ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଯେ କାଳେ ବାଳକ ବୁଲି ଯାଇପାରେ
ପଡ଼ୋଶିମାନଙ୍କ ଘର,
ସେ କାଳେ ଜାଣଇ ଅନ୍ୟ ଘରସବୁ
ତା’ ସଙ୍ଗୀ ବାଳକଙ୍କର
ପରେ ଯେତେବେଳେ ଆପଣା ପଡ଼ାରୁ
ଅନ୍ୟ ପଡ଼ା ବୁଲିଯାଏ,
ସେହି ସମୟରେ ପଡ଼ୋଶୀ ପଡ଼ାକୁ
ଆପଣାର ମଣିଥାଏ
ଅନ୍ୟ ଗ୍ରାମେ ପୁଣି ଯାଏ ଯେବେ ନିଜ
ଗ୍ରାମରୁ ହୋଇ ବାହାର,
ସେ କାଳେ ଜାଣଇ ନିଜ ଘର ଯହିଁ
ସେ ଗ୍ରାମ ଅଟେ ତାହାର
ଆପଣା ଗ୍ରାମର ନଦୀ ପୁଷ୍କରଣୀ
ବଗିଚା ଆଦି ସକଳ,
ଆପଣାର ବୋଲି କହେ; ପୁଣି ସେହି-
ସବୁକୁ ମଣଇ ଭଲ
ବଡ଼ ହୋଇ ଯେବେ କରି ଯାଇପାରେ
ଅନ୍ୟ ରାଜ୍ୟେ ବିଚ଼ରଣ,
ବଖାଣଇ ତହିଁ ନିଜ ରାଜା, ରାଜ୍ୟ-
ଲୋକଙ୍କର ଶ୍ରେଷ୍ଠପଣ
ହାତୀ ଘୋଡ଼ାଠରୁ ଛେଳି ମେଣ୍ଢାଯାଏ
ସବୁ ତା ରାଜ୍ୟର ଭଲ,
ସକଳ ସୁଖର ଆକାର ତାହାରି
ରାଜ୍ୟଟି ଅଟେ କେବଳ
ପୃଷ୍ଠା ସଂଖ୍ୟା : 1 2
ମତାମତ ସଂଖ୍ୟା - ୧୭ ଆପଣଙ୍କ ମତାମତ ?
୧. Akhileswar Patel | ନଭେମ୍ବର୍ ୧, ୨୦୧୧ - ୧୧:୧୭ ପୂର୍ବାହ୍ନ
My deepest regards and appreciation to his literary works
୨. ମାନସ ରଞନ ବିଶ୍ବାଳ | ନଭେମ୍ବର୍ ୩, ୨୦୧୧ - ୧:୨୨ ପୂର୍ବାହ୍ନ
ଏହି ସଙ୍ଗୀତ ପଢି ବହୁତ ଖୁସି ଲାଗିଲା. ଧନ୍ୟବାଦ୍
୩. ବିଭୁତି ଭୁଶଣ | ନଭେମ୍ବର୍ ୧୫, ୨୦୧୧ - ୪:୪୧ ପୂର୍ବାହ୍ନ
Thank You
୪. ଦଶରଥ ମେହେର୍ | ନଭେମ୍ବର୍ ୧୫, ୨୦୧୧ - ୭:୦୧ ପୂର୍ବାହ୍ନ
ବହୁତ୍ ଖୁସି ଲାଗିଲା ଏହି କବିତା ପଢି….. ଧନ୍ୟବାଦ୍
୫. ରାକେଶରଞ୍ଜନ ସାମନ୍ତରାୟ | ଡିସେମ୍ବର୍ ୬, ୨୦୧୧ - ୩:୫୫ ପୂର୍ବାହ୍ନ
ବହୁତ ଭଲ ଲାଗିଲା……..ପଢିକି ଖୁସି ହେଲି…..ଏମିତି ନୂଆ ନୂଆ ଲେଖା ପଢିବାକୁ ଭଲ ଲାଗେ…..ଧନ୍ୟବାଦ୍…..
୬. ସଙ୍ଘମିତ୍ରା ରଥ ଶତପଥୀ | ଡିସେମ୍ବର୍ ୬, ୨୦୧୧ - ୧୧:୫୦ ପୂର୍ବାହ୍ନ
ବହୁତ ଦିନର ଭୁଲି ଯାଇଥିବା “ମାତୃଭୁମି” କବିତା ଆଜି ମୋ ମନରେ ଅତୀତ ର ସ୍ମୃତି ଜାଗ୍ରତ କରିଦେଲା….
୭. muralidhar kabi | ଡିସେମ୍ବର୍ ୧୫, ୨୦୧୧ - ୧୦:୩୧ ପୂର୍ବାହ୍ନ
prakutare matrubhumikabita padhila pare pathakanka purba
sruti nische jagrata karuthiba
dhanyabad
୮. dilipkumar acharya | ଡିସେମ୍ବର୍ ୩୦, ୨୦୧୧ - ୧:୩୭ ପୂର୍ବାହ୍ନ
ବହୁତ ଭଲ.
୯. ସଶିକାନ୍ତ ସାହୁ | ଜାନୁଆରୀ ୧୭, ୨୦୧୨ - ୬:୨୮ ପୂର୍ବାହ୍ନ
ମୁଁ ଯେତେବେଳେ ପ୍ରାଥମିକ ବା ଉଚ୍ଚ ବିଦ୍ୟାଳୟରେ ପଢୁଥିଲି ଏଇକବିତାକୁ ପଢିଥିଲି ଅତୀତର ସ୍ମୁତିକୁ ମନେ ପକେଇଦେଲା
ଏବେ ତାଙ୍କର ତପସ୍ବିନୀ କାବ୍ୟ ଆମ ଯୁକ୍ତ ତିନି ପ୍ରଥମ ବର୍ଷ
କଳା ରେ ଆମେ ପଢୁଛୁ ତାଙ୍କର ଲେଖାରେ ପ୍ରକୃତି ବର୍ଣ୍ଣନା ଦେଖିବାକୁ ମିଳେ
୧୦. ଜନ୍ମେଜୟ ସେଠୀ | ଜାନୁଆରୀ ୨୧, ୨୦୧୨ - ୬:୫୧ ପୂର୍ବାହ୍ନ
ବହୁତ ସୁନ୍ଦର କବିତା ଟିଏ ପଢି ବହୁତ ଭଲ ଲଗିଲା
୧୧. Trilochan Das, cuttack | ଡିସେମ୍ବର୍ ୨୧, ୨୦୧୨ - ୧୨:୪୬ ପୂର୍ବାହ୍ନ
ବହୁତ ଦିନର ଭୁଲି ଯାଇଥିବା “ମାତୃଭୁମି” କବିତା ଆଜି ମୋ ମନରେ ଅତୀତ ର ସ୍ମୃତି ଜାଗ୍ରତ କରିଦେଲା….
୧୨. SAROJA KANTA SAHU, BHUBANESWARA | ଡିସେମ୍ବର୍ ୩୧, ୨୦୧୨ - ୪:୨୨ ପୂର୍ବାହ୍ନ
MOTE BAHUTA BHALA LAGILA
୧୩. ତସିଲ କୁମାର ସାହୁ, ରେଙ୍ଗାଲି, ସମ୍ବଲପୁର (ଓଡିଶା) | ଜୁନ୍ ୨୦, ୨୦୧୩ - ୮:୪୬ ପୂର୍ବାହ୍ନ
ଜଗତର ନାଥ ଜଗନ୍ନାଥଙ୍କ ପୂଣ୍ୟଭୂମି ଓଡିଶାର ବରପୁତ୍ର ସ୍ବଭାବ କବି ଗଙ୍ଗାଧର ଏହି କବିତାରେ ଜଗତପତିଙ୍କ ପରିକଳ୍ପନାକୁ ସାକାର କରିବା ଉଦ୍ଦେଶ୍ୟରେ ବିଶ୍ବ ଭାତୃତ୍ବ ବନ୍ଧନରେ ବାନ୍ଧିଦେଇ ସମଗ୍ର ମାନବ ଜାତିକୁ ଏକ ପରିବାର ଓ ସକଳ ବିଶ୍ବକୁ ମାତୃଭୁମି ଘୋଷଣା କରିଛନ୍ତି ଏହା ବିଶ୍ବପତିଙ୍କ ସନ୍ଦେଶ
୧୪. ମନୋଜ କୁମାର କିଷାନ, ରେଙ୍ଗାଲି . ସମ୍ବଲପୁର , ଓଡିଶା | ଜୁନ୍ ୨୧, ୨୦୧୩ - ୯:୧୧ ପୂର୍ବାହ୍ନ
ଏହି ଶାଇଟ୍ ଟି ମତେ ବହୁତ ଭଲ ଲାଗିଲା ।
୧୫. ସଚିଦାନନ୍ଦ ପାତ୍ର, ନୟାଗଡ | ସେପ୍ଟେମ୍ବର୍ ୨, ୨୦୧୪ - ୧:୪୧ ପୂର୍ବାହ୍ନ
ମନକୁ ଛୁଇନ୍ ଗଲା
୧୬. ଶିଶିର କୁମାର ବାରିକ, ଭବାନୀପଟଣ|, ଓଡିଶା | ଜୁନ୍ ୨୬, ୨୦୧୫ - ୯:୩୫ ଅପରାହ୍ନ
ଏହି ଏହି ଶାଇଟ୍ ଟି ମତେ ବହୁତ ଭଲ ଲାଗିଲା, ଏହି ପରି ଆଉ ସହିତ୍ୟ ଉପରେ ପରିବେସିତ ଭଲ ଶାଇଟ୍ ଖୋଲିଲେ ମୁ ଖୁସି ହେବି ଓ ଏ ଓଡିଶା ବାସୀ ଖୁସି ହେବେ |
୧୭. ଅଶୋକ ପରିଡା, କନ୍ଧମାଳ, ଫୁଲବାଣୀ | ଅଗଷ୍ଟ୍ ୩, ୨୦୨୦ - ୯:୧୮ ପୂର୍ବାହ୍ନ
ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ର ମାତୃଭୂମି କାବ୍ୟ ଅନନ୍ୟ।ଆଜିର ଓଡ଼ିଆମାନଙ୍କ ମନରେ ଭାଷା ପ୍ରତି ମମତା ଜାଗ୍ରତ କରିବା ର ଉଦାହରଣ।କିଭଳି ନିଷ୍ଠାର ସହ ଓଡ଼ିଆ ସାହିତ୍ୟ କୁ ରୁଦ୍ଧିମନ୍ତ କରିଥିଲେ ଓ ପ୍ରକୃତି କୁ ଭଲ ପାଉଥିଲେ ତାହା ଆଜିର ଓଡ଼ିଆ ଭାଷାଭାଷୀମାନେ ହୃଦୟଙ୍ଗମ କରିବା ଆବଶ୍ୟକ।ଅତି ହୃଦୟସ୍ପର୍ଶୀ ।