ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବୋତଲ ଅଧିବେଶନ
 |- ସୁନୀଲ ମିଶ୍ର
 
 
ତା: ଅଗଷ୍ଟ୍ ୧୪, ୨୦୧୯  
 

ଆରଦିନ ମୋ ମାଲିକ ସମ୍ବାଦପତ୍ରରେ ‘‘ମଦ ଓ ମାଡ଼’’ ବୋଲି ଗୋଟାଏ ବିବୃତି ଦେଲେ। ବିବୃତିର ସାରାଂଶ ହେଉଛି।

‘ପୁରୁଷମାନେ ମଦ ଖାଇ ମାତାଲ ହୋଇ ସ୍ତ୍ରୀ ଅବଳାମାନଙ୍କୁ ମାଡ଼ ଦିଅନ୍ତି ତେଣୁ ପାରିବାରିକ ସୁଖରେ ବ୍ୟାଘାତ ଘଟୁଛି।’

* * * * * * * *

ଶ୍ରୀମାନ ହୁଇସ୍‌କି ହସି ଉଠିଲେ।
ତାଙ୍କ ଆଡ଼କୁ ସମସ୍ତଙ୍କ ଦୃଷ୍ଟି ଆକର୍ଷିତ ହେଲା।
ହୁଇସକି କହିଲେ ‘‘ ମୋର ବନ୍ଧୁ ଜଣେ ଡାକ୍ତର। ତାଙ୍କର ପ୍ରାୟ ରାତ୍ରି ଡିଉଟି ପଡ଼େ।’’

ଦିନକର ଘଟଣା-
ଡାକ୍ତରଖାନାକୁ ବାପ ପୁଅ ଦି’ଜଣ ଆସନ୍ତି। ପୁଅ ଥିଲା ରୋଗୀ। ବାପ ପୁଅ ସାଥିରେ ଆସିଥିଲା।
ଡାକ୍ତର ପଚାରିଲେ- ‘‘କଅଣ ହୋଇଛି।’’
ବାପ କହିଲା-‘‘ଆଜ୍ଞା ଏ ରୋଗ ମୋର ଅଜାଙ୍କର ଥିଲା, ମୋର ବାପାଙ୍କର ଥିଲା, ମୋର ଅଛି ଓ ବର୍ତ୍ତମାନ ମୁଁ ଲକ୍ଷ୍ୟ କରୁଛି ମୋର ପୁଅର ବି ସେ ରୋଗ ହେବାର ଆରମ୍ଭ କରୁଛି।’’

ଡାକ୍ତର ଚିନ୍ତାକରି କହିଲେ-‘‘ଓଃ ହେରିଡେଟେରି ରୋଗ।’’
‘‘ରୋଗଟା କଅଣ?’’ ଡାକ୍ତର ପଚାରିଲେ-
‘‘ଆଜ୍ଞା ପାଗଳାମି।’’

ଓଃ ତେବେ ଆପଣଙ୍କ ପୁଅକୁ ଆପଣ ଘରକୁ ପଠାଇ ଦିଅନ୍ତୁ। ମୁଁ ଆଶା କରେଁ, ରୋଗ ଯେତେବେଳେ ହେରିଡିଟେରୀ ଆପଣଙ୍କୁ ଚିକିତ୍ସା କଲେ ଆପଣଙ୍କ ପୁଅ ଭଲ ହୋଇଯିବ।

ପୁଅ ଚାଲିଗଲା।
ସିଭିଲ ସାର୍ଜନ (ଯେ କି ମୋର ଜଣେ ପରିଚିତ ବନ୍ଧୁ) ସେ ରୋଗୀର ସମସ୍ତ ହାଲ ଶୁଣି କହିଲେ ‘‘ବାପକୁ ବି ଡିସଚାର୍ଯ କରଦିଅ ଆଉ ପୁଅର ଅଜାକୁ ଡାକ୍ତରଖାନାରେ ଭର୍ତ୍ତିକରି ତାକୁ ଚିକିତ୍ସା କର।’’

ବାପ ବି ହାସପାତାଲ ଛାଡ଼ି ଚାଲିଆସିଲେ।
ସୁଖର କଥା ପୁଅର ଅଜା ଇହଧାମରେ ନାହାନ୍ତି।

* * * * * * * *

ମିଷ୍ଟର ବ୍ରାଣ୍ଡି ହସି ଉଠିଲେ।

ସେ କହିଲେ ମୋର ଜଣେ ପରିଚିତ ବନ୍ଧୁ ଅଛନ୍ତି ଯେ କି ଜଣେ ମନ୍ତ୍ରୀ। ସେ ଯେତେବେଳେ କୌଣସି ଗସ୍ତରେ ଯାଆନ୍ତି ମୋତେ ପ୍ରାୟ ସାଙ୍ଗରେ ନେଇକରି ଯାଆନ୍ତି।

ଦିନକର ଘଟଣା-
କେଉଁ ଏକ ଅଖ୍ୟାତ ପଲ୍ଲୀରେ ଥିବା ସାରକିଟ୍‌ ହାଉସରେ ମନ୍ତ୍ରୀ ଆପଣେ ବିଜେ ହୋଇଥିଲେ। ମନ୍ତ୍ରୀ ଆସିଥିବା ଜାଣିପାରି ଗାଁର ଓ ଅନ୍ୟ ଦୂରଦୂରାନ୍ତ ଗ୍ରାମରୁ ଅନେକ ପଲ୍ଲୀବାସୀ ଆସି ତାଙ୍କୁ ନିଜର ହାରିଗୁହାରି ଶୁଣାଇବା ପାଇଁ ସାରକିଟ୍‌ ହାଉସରେ ରୁଣ୍ଡ ହେଲେ।

ପୃଷ୍ଠା ସଂଖ୍ୟା : 1 2 3 4 5

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସୁନୀଲ ମିଶ୍ର
ସୁନୀଲ ମିଶ୍ର(୧୯୨୫-୧୯୮୬ ) ଓଡ଼ିଆ ହାସ୍ୟ-ବ୍ୟଙ୍ଗ ସାହିତ୍ୟ ଇତିହାସରେ ଜଣେ ସ୍ମରଣୀୟ ଲେଖକ। ଜୀବନର ଅନୁଭବକୁ ହାସ୍ୟରସାତ୍ମକ ଶୈଳୀରେ ଉପସ୍ଥାପନା କରିବା ତାଙ୍କ ରଚନାର ବୈଶିଷ୍ଟ୍ୟ। ଜଣେ ବିଖ୍ୟାତ ହାସ୍ୟ ସାମାଜିକ ବ୍ୟଙ୍ଗ ଲେଖକ ଭାବେ ସେ ମଧ୍ୟ ସମ୍ବାଦିକତା ଏବଂ ନାଟକ କ୍ଷେତ୍ରରେ ଜଣାଶୁଣା ଥିଲେ। ହାସ୍ୟ ପତ୍ରିକା ‘ଜନ ସମୀକ୍ଷା’ ର ସେ ପ୍ରତିଷ୍ଟତା ସମ୍ପାଦକ ଥିଲେ। ନାଟ୍ୟକାର ହିସାବରେ ‘ମାଣିକ୍ୟ ମୁଣ୍ଡା’ ,‘ନୃସିଂହ ନାଥ’ ଏବଂ ‘ଆକବର ରାୟ’ ଭଳି କାଳଜୟୀ ନାଟକ ରଚନା କରିଥିଲେ ସୁନୀଲ ମିଶ୍ର।... [ କ୍ରମେ ସବିଶେଷ ]
ସୁନୀଲ ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤