ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବୋତଲ ଅଧିବେଶନ
 |- ସୁନୀଲ ମିଶ୍ର
 
 
ତା: ଅଗଷ୍ଟ୍ ୧୪, ୨୦୧୯  
 

ମନ୍ତ୍ରୀ ବାହାର ବରଣ୍ଡାକୁ ବିଜେ ହେବା ବେଳକୁ ମୋତେ ଅଧେ ସାରି ଦେଇଥାଆନ୍ତି।

ମନ୍ତ୍ରୀ ନିଜ ଷ୍ଟେନୋକୁ ଡକାଇ ପାଖରେ ବସାଇଲେ।
ଜଣେ ଗ୍ରାମବାସୀ କହିଲେ-‘‘ ଆଜ୍ଞା ମୋ ପୁଅ ମେଟ୍ରିକ୍‌ ପାସ କରିଛି। ଖଣ୍ଡିଏ ଚାକିରି…।’’

ମନ୍ତ୍ରୀ କହିଲେ ‘‘ପୁଅକୁ ସବଡେପୁଟି ଚାକିରିଟାଏ ଦିଆଯିବ। ଷ୍ଟେନୋ ନୋଟ କରନ୍ତୁ।’’

ଆଉ ଜଣେ ଗ୍ରାମବାସୀ କହିଲେ- ‘‘ ଆଜ୍ଞା ଗାଁରେ ଭୀଷଣ ଜଳ କଷ୍ଟ।’’

ମନ୍ତ୍ରୀ ପଚାରିଲେ- ‘‘ଗାଁରେ କୌଣସି ନଦୀ ଅଛି।’’

ଗ୍ରାମବାସୀ ଉତ୍ତର ଦେଲେ- ‘‘ଆଜ୍ଞା ଗୋଟିଏ ନାଳ ଅଛି ଯାହା ବର୍ଷକେ ଆଠମାସ ଶୁଖିଲା ରହେ।’’

ମନ୍ତ୍ରୀ କହିଲେ- ‘‘ଷାଠିଏ କୋଟି ଟଙ୍କା ମଞ୍ଜୁର କଲୁଁ। ସେଇ ନାଳ ଉପରେ ଗୋଟିଏ ବନ୍ଧ ହେବ, ପାଣି ଓ ବିଜୁଳି ତମ ଗାଁ ଲୋକେ ପାଇବେ।’’

ଆଉ ଜଣେ ଗ୍ରାମବାସୀ କହିଲେ- ‘‘ ଆଜ୍ଞା ଗାଁରେ ଗୋଟିଏ ଡାକ୍ତରଖାନାଟିଏ ହେଉ।’’

ମନ୍ତ୍ରୀ କହିଲେ- ‘‘ଗାଁରେ ଗୋଟିଏ ମେଡ଼ିକେଲ କଲେଜ ହେବାପାଇଁ ଶହେ କୋଟି ଟଙ୍କା ମଞ୍ଜୁର କଲୁଁ।’’

ଆଉ ଜଣେ ଗ୍ରାମବାସୀ କହିଲେ- ‘‘ଆଜ୍ଞା ଘରେ ଅନେକ ପିଲାଛୁଆ, କିଛି ଅର୍ଥ ସାହାଯ୍ୟ କଲେ ଉପକୃତ ହେବି।’’

ମନ୍ତ୍ରୀ କହିଲେ- ‘‘ ଗ୍ରାମରେ ଗୋଟାଏ ପରିବାର ନିୟନ୍ତ୍ରଣ କେନ୍ଦ୍ର ଖୋଲା ଯିବାପାଇଁ ଆଦେଶ ଦେଲୁଁ।’’

ଆଉ ଜଣେ ଗ୍ରାମବାସୀ କହିଲେ- ‘‘ ଆଜ୍ଞା ଗ୍ରାମ ସାଥିରେ ସହରର ସଂଯୋଗ ସ୍ଥାପନ କରିବା ପାଇଁ ଗ୍ରାମରେ ରାସ୍ତା ତିଆରି ହେଉ।’’

ମନ୍ତ୍ରୀ କହିଲେ- ‘‘ ରେଳ ସଡ଼ଖ ଦ୍ୱାରା ତୁମ୍ଭ ଗ୍ରାମକୁ ଯୋଗ କରିବା ପାଇଁ ଶହେ କୋଟି ଟଙ୍କା ମଞ୍ଜୁର କଲୁଁ।’’

ଷ୍ଟେନୋ ସବୁ ନୋଟ କରୁଥାଆନ୍ତି।

* * * * * * * *

ଅନ୍ୟ ଦିନ ଷ୍ଟେନୋ ଯେତେବେଳେ ଉପରୋକ୍ତ ପ୍ରସ୍ତାବମାନ ମନ୍ତ୍ରୀଙ୍କ ଆଗରେ ଉପସ୍ଥାପିତ କଲେ, ମନ୍ତ୍ରୀ ନୋଟ ଦେଲେ। ‘‘ମୋର ଷ୍ଟେନୋର ମସ୍ତିଷ୍କ ବିକୃତିର ଲକ୍ଷଣ ସବୁ ଦେଖାଯାଉଅଛି। ଷ୍ଟେନୋକୁ କିଛିଦିନ ରାଞ୍ଚିକୁ ପଠାଇ ତାଙ୍କର ଗତିବିଧି ଲକ୍ଷ୍ୟ କରିବା ପାଇଁ ଅନୁମତି ଦେଲୁଁ ଓ ସେ ଯେତେଦିନ ଯାଏ ସୁସ୍ଥ ହୋଇ ନାହାନ୍ତି ସେତେ ଦିନ ତାଙ୍କୁ ମେଡ଼ିକେଲ ଛୁଟି ମଞ୍ଜୁର କଲୁଁ।’’

ପ୍ରକାଶ ଥାଉକି ଏହି ମନ୍ତ୍ରୀଙ୍କର ପାରସନେଲ ଆସିସ୍‌ଟେଣ୍ଟ ବର୍ତ୍ତମାନ ସୁଦ୍ଧା ସୁସ୍ଥ ଶରୀରେ ରାଞ୍ଚିରେ ଅଛନ୍ତି।

* * * * * * * *

ସକାଳ ପାଇଗଲା।
ବୋତଲ ଅଧିବେଶନ ବି ଭାଙ୍ଗିଗଲା।

ପୃଷ୍ଠା ସଂଖ୍ୟା : 1 2 3 4 5

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସୁନୀଲ ମିଶ୍ର
ସୁନୀଲ ମିଶ୍ର(୧୯୨୫-୧୯୮୬ ) ଓଡ଼ିଆ ହାସ୍ୟ-ବ୍ୟଙ୍ଗ ସାହିତ୍ୟ ଇତିହାସରେ ଜଣେ ସ୍ମରଣୀୟ ଲେଖକ। ଜୀବନର ଅନୁଭବକୁ ହାସ୍ୟରସାତ୍ମକ ଶୈଳୀରେ ଉପସ୍ଥାପନା କରିବା ତାଙ୍କ ରଚନାର ବୈଶିଷ୍ଟ୍ୟ। ଜଣେ ବିଖ୍ୟାତ ହାସ୍ୟ ସାମାଜିକ ବ୍ୟଙ୍ଗ ଲେଖକ ଭାବେ ସେ ମଧ୍ୟ ସମ୍ବାଦିକତା ଏବଂ ନାଟକ କ୍ଷେତ୍ରରେ ଜଣାଶୁଣା ଥିଲେ। ହାସ୍ୟ ପତ୍ରିକା ‘ଜନ ସମୀକ୍ଷା’ ର ସେ ପ୍ରତିଷ୍ଟତା ସମ୍ପାଦକ ଥିଲେ। ନାଟ୍ୟକାର ହିସାବରେ ‘ମାଣିକ୍ୟ ମୁଣ୍ଡା’ ,‘ନୃସିଂହ ନାଥ’ ଏବଂ ‘ଆକବର ରାୟ’ ଭଳି କାଳଜୟୀ ନାଟକ ରଚନା କରିଥିଲେ ସୁନୀଲ ମିଶ୍ର।... [ କ୍ରମେ ସବିଶେଷ ]
ସୁନୀଲ ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤