ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବୋତଲ ଅଧିବେଶନ
 |- ସୁନୀଲ ମିଶ୍ର
 
 
ତା: ଅଗଷ୍ଟ୍ ୧୪, ୨୦୧୯  
 

ଲୋକଟି କହିଲା, ‘‘ ଆଜ୍ଞା ପିଇଥିଲି କିନ୍ତୁ ଆପଣଙ୍କର ଲାଲ ପଗଡ଼ି ଦେଖିଲା ମାତ୍ରକେ ମୋର ସବୁ ନିଶା ଉଭେଇ ଗଲା। ଆଜ୍ଞା ମୋ କଥାଟା ଏଇଠି ବୁଝି ଦିଅନ୍ତୁ ଆଠଅଣା ପଇସା ମୋ ପାଖରେ ଅଛି।’’

ପୋଲିସ ବାବୁଟି ଚାଲିଗଲେ।

ଲୋକଟି ପୁଣି ଗାଇବାକୁ ଆରମ୍ଭ କଲା। ସେ ଘରେ ପହଞ୍ଚିଲା। ମଦ ପିଇ ଥିବାର ଜାଣିପାରି ସ୍ତ୍ରୀଟା ଟିକିଏ ଗାଳି ଦେଲା। ମରଦପୁଅ, ପୁଣି ପିଇଛି, ସହେ କେତେକ, ସ୍ତ୍ରୀକୁ ଟାଙ୍କେ ଛେଚିଲା।

* * * * * * * *

ଲମ୍ବାମୁହଁ ଥିବା ବୋତଲଟି ହସିହସି କହିଲା ‘‘ମଦ ଅଳ୍ପ ଯୋଗାଣ ହେତୁ ଶୁଣ୍ଢି ପାଣିରେ ମଦ ମିଶାଇ ବିକେ କିନ୍ତୁ ଯେତେବେଳେ ଏଇ ଦିନମଜୁରିଆକୁ ଶୁଣ୍ଢି ମଦ ବିକିଲା, ପାଣିରେ ମଦ ମିଶାଇବାକୁ ଭୁଲି ଯାଇଥିଲା।’’

‘ରବିଶ୍‌’ କହି ଉଠିଲେ ଶ୍ରୀ ଡ୍ରାଇଜିନ୍‌ ବୋତଲ। ମୋର ଏଇ ଦିନମଜୁରିଆଙ୍କ ସାଙ୍ଗରେ କେବେ ଦେଖା ହୁଏ ନାହିଁ। ଯିଏ ମୋତେ କିଣିଲା ସେ ମଦ ଖାଇବା ଦୂରେ ଥାଉ ମଦ ନାଆଁ ଶୁଣିଲେ ଗାଧୋଇ ଯାଏ।

ମତେ କିଣିଲେ ସହରର ବଡ଼ ଧନୀ କରୋଡ଼ି ମଲ।

ଡାକବଙ୍ଗଳାରେ ଥାଆନ୍ତି ପ୍ରଦେଶର ଶ୍ରେଷ୍ଠ ଇନ୍‌ଜିନିଅର, ଯିଏ ଠିକା ଦେବା ନେବା କରନ୍ତି।

ସନ୍ଧ୍ୟାରେ ବାହାରେ ଡକ୍‌ ଚେୟାର୍‌ରେ ବସି ହାୱା ଖାଉଥିଲେ ଇନ୍‌ଜିନିଅର ବାବୁ।

କରୋଡ଼ି ମଲ ଦୁଇ ହାତ ରଗଡ଼ିରଗଡ଼ି କହିଲେ, ‘ ଆପଣ ଆଇଲା ଆର ହାମ୍‌କୁ ପଢ଼ା ବି ଦେଲେ ନାହିଁ।’ ଇନ୍‌ଜିନିଅର ସାହେବ ହସିହସି କହିଲେ, ‘‘ଏଇତ ପହଞ୍ଚିଲି ଦୂରତାଜନିତ କ୍ଳାନ୍ତିର ଅବସାନ ବି ହୋଇ ନାହିଁ।’’

‘‘ ହାଁ ହାଁ ମୁଁ ଦବାଇ ଆଣିଛି ସାହିବ।’’ କରଯୋଡ଼ି ମଥାନତ କରି କରୋଡ଼ି ମଲ କହିଲେ-
ଇନ୍‌ଜିନିଅର ସାହେବଙ୍କ ମୁହଁରେ ହସ ଫୁଟିଉଠିଲା, ପକେଟରୁ ବାହାର କରି ମତେ ଇନ୍‌ଜିନିଅର ସାହେବଙ୍କୁ ପାଣିରେ ଦେଇ ଗ୍ରହଣ କରିବାକୁ କହିଲେ।
ଇନ୍‌ଜିନିଅର ସାହେବ କହିଲେ ‘‘ ଆପଣଙ୍କୁ ଠିକାଟା ଦିଆଯିବ ଆଉ…?’’

‘‘ହାଁ ହାଁ ବାବୁ ମୋତେ କି ବେଇମାନ ଭାବିଲେ। ଇମିଲିବାଈ ବି ଆପଣଙ୍କର ଚରଣ ସେବା କରିବାକୁ ଆସିଛି, ଆଉ ଏଇ ରଖନ୍ତୁ ଆପଣଙ୍କର ଜଲପାନି କା ବାସ୍ତେ ଏକହଜାର ଏକଟଙ୍କା।’’

ଇନ୍‌ଜିନିଅର ସାହେବ ହସିଲେ। କରୋଡ଼ି ମଲ ଚାଲିଗଲେ।
ଇମିଲିବାଈ?
ଇମିଲିବାଈ ବଡ଼ ଲଜ୍ଜାଶୀଳା। ସାହେବଙ୍କୁ ଅନୁରୋଧ କରି କହିଲେ ଘରର ସବୁ ଆଲୁଅ ନ ଲିଭାଇଦେଲେ ସେ ସାହେବଙ୍କ ଚରଣ ସେବା କରିପାରିବେ ନାହିଁ।
ସବୁ ଆଲୁଅ ଲିଭିଗଲା।

ପୃଷ୍ଠା ସଂଖ୍ୟା : 1 2 3 4 5

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସୁନୀଲ ମିଶ୍ର
ସୁନୀଲ ମିଶ୍ର(୧୯୨୫-୧୯୮୬ ) ଓଡ଼ିଆ ହାସ୍ୟ-ବ୍ୟଙ୍ଗ ସାହିତ୍ୟ ଇତିହାସରେ ଜଣେ ସ୍ମରଣୀୟ ଲେଖକ। ଜୀବନର ଅନୁଭବକୁ ହାସ୍ୟରସାତ୍ମକ ଶୈଳୀରେ ଉପସ୍ଥାପନା କରିବା ତାଙ୍କ ରଚନାର ବୈଶିଷ୍ଟ୍ୟ। ଜଣେ ବିଖ୍ୟାତ ହାସ୍ୟ ସାମାଜିକ ବ୍ୟଙ୍ଗ ଲେଖକ ଭାବେ ସେ ମଧ୍ୟ ସମ୍ବାଦିକତା ଏବଂ ନାଟକ କ୍ଷେତ୍ରରେ ଜଣାଶୁଣା ଥିଲେ। ହାସ୍ୟ ପତ୍ରିକା ‘ଜନ ସମୀକ୍ଷା’ ର ସେ ପ୍ରତିଷ୍ଟତା ସମ୍ପାଦକ ଥିଲେ। ନାଟ୍ୟକାର ହିସାବରେ ‘ମାଣିକ୍ୟ ମୁଣ୍ଡା’ ,‘ନୃସିଂହ ନାଥ’ ଏବଂ ‘ଆକବର ରାୟ’ ଭଳି କାଳଜୟୀ ନାଟକ ରଚନା କରିଥିଲେ ସୁନୀଲ ମିଶ୍ର।... [ କ୍ରମେ ସବିଶେଷ ]
ସୁନୀଲ ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤