ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଛୋଟ ମୋର ଗାଆଁ ଟି
 |- ସଚ୍ଚି ରାଉତରାୟ
 
 
ତା: ଜୁନ୍ ୧୨, ୨୦୨୧  
 

ଛୋଟ ମୋର ଗାଆଁଟି
ଭୂଗୋଳ ପୋଥି-ପତରେ ପଛେ ନ ଥାଉ ତାର ନାଆଁଟି
ମାଟିର ସେଇ ସରଗ ମୋର,
ସେଇଠି ଅଛି ମୋ ଷଠୀଘର।
ଜଳିବ ପୁଣି ସେଇଠି ଶେଷେ
ମୋହରି ଚିତା ନିଆଁଟି।
ଛୋଟ ମୋର ଗାଆଁଟି।

ଜନମି ତାର ଏନ୍ତୁଡ଼ିଶାଳେ
ବୁଲିଛି କେତେ ତା’ ତୋଟାମାଳେ।
ପାଞ୍ଚଟି ମୋର ପଞ୍ଜରା କାଠି,
(ଶେଷେ) ସେଇଠି ହେବ ଡାହାଟି।
ଛୋଟ ମୋର ଗାଆଁଟି।

ତାହାରି ଜଳ ରକତ ହୋଇ
ଶିରାରେ ବହେ ଯେସନ ନଈ,
ନିଃଶ୍ୱାସେ ମୋର ତାହାରି ବାୟୁ
ଚଲାଏ ପ୍ରାଣ-ନାହାଟି।
ଛୋଟ ମୋର ଗାଆଁଟି।

ତାହାରି ଫୁଲ ଶାଗୁଆ ଲତା
କଣ୍ଠେ ମୋର ଦେଲା ଯେ କଥା,
ଆଖିରେ ଦେଲା ଚାହାଣି ନୂଆ,
(ତା’ର) ଫଗୁଣ ଉଷା ପାହାନ୍ତି।
ଛୋଟ ମୋର ଗାଆଁଟି।

ଝରଣା ତା’ର କଲା ଯେ କବି,
ନୟନେ ଦେଲା ରୂପର ଛବି,
ବୁହାଇଦେଲା ସପନ ଢେଉ
ପଥର ବୁକେ ନିହାତି।
ଛୋଟ ମୋର ଗାଆଁଟି।

ତାହାରି ଲଟା, ତାହାରି ବଣ,
ତା’ ଗାଈଗୋଠ ମୁରଲୀ-ସ୍ୱନ,
ଫସଲ କଟା ମଧୁର ଗାନ
ସକଳ ମୋର ସାହାଟି
ଛୋଟ ମୋର ଗାଆଁଟି।

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସଚ୍ଚି ରାଉତରାୟ
ସଚ୍ଚି ରାଉତରାୟ
ପଦ୍ମଶ୍ରୀ ଡକ୍ଟର ସଚ୍ଚିଦାନନ୍ଦ ରାଉତରାୟ(୧୯୧୬-୨୦୦୪) ସେତେବେଳର ପୁରୀ ଜିଲ୍ଲା ଅର୍ନ୍ତଗତ ଖୋର୍ଦ୍ଧା ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ୤ ଓଡ଼ିଶାର ସାମ୍ୟବାଦ ଆନ୍ଦୋଳନର ସେ ଥିଲେ ଅନ୍ୟତମ ପୁରୋଧା। ତାଙ୍କ ରଚିତ କିଛି କ୍ଷୁଦ୍ରଗଳ୍ପ ଇଂରାଜୀରେ ଅନୂଦିତ ହୋଇ ତାଙ୍କୁ ଆନ୍ତର୍ଜାତୀୟସ୍ତରରେ ଖ୍ୟାତି ପ୍ରଦାନ କରିଛି। ‘ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ’, ‘ମାଟିର ତାଜ’, ‘ମଶାଣିର ଫୁଲ ଓ ଅନ୍ୟାନ୍ୟ ଗଳ୍ପ’, ‘ନୂତନ ଗଳ୍ପ’ ଆଦି ତାଙ୍କ ରଚିତ ଗଳ୍ପ ସଙ୍କଳନ ମଧ୍ୟରେ ଅନ୍ୟତମ। ଆଧୁନିକ ଓଡ଼ିଆ ସାହିତ୍ୟରେ କବିତା ଓ... [ କ୍ରମେ ସବିଶେଷ ]
ସଚ୍ଚି ରାଉତରାୟଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ