ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବୋତଲ ଅଧିବେଶନ
 |- ସୁନୀଲ ମିଶ୍ର
 
 
ତା: ଅଗଷ୍ଟ୍ ୧୪, ୨୦୧୯  
 

ଡ୍ରାଇଜିନ ବୋତଲ କହିଲେ ‘‘ଧୀରେଧୀରେ ମୁଁ ବି ସରି ଆସିଲି। ମଧ୍ୟରାତ୍ରିରେ ଇମିଲିବାଈ କହିଲେ, ‘ସାହେବ ମୁଁ ବର୍ତ୍ତମାନ ଯିବି, ଆପଣଙ୍କର ଇଜ୍ଜତ ଅଛି।’’
ସାହେବଙ୍କ ନିଶା ଭାଙ୍ଗି ନଥାଏ-
ଇମିଲିବାଈ କହିଲେ ‘‘ମୋର ବକ୍‌ସିସ୍‌।’’

ସାହେବଙ୍କ ଦେହ ଅଳସ ଯୋଗୁଁ ନିଦେ ନ ଉଠି କହିଲେ ‘‘ ଡ୍ରୟରରେ ଅନେକ ଟଙ୍କା ଅଛି ଯେତେ ଇଚ୍ଛା ନେଇଯାଇପାର କ୍ଳିଓପେଟ୍ରା।’’

ଇମିଲିବାଈ ଏତେ ଖୁସିରେ ଏମିତି ହସଟିଏ ହସିଲେ ଯେ, ତାଙ୍କର ମୁହଁ ଉପରେ ଥିବା କୃତ୍ରିମ ଦନ୍ତପଂକ୍ତି ଫିଟି ତଳେ ପଡ଼ିଗଲା।
ଇମିଲିବାଈ ବିନା ବକ୍‌ସିସ୍‌ରେ ଡାକବଙ୍ଗଳା ପରିତ୍ୟାଗ କଲେ।

* * * * * * * *

ହସି ଉଠିଲା ରମ୍‌ ବୋତଲ।
ଡ୍ରାଇଜିନ୍‌ ପ୍ରଶ୍ନ କଲେ ‘‘ହସିଲ ଯେ।’’
ଶ୍ରୀ ରମ୍‌ କହିଲେ ‘‘ ମୋର ନିଜ କଥା ମନେପଡ଼ିଲା।’’
ରମ୍‌ ଆରମ୍ଭ କଲେ-‘‘ମୋର ମାଲିକ ମତେ ପ୍ରାୟ ଆଦର କରନ୍ତି, ତେଣୁ ମତେ ଭଲ ଆଖିରେ ଦେଖିପାରନ୍ତି ନାହିଁ ମୋର ମାଲିକାଣୀ; ବହୁତ ଚେଷ୍ଟାକରି ମଧ୍ୟ ମୋଠୁଁ ମୋର ମାଲିକଙ୍କୁ ଦୂରେଇ ରଖିପାରିଲେ ନାହିଁ।’’

ଦିନକ ଘଟଣା-
ସେ ଦିନ ଟଳିଟଳି ମୋ ମାଲିକ ଘରେ ପହଞ୍ଚିଲେ।
ମାଲିକାଣୀ ଆସି ମୋ ମାଲିକଙ୍କୁ ଘରକୁ ନେଇଗଲେ।
ମୋ ମାଲିକ ଗାଉଥାଆନ୍ତି-
‘‘କି କରିବି ସଜନୀ ନ ଆସିଲେ ବାଲମ।’’ ମାଲିକାଣୀ ରମ୍‌ର ତୀବ୍ର ଗନ୍ଧ ଯୋଗୁଁ ନାକରେ ଲୁଗା ଦେଲେ। ତା’ପରେ ମାଲିକଙ୍କ ଦେହରୁ କୋଟ, କମିଜ, ବନିୟନ ସବୁ ଉତ୍ତାରି ପକାଇଲେ। ଗଳାରେ ନେକଟାଇଟା ଝୁଲୁଥାଏ।

କୋଟ୍‌ ପକେଟରେ ମୁଁ ଥାଏଁ। ମାଲିକାଣୀ ମୋତେ କୋଟ୍‌ ପକେଟରୁ ଆଣି ଗୋଟିଏ ଛୋଟ ଗିଲାସରେ ବାକିତକ ରମ୍‌ ଢାଳି ମୋ ମାଲିକ ଆଡ଼େ ବଢ଼ାଇ ଦେଲେ।

ମୋ ମାଲିକ କହିଲେ ‘‘ ଏକ ପାତ୍ର ସୁରା ଓ ତୁମେ-’’

ମାଲିକାଣୀ ଓଠ କାମୁଡ଼ିଲେ। ମାଲିକାଣୀ ମୋ ମାଲିକଙ୍କୁ ଛିଡ଼ା ହେବାପାଇଁ କହିଲେ।

ମୋ ମାଲିକ ‘‘ ଯେ ଆଜ୍ଞା’’ କହି ଛିଡ଼ାହେଲେ। ତା’ପରେ ମାଲିକାଣୀ ଗଳାରେ ଝୁଲୁଥିବା ନେକଟାଇଟାକୁ ଧରି ଯେଉଁ ମାଡ଼, ଯେଉଁ ମାଡ଼, ଯେଉଁ ମାଡ଼ ଦେଲେ ଯେ ମାଲିକଙ୍କ ନିଶା ଫାଟିଯିବା ଉପରେ।

ଠିକ୍‌ ଏଇ ସମୟରେ ପୁଣିଥରେ ମାଲିକାଣୀ ମୋ ମାଲିକଙ୍କୁ ଆଉ ଟିକିଏ ରମ୍‌ ପିଆଇ ଦେଇ ପୁଣି ବାଡ଼ାଇଲେ।

ପୃଷ୍ଠା ସଂଖ୍ୟା : 1 2 3 4 5

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସୁନୀଲ ମିଶ୍ର
ସୁନୀଲ ମିଶ୍ର(୧୯୨୫-୧୯୮୬ ) ଓଡ଼ିଆ ହାସ୍ୟ-ବ୍ୟଙ୍ଗ ସାହିତ୍ୟ ଇତିହାସରେ ଜଣେ ସ୍ମରଣୀୟ ଲେଖକ। ଜୀବନର ଅନୁଭବକୁ ହାସ୍ୟରସାତ୍ମକ ଶୈଳୀରେ ଉପସ୍ଥାପନା କରିବା ତାଙ୍କ ରଚନାର ବୈଶିଷ୍ଟ୍ୟ। ଜଣେ ବିଖ୍ୟାତ ହାସ୍ୟ ସାମାଜିକ ବ୍ୟଙ୍ଗ ଲେଖକ ଭାବେ ସେ ମଧ୍ୟ ସମ୍ବାଦିକତା ଏବଂ ନାଟକ କ୍ଷେତ୍ରରେ ଜଣାଶୁଣା ଥିଲେ। ହାସ୍ୟ ପତ୍ରିକା ‘ଜନ ସମୀକ୍ଷା’ ର ସେ ପ୍ରତିଷ୍ଟତା ସମ୍ପାଦକ ଥିଲେ। ନାଟ୍ୟକାର ହିସାବରେ ‘ମାଣିକ୍ୟ ମୁଣ୍ଡା’ ,‘ନୃସିଂହ ନାଥ’ ଏବଂ ‘ଆକବର ରାୟ’ ଭଳି କାଳଜୟୀ ନାଟକ ରଚନା କରିଥିଲେ ସୁନୀଲ ମିଶ୍ର।... [ କ୍ରମେ ସବିଶେଷ ]
ସୁନୀଲ ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤