ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
(ରାଗ-ମାୟାମାନବ ଗୌଡ଼ା)
ସମୀରଣ ବହଇ ମରମରି
ମରମରେ ପୂରଇ ଗିରିଦରୀ;
ମରମରେ ପୂରଇ ପରାଣ ରହି ରହି,
କାହିଁ ଯାଉଛି ବହି ଥରିଥରି ?
ଅରୁଣେ ହସି ହସି ଉଠଇ ନଭେ ଶଶୀ
ସରଗ-ଚୂଳେ କର ଦିଶଇ ପରକାଶି
ମଲ୍ଲିକା ଉପବନେ ଚାହିଁ ଅଛି ଗଗନେ
ଛଳ ଛଳ ତା’ ଦଳ ହିମେ ଭରି
ଫୁଟି ତାରା ଗଗନେ ସୁମନପରି ବନେ
ଫୁଟନ୍ତି ଲୁଚି ଲୁଚି ଡରି ଖର ତପନେ
ଭାସି ଭାସି ଗଗନେ ଭେଦି ସେ ସମୀରଣେ
ମଉନେ ଯାଏ ପଡ଼ି, କେତେ ଜଳି
ସରଗୁ ସୁଧା ଝରି ଫୁଟେ ଜୋଛନା ଶିରି
ଅନନ୍ତ ନଭେ ରସି ଯାଉଛି ତାରା ଜଳି
ସମୀର ମରମରେ ଥରିଥରି ପ୍ରସରେ
ପୁଲ ହିମେ ତରଳି ପଡ଼େ ଝରି
ବହେ କି ସମୀରଣ ଥରି ଯାଏ ମରମ
କେଉଁ ନଭସ ଆଶେ ଜଳି ଉଠଇ ପ୍ରାଣ
ମିଶିଯିବ କି କେହି ନଭସେ ତାରା ହୋଇ
କି ବୁଝି ଯାଏ ଜନ ଶୂନ୍ୟେ ଧରି ?
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. Rasmi Parida | ଅଗଷ୍ଟ୍ ୨, ୨୦୧୩ - ୯:୨୫ ଅପରାହ୍ନ
Dhanyabaad ete sundar kabitaa uparhaapana karithibaaru