହ୍ମପୁର, ଓଡ଼ିଶା | ଅଗଷ୍ଟ୍ ୧୫, ୨୦୧୮ - ୧୦:୩୪ ଅପରାହ୍ନ
ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।