ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ତାଙ୍କ ଶାଢ଼ୀରେ ଲକ୍ଷ ବିହଙ୍ଗର ଶୋଭା
ବିହଙ୍ଗମାନେ ଉନ୍ନୁଖ ଓ ସୁନ୍ଦର ମିସେସ୍ ପୁରୀ ସମୃଦ୍ଧା ଓ ସୁନ୍ଦରୀ ସୁନ୍ଦରୀ ବୋଲି ଧରିନେବାକୁ ହେଉଛି, କାରଣ ସୌନ୍ଦର୍ଯ୍ୟ ନ ଥିଲେ ତାଙ୍କ ଚାରିପାଖରେ ଏତେ କଳା ଓ କଳ୍ପନା, କୁଟୀର ଶିଳ୍ପ ଓ ଯନ୍ତ୍ର ଶିଳ୍ପର ସମ୍ଭାର ନ ଥାଆନ୍ତା ଯଥା:- ଯାମିନୀ ରାୟ, ଭେନସ୍ଙ୍କର ଜନ୍ମ ଅଖ୍ୟାତ ଶିଳ୍ପୀର ନଈ ଓ ଡଙ୍ଗା, ହାତୀଦାନ୍ତର ଶ୍ରୀକୃଷ୍ଣ, ବାଉଁଶ, ବେଣାଚେର ଖଦଡ଼ କାଗଜ ଇତ୍ୟାଦିରେ ଗଢ଼ା ବୋଝ ବୋହିଥିବା ଚାଷୀ ଓ ତା’ର ସ୍ତ୍ରୀ, କୃଷ୍ଣକାୟ ଆଦିବାସୀର ନାଚ, ସାପୁଆ କେଳା ଇତ୍ୟାଦି ତଦୁପରି ଇମ୍ପୋଟେଡ୍ ଉତ୍କୃଷ୍ଟ ଇଲେକ୍ଟ୍ରିକ୍ ଟୋଷ୍ଟର, ଟ୍ରାଞ୍ଜିଷ୍ଟର୍ ଓ କାଚ ଚାଇନା, ଷ୍ଟେନ୍ଲେସ୍ ଷ୍ଟିଲ୍ର ବିବିଧ ମନୋରମ ଦ୍ରବ୍ୟ, ଯାହାକୁ ଦେଖିବାକୁ ଭଲ ଲାଗେ, କିନ୍ତୁ ବ୍ୟବହାର କରିବା ମନା
ମିସେସ୍ ପୁରୀଙ୍କର ବେଡ୍ରୁମ୍ ମିସେସ୍ ପୁରୀ ଶୋଇଛନ୍ତି ନିଦରେ ଶୋଇ ନାହାନ୍ତି, ବର୍ତ୍ତମାନ ଦିନ ଏଗାରଟା ତେଣୁ ବିଛଣା ଚାଦର ନୁହେଁ, ରଙ୍ଗିନ୍ ବେଡ୍କଭର ଉପରେ ଶୋଇଛନ୍ତି ରାତିପିନ୍ଧା ନୁହେଁ, ସିଲ୍କ୍ ଶାଢ଼ୀ ପିନ୍ଧି ଶୋଇଛନ୍ତି ଏବଂ ସେହି ଶାଢ଼ୀରେ ଲକ୍ଷ ବିହଙ୍ଗ ଉନ୍ନୁଖ, ଉଦ୍ୟତ ଓ ଆଗ୍ରହୀ
ମନେହେଉଛି ସେମାନେ ମୁହୂର୍ତ୍ତକରେ ଡେଣା ମେଲି ଉଡ଼ିଯିବେ କିନ୍ତୁ ସେମାନେ ଉଡିଯିବାକୁ ଚାହୁଁ ନାହାନ୍ତି
ବାହାରେ ନେଳି ଆକାଶର ଅସୀମତା ସୂଚନା ଦେବ ଯେ, ଜୀବନ ସରେ ନାହିଁ, ଆଶା ପୂରେ ନାହିଁ ଏବଂ ତଳକୁ ଅନାଇଲେ ଦେଖାଯିବ ଯେ, ପୃଥିବୀ ଅଯଥାରେ ପେଲିହେଉଛି, ଧଇଁସଇଁ ହେଉଛି, ଭାବୁଛି ଜୀବନର ଅର୍ଥ ଅଛି କେତେ ଝାଳ ଓ ନିଃଶ୍ବାସ, କେତେ ଧୂଆଁ ଓ ଧୂଳି ଜୀବନର ଅର୍ଥ ତିଆରି କରୁଛି, ପାରୁନାହିଁ
ବାହାରେ ପୃଥିବୀର ତାତି ଉଦ୍ୟମ, ଯୁକ୍ତି କଳହର ତାତି କେତେ କାଗଜ ଲେଖାହେଉଛି ଛିଣ୍ଡାହେଉଛି କେତେ ସଭା ବସୁଛି, ଭାଙ୍ଗୁଛି କେତେ ଚକ ଜିନିଷ ବୋହୁଛି, ମଣିଷ ବୋହୁଛି ପ୍ରାଣୀମାନେ ଆଗଉଛନ୍ତି
ଏବଂ ପୃଥିବୀର ଥଣ୍ଡା ଥଣ୍ଡା ମୂର୍ଦ୍ଦାର …ମଲା ପ୍ରେମ ଦରବୁଢ଼ୀ ସ୍ତ୍ରୀ ହାଣ୍ଡି ଗଡ଼େଇ ପେଜ ଗାଳୁଛି, ମଇଳା ଧଳା ପାଣି ପୁରୁଣା ପ୍ରେମକୁ ସାଙ୍ଗରେ ନେଇ ନଳାରେ ବହିଯାଉଛି ରାତି ଅନ୍ଧାରରେ ସ୍ବାମୀ ତା’ ଦେହକୁ ଅଣ୍ଡାଳିହେବ ଓ କାମ ସରିଲା ପରେ ଘୁଙ୍ଗୁଡ଼ି ମାରିବ …ମଲା ଜନ୍ମ ସେମାନେ ଥୋକେ ଅଛନ୍ତି ଯେଉଁମାନେ ଜନ୍ମ ହୋଇ ମରିଯାଇଛନ୍ତି ହେଲେ ବଞ୍ଚିବାକୁ ଚାହାନ୍ତି ସେମାନେ ବିକଳ ମନ ଓ ଲଙ୍ଗଳା ଦେହରେ ‘ମୁଁ ମଣିଷ, ମୁଁ ମଣିଷ ବୋଲି ଚିତ୍କାର କରୁଛନ୍ତି ହସିବା କଥା ସେମାନେ ସିଧା ହୋଇ ଚାଲି ଶିଖି ନାହାନ୍ତି, କଥା କହି ଜାଣି ନାହାନ୍ତି, ଧୋବପିନ୍ଧା ମଣିଷକୁ ଭଗବାନ୍ ବୋଲି ଭାବୁଛନ୍ତି ଓ ତଥାପି କହୁଛନ୍ତି- ଆମେ ବଞ୍ଚିବୁ ! …ମୃତ ଭଗବାନ ଭଗବାନ୍ର ହାତରେ ଖଣ୍ଡା ଚକ୍ଚକ୍ କରୁନାହିଁ, ଫୁଲ ମହକୁନାହିଁ, କ୍ରୁଶରୁ ରକ୍ତ ଝରୁନାହିଁ ଭଗବାନ୍ କାନ୍ଦୁନାହିଁ, ହସୁ ବି’ ନାହିଁ ସେଥିପାଇଁ ଏତେ ଧରାପରା ଠେଲାପେଲା -ଜୟ ହନୁମାନ ଜୀ ଜୟ ! ମୁଁ ମଲା ଭଗବାନ୍ଙ୍କୁ ଛୁଇଁଆସିଛି, ମୁଁ ଧଣ୍ଡା ପାଇଛି, ତେଣୁ ମୁଁ ବଞ୍ଚିବି
ତାତି ଓ ହେମାଳ ଜ୍ଞାନ ଓ ଅଜ୍ଞାନ କ’ଣ ମିଳିବ ସେ ନିଉଛୁଣା ପୃଥିବୀକୁ ଚାହିଁ ? ଆଉ ଉପର ଆକାଶକୁ ଅନାଇଲେ ଶୋଷ, ଖାଲି ଶୋଷ ସେ ଶୋଷରେ ତଣ୍ଟି ଶୁଖିଯିବ, ଦିଗନ୍ତ ଧରା ଦେବ ନାହିଁ ବିହଙ୍ଗମାନେ ଉଡ଼ିବାକୁ ମନ କରୁନାହାନ୍ତି
…ମିସେସ୍ ପୁରୀ ‘ଜୋକ୍’ ବହି ପଢୁଛନ୍ତି ବହିରେ ଅଛି ହଜାରଟି ଚିତ୍ର ସମ୍ବଳିତ ମଜା କଥା କେତେଗୁଡ଼ିଏ ଜୋକ୍ ପଢ଼ି କିଛି ଭାବାନ୍ତର ଆସୁନାହିଁ କେତେଗୁଡ଼ିକରେ ସାମାନ୍ୟ ହସିବାକୁ ଇଚ୍ଛା ହେଉଛି ଏବଂ ବେଳେ ବେଳେ ଗୋଟିଏ ଜୋକ୍ ଏତେ ସୃଷ୍ଟିଛଡ଼ା ଲାଗୁଛି ଯେ, ମନେ ହେଉଛି ବ୍ରହ୍ମାଙ୍କ ଆସନ ଟଳିଯିବ, ପାଟି ମେଲାଇ ନ ହସିଲେ ରହିହେଉ ନାହିଁ
ଏହିପରି ଗୋଟିଏ ଜୋକ୍ ପଢ଼ି ମିସେସ୍ ପୁରୀ ପାଟି ମେଲାଇ ହସିଲେ ଅଧାଉଠା ହୋଇ ପାଖ ତକିଆଟାକୁ କୋଳରେ ଆଣି ରଖିଲେ, ଆନନ୍ଦରେ ଗୋଟିଏ ବିଧା ମାରିଲେ ଓ ହସିଲେ ହସରେ ପ୍ରଥମେ ଥିଲା ଉଦ୍ଗମର ଧ୍ବନି,- କଣ୍ଠଗତ ଓ ଗଭୀର ତା’ପରେ ନାଲି ରଙ୍ଗବୋଳା ଓଠ ଦୁଇଟି ଅଲଗା ହୋଇଗଲେ ଓ ଦୁଇ ପାଟି ଦାନ୍ତର ବିସ୍ତାର ଦିଶିଗଲା ଏବଂ ହସର ସ୍ତର ପରେ ସ୍ତର ଢାଳିହୋଇଗଲା ପ୍ରବାହ ଥମିଗଲାରୁ ମିସେସ୍ ପୁରୀ ମୁଣ୍ଡ ବାଳରେ ହାତ ଚଳେଇ, ଆନନ୍ଦକୁ ଚାକୁଳେଇ ପ୍ରସନ୍ନତା ଆଣିଲେ ଓ ପୁଣି ଖଟରେ ଲୋଟିଯାଇ ବହିର ପର ଜୋକ୍ଟିକୁ ଦେଖିଲେ
ବିହଙ୍ଗମାନେ କହିଲେ, ଚମତ୍କାର ! ଚମତ୍କାରିତା ତାଙ୍କ ହସିବାର ଚେହେରାରେ ନ ଥିଲା, ଭଙ୍ଗୀରେ ଥିଲା କି ନାହିଁ କହିହେବ ନାହିଁ କିନ୍ତୁ ତାଙ୍କର ଭାବବ୍ୟଞ୍ଜନା ଅନୁପମ ଘର ଭିତରେ ଏହି ଏକୁଟିଆ ହସ, ଆପଣା ଉପଭୋଗର ହସ, ଅନ୍ୟ କେଉଁ ଅତିରିକ୍ତ ମଣିଷକୁ ଶୁଣାଇବା ପାଇଁ ନୁହେଁ- ଏହି ହେଉଛି ବଞ୍ଚିବାର ଉପଯୋଗୀ ଛନ୍ଦ ବିହଙ୍ଗମାନେ ମୁଗ୍ଧ ହେଲେ ଓ ଚାହିଁରହିଲେ
ସାଢ଼େ ଏଗାରଟା କଫି ଖାଇବା ବେଳ ହେଲାଣି ମିସେସ୍ ପୁରୀ ଟାଇମ୍ପିସ୍କୁ ଅନାଇଲେ ଓ ବହି ପଢ଼ାରେ ମନ ଦେଲେ
ଏଗାରଟା ବାଜି ପଇଁତିରିଶ୍ ମିନିଟ୍ ତଥାପି କଫି ଆସି ପହଞ୍ଚିନାହିଁ କିନ୍ତୁ ମିସେସ୍ ପୁରୀ ଉଦ୍ବିଗ୍ନ ନୁହନ୍ତି ଥରକୁଥର ଘଣ୍ଟା ଦେଖୁନାହାନ୍ତି କଫି ଖାଇବା ବେଳ ଦୈନିକ ଜୀବନର ଗୋଟିଏ ଅବସ୍ଥା, ବିନ୍ଦୁ ନୁହେଁ ଜଣାଶୁଣା ସମୟର ପରିସର ଭିତରେ ସେ ଘଟିବ, ସକାଳ ଦ୍ବିପ୍ରହର ସନ୍ଧ୍ୟା ପରି, ଘରେ ପୂଝାରୀ ଅଛି
ଏଗାରଟା ଚାଳିଶ୍ରେ ପୂଝାରୀ କଫି ଆଣି ପହଞ୍ଚାଇଲା କଫି କପ୍ଟିକୁ ମିସେସ୍ ପୁରୀଙ୍କର ହାତ ପାହାନ୍ତାରେ ଟି-ପୟ ଉପରେ ରଖିଦେଲା ରଖିସାରି ଟିକିଏ ଦୂରେଇହୋଇ ଛିଡ଼ାହେଲା
ମିସେସ୍ ପୁରୀ ଗୋଟିଏ ଜୋକ୍ର ଅଧାରେ ପହଞ୍ଚିଛନ୍ତି ତେଣୁ ସେ ଅନ୍ୟମନସ୍କ ଭାବରେ ହାତ ବଢ଼ାଇ ଚାମୁଚରେ କଫିକୁ ଗୋଳାଇଲେ କିଛି ସମୟ ଗୋଳାଇସାରିଲା ପରେ ଚାମୁଚେ କଫି ପାଟିକୁ ନେଲେ ତା’ପରେ କହିଲେ, “ଚିନି”
ପୂଝାରୀ ବୁଝିଲା ଯେ ମାଲିକାଣୀ କହୁଛନ୍ତି ଚିନି କମ୍ ଅଛି ଚିନି ବେଶି ଥିବାବେଳେ ମଧ୍ୟ ସେ କେବଳ ସେହି ଶବ୍ଦ ଉଚ୍ଚାରଣ କରନ୍ତି, କିନ୍ତୁ ତାଙ୍କ ମୁହଁର ଭଙ୍ଗୀ ଅନ୍ୟପ୍ରକାର ହୋଇଯାଏ ପୂଝାରୀ ଚାଲିଗଲା ଆଉ ଚିନି ଆଣିବ ବୋଲି
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. Priya Ranjan Biswal | ମେ ୨୯, ୨୦୧୧ - ୧:୨୧ ଅପରାହ୍ନ
ମୋତେ ଓଡିଆ ପଢିବାକୁ ଭଲଲାଗେ । ଇଣ୍ଟେର୍ନେଟରେ ଓଡିଆ ଗପ ଉପଲବ୍ଧ କରାଇଥିବାରୁ ବହୁତ ଧନ୍ୟବାଦ ।
ଇତି
ପ୍ରିୟ ରଞ୍ଜନ ବିଶ୍ବାଳ (ଲିପୁ)
୨. ଡକ୍ଟର ରବିନରୟଣ ମହାରଣା, କଟକ (ଓଡିଶା) | ଜୁଲାଇ ୨୩, ୨୦୧୩ - ୧୨:୫୩ ଅପରାହ୍ନ
ଅପ୍ରାନ୍ତ ଓଡିଆରେ ଏତେ ସୁନ୍ଦର ଲେଖି ହେଉଛି ଜାଣି ନଥିଲି ଏବେ ଜଣିଲି ବହୁତ ଧନ୍ୟବାଦ ଏବଂ ତାହା ସାଙ୍ଗକୁ ଓଡିଆର ପତ୍ରିକା ଦେଖି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ମୁଁ ନିଶ୍ଚିତ ଭାବରେ ଲେଖା ପଠାଇବି ଏହି କୌଶଳ ଆମ ଦେଶ ଓ ଜାତି ପାଇଁ ସବୁ ଠାରୁ ବଡ ଗୌରବ ବନ୍ଦେ ଉତ୍କଳ ଜନନୀ
୩. ହିତେଶ ପତି, କୋନ୍ଦ୍ରାପଡା | ଡିସେମ୍ବର୍ ୨୧, ୨୦୧୪ - ୨:୫୯ ଅପରାହ୍ନ
ବହୁତ ସୁନ୍ଦର ଲେଖା ପଢି ଖୁସିଲାଗିଲା