ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
(ରାଗ- ତୋଡ଼ି ପରଳ, ତାଳ – ଏକତାଳ)
ଜାଣୁ ଜାଣୁ ଖଣାରେ ମୁଁ ପଡ଼ିଲି ରେ
ଜଣାଶୁଣା ସରଣୀ ଛାଡ଼ିଲି ରେ
ଉଣା ଟିଣା ବୁଦ୍ଧିରେ
ତେଲି ଘଣା ମଧ୍ୟରେ ଚଣା ପେଷାଇ ବଣା ଅଡ଼ିଲି ରେ
ନବ ଧଉତ ତିଳ
ପେଷି ଏରଣ୍ଡ ଫଳ
ନାରୀକେଳକୁ ଯା ନ ପେଡ଼ିଲି ରେ
ଯତି ଜପ ଧ୍ବଂସତି
କରିବା ରସବତି
ସତୀ ନାୟିକା ସଙ୍ଗ ଏଡ଼ିଲି ରେ
ନିପଟ ମରକଟି
ବଜାର ନାହାକାଟି
ପାଦାନ୍ତି ରଥି ମୁଣ୍ଡ ମାଡ଼ିଲି ରେ
ବହୁକାଳ ସୁରଙ୍ଗ
ପାତାଳ ଫୁଟା ଲିଙ୍ଗ
ଶିରେ ବାରୁଣୀ ଆଣି ଇଡ଼ିଲି ରେ
କୁଶଳ କଥା ମୋର
ମୂଷଳ ମାନ ଗିର
ଗାଣ୍ଡିକି କରପତ୍ର ଯୋଡ଼ିଲି ରେ
ରାତ୍ରିଟି ଉଜାଗର
ନିଦ୍ରାରେ ଗରଗର
ହୋଇ ଉଚ୍ଚେ ମୁଁ ଯେତେ ରଡ଼ିଲି ରେ
ନ ଶୁଣିବା ମୋ ଗିର
ଯଦୁମଣି ଉତ୍ତର
କର୍ମ ଦୋଷରୁ ଏହା ବିଡ଼ିଲି ରେ
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. ଜ୍ଞାନରଞ୍ଜନ ସ୍ୱାଇଁ, ରାୟପୁର, ଛତିଶଗଡ | ଅଗଷ୍ଟ୍ ୩୦, ୨୦୧୩ - ୯:୩୬ ଅପରାହ୍ନ
କବି ଯଦୁମଣି ଗଞ୍ଜାମ ଜିଲ୍ଲା ନୁହେଁ, ପୁରୀ (ଏବେ ନୟାଗଡ) ଜିଲ୍ଲାର ଇଟାମାଟିରେ ଜନ୍ମ ହୋଇଥିଲେ
http://en.wikipedia.org/wiki/Itamati