ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ସଉରି ପାଇକରାୟ ସେମିତି ଖୁଣ୍ଟଟା ପରି ବସିଛି ହୁଙ୍କୁ ନାହିଁ କି ଚଙ୍କୁ ନାହିଁ ଗଲା ଦୁଇତିନି ଦିନ ହବ ଅନବରତ ଝଡ଼ି ବରଷା ଗାଜି ଦେଇ ଯାଉଛି ଭୋଦୁଅ ମାସ ଶେଷ ମୁଣ୍ଡରେ ଧାରା ଶ୍ରାବଣ ଅଜାଡ଼ି ପଡ଼ିଲା କି ଅକାଳ କଥା ! ଦାଣ୍ଡରେ ସୁଅ ଚାଲିଛି ପୁରୁଣା ଦରମଲା ତାଳଗଛଟାଏ ତଳଆଡୁ ଫାମ୍ପରା ଧରିଥିଲା କି କ’ଣ, ଗଡ଼ି ପଡ଼ିଲା ତା’ରି ଉପରେ ବାୟା ଚଢ଼େଇ ବସା, ବାଆ କଲେ ଦୋହଲୁଥାଏ, ଆଜି ତଳେ ପଡ଼ିଛି ଛିନ୍ଛତର୍ ଅଣ୍ଡା କେଇଟି ଛତୁ ହୋଇଯାଇଛି ଚଡ଼କ ପଡ଼ି ମିଶ୍ରଘର ନଡ଼ିଆ ଗଛଟାଏ ଜଳିଗଲା ବୁଢ଼ା ପାଇକରା ଖୁଣ୍ଟଟା ପରି ଚାହିଁଛି ଦମ୍ଭିଲା ବୁଢ଼ା ବୟସ ଷାଠିଏ କି ପଇଁଷଠି ହେବ ବୁଢ଼ା ଏବେ ବି ମଜଭୁତ୍ ଅଛି
‘ଏମିତି ଝଡ଼ କାହିଁ ଦେଖା ନଥିଲା ସାନ୍ତେ’ ସଦେଇ ପଖିଆ ମୁଣ୍ଡରେ ପକେଇ କହି କହି ଯାଉଥାଏ
‘ହଁ ଦକ୍ଷିଣା ପକେଇଲାଣି ବ୍ରାହ୍ମଣ, ବରଷା, ବଢ଼ି କୁଆଡ଼େ ଛାଡ଼ି ପଳେଇବ’
‘ଆମ ସାହିରେ ଗଉରା, ଚେମା, ସଇତାଙ୍କ ଘର କାନ୍ଥ ସବୁ ପଡ଼ିଗଲା-ଏ ଯେଉଁ ତୁଫାନ୍ ପିଟୁଛି’ ଧରମୁ ଜେନା କହିଗଲା
ଯାଉ ! ଏମିତି କେତେ ଯିବ ପୁଣି ନୂଆ ତୋଳେଇ ନେବେ କି ଘର ଯେ, କ’ଣ ଘରକୁ ଲେଖା ? ଏକା ଦିନକେ ମନ କଲେ ଦି’ ଦି’ଟା ଘର ଠିଆ ହୋଇଯିବ
ଘର ତ ସଉରି ପାଇକରାର ଘର, ଯାହାକୁ କହନ୍ତି ଘର ଦଶ ପାଞ୍ଚଟା ଗାଁରେ ଏମିତି ଘର ଖଣ୍ଡେ କାହାରି ନଥିବ ବାପ ଦାଦି ସପତ ସପତାଣି ଭୋଗ କଲେଣି, ଏଇ ଡିହ ଖଣ୍ଡିକ ତା’ରି ଉପରେ କେତେଥର କାନ୍ଥ ଉଠିବଣି, କେତେ ବର୍ଷ ପରେ ବର୍ଷ ଅସୁମାରି ଛାଉଣି ସରିବଣି, କୋଉ ଅମଳରୁ କିଏ କହିବ ? ଏଇ ବର୍ଷ ସଉରି ଇଟା ପକେଇ ପକାକାନ୍ଥ ଉଠେଇଛି ରୋଜଗାରିଆ ପୁଅ ତା’ର କ’ଣ ହବ ? କିଛି ହବ ନାହିଁ ଗାଁଟାଯାକ ଭାସିଗଲେ ବି ସେ ଥିବ ବି ତା’ ଘର ଥିବ
ନୂଆଘରର ନିଅଁ ଦେଲାବେଳେ ପୁଅର ମନ ମାନିଲା ନାହିଁ ପୁରୁଣା ଖଞ୍ଜାରେ ପଇସା ତ ତା’ରି ପୁଅ କଥା ରହିଲା ଘରଟାଏ ତୋଳାଗଲା ‘ବଙ୍ଗ୍ଲୋ ପ୍ୟାଟର୍ଣ୍ଣ’ ରେ ବୁଢ଼ାର ମନ ରଖିବା ପାଇଁ ଛଟପଟ ପାରିଛିତ୍ଟାଏ ବୁଲି ଆସିଲା ଖାଲି- ଆବୁରୁ ରହିବ, ମାଇପେ ଚଳପରଚଳ ହେବେ
ମାଟି ଘର ଯାଇ ପକା ଘର ହେଇଛି ହେଲେ ଛଣ ଛିଆଣି ଯୋଉ ଛପରକୁ ସେଇ ଛପର ଛୋଟ ଛୋଟ ଘରଗୁଡ଼ାକ ଫଇଲାତ୍ ହେଉଛି ଖାଲି ଯାହା ଭାଗବତ ଗାଦିଟା ଏଡ଼େ ବଡ଼ ଗୋଟାଏ ଘର ମାଡ଼ି ବସିଥିଲା, ତା ପାଇଁକି ଛୋଟ ଚୋର କୋଠରୀଟିଏ ହେଇଛି ପକାରେ ଖରାତରା ପାଣି ପବନରୁ ଫାରିକିତି
ବୁଢ଼ା ମନେ ମନେ ମାଟି ଘରକୁ ଉଠି ଠାକୁରେ ପକାଘରେ ରହିଲେ- ଏଣିକି ତାଙ୍କ କଥା ସେ ଜାଣନ୍ତି ପୁଅ ମନେ ମନେ ଏଡ଼େ ବଡ଼ ଘରଟା ଅକାରଣେ ପୁରୁଣା ଉଇଖିଆ ତାଳପତ୍ରଗୁଡ଼ାକ ମାଡ଼ି ବସିଥିଲା- ଅସନା ଅବର୍ଯ୍ୟାରୁ ରକ୍ଷା ମିଳିଲା
ଘର ବଢ଼ିଲା, ଘରକରଣା ବି ବଢ଼ିଲା, ତା’ ସାଙ୍ଗରେ ମାଟି କାନ୍ଥର ଛୋଟ ଠଣାଟି ମଧ୍ୟ ବଢ଼ି ବଢ଼ି ବିଶାଳ କାନ୍ଥ ଆଲମାରିର ରୂପ ନେଇଛି
ବୁଢ଼ୀ ଥାଆନ୍ତେ, ଯାବତ ଦିଅଁ ଦେଉଣୀଙ୍କ ଝଣ୍ଡା ତୁଳସୀ ଏକାକାର ହେଇ ପଡ଼ିଥାଏ ତା’ରି ଭିତରେ କାଇଞ୍ଚ ପେଡ଼ିଟିରେ ଜର ନୂଆର, ଝାଡ଼ାଝପକା, ବାନ୍ତିଉଚ୍ଛଳା, ନଅନୁଆଣୀଠାରୁ ଆରମ୍ଭ କରି ଛୁଆଛଁଅସ୍ତା; ଚିଆଁ ଚମକା ସବୁଥିରେ ଝଣ୍ଡା ପାଣି ଟିକିଏ ତା’ ସାଙ୍ଗରେ ମୁଣ୍ଡିଆ ଆଉ ମାନସିକ
ବୁଢ଼ୀ ନାହିଁ ବୁଢ଼ୀ ଯିବାର ଆଜିକି ଦଶ ବର୍ଷ ହେଲାଣି, ତା’ ସାଙ୍ଗେ ସାଙ୍ଗେ ସେ ପେଡ଼ି ପେଟରା ବି ଯାଇଛି ଶେଷରେ ଠଣାଟା ବି ଗଲା କାନ୍ଥ ଆଲମାରିରେ ଅଛି- କୁଇନାଇନ୍, କର୍ପୂରାରିଷ୍ଟ; ଟିଞ୍ଚର ଆୟୋଡ଼ିନ୍, ତୁଳା, ବ୍ୟାଣ୍ଡେଜ୍, ସଲଫାଗୁଆନଡ଼ିନ୍, ଏକୁଆ ସାଇକଟିସ୍ ଓ ପିପରମେଣ୍ଟ ସାଙ୍ଗକୁ ଅମୃତାଞ୍ଜନ ଏତକ ପୁଅ ଦେଇ ବଟେଇଛି ରୋଗ ବାଧିକିରେ କାମରେ ଆସିବ ଗାଁ ଯାକ ସମସ୍ତେ ଅନେଇ ବସିଥାନ୍ତି ସେଇ ଆଲମାରିକି
କିଏ ଆସି କହିଲା- ‘ସଉରାଇ, ଏଥର ମାଳିକା ଫଳିଲା ଘାଇ ଭାଙ୍ଗିବ, ବଉଳା କୁମ୍ଭୀର ଯିବ ଠାକୁରାଣୀ ଦର୍ଶନକୁ ପାଣି ଅଠେଇଶ ଫୁଟ ହେଲା ବନ୍ଧରେ ଘଳି ଫୁଟିଲାଣି ବୋଲି ରଥିଆ ଦେଖି ଆସି କହୁଛି’
ବୁଢ଼ା ସଉରା ହସିଦେଲା କହିଲା-ଯାଆରେ ଯା, ଏମନ୍ତ ଘାଇ ଭାଙ୍ଗିବ ଆମ ସରକାର କ’ଣ ମିଛେଇ ବସିଛନ୍ତି- ଏଡ଼େ ଏଡ଼େ ଇଞ୍ଜିନିୟରମାନେ ଗୁନା କମ୍ପାସ ଯେ ମାପୁଛନ୍ତି- ଖାଲି ମହାଳିଆ ?
ବୁଢ଼ା ସଉରିର କିନ୍ତୁ ଛାତି ଟିକିଏ ଦବିଗଲା ଘରଟାକୁ ଚାହିଁଲା ନାଃ, ଗାଁଯାକ ଭାସିଯିବ ପଛେ, ଏ ଘର ଭାଙ୍ଗିବ ନାହିଁ
ଖୁବ୍ ଜୋର୍ରେ ଗୋଟାଏ ତୁଫାନ୍ ପିଟିଦେଲା ବୁଢ଼ା ଉଠିପଡ଼ିଲା ପୁଣି ମନକୁ କ’ଣ ଭାବି ବସିଲା
କିଛି ଚିନ୍ତା ନାହିଁ ଯେତେ ବଢ଼ି ଆସୁ, ସଉରି ଘରେ ପାଣି ନପଶେ ଏକେ ଉଚ୍ଚ ଡିହ- ତହିଁରେ ପୁଣି ଉଚ୍ଚ ପିଣ୍ଡା ପାଣି ପଶିବାକୁ ଲାଗେ ଦଣ୍ଡେ ପଶିଲେ ବି ଡର ନାହିଁ, ଏ ନିଅଁକୁ ଯେତେ ବଡ଼ ବଢ଼ି ହେଉ ସହଜରେ ଟଳେଇ ପାରିବ ନାହିଁ ଏ ବନ୍ଧ ଯିଏ ପକେଇଛି ସେ ଏମିତି ସେମିତି ଲୋକ ନୁହେଁ ତାକୁ ମାଟି ବିଦ୍ୟା ଜଣା ଥିଲା
ତଥାପି ବୁଢ଼ାର ଗୋଟାଏ ଦକ-ବନ୍ଧଟା ଯେଉଁ ମୁସ୍ତରରେ କୋଉଁ ପୁରୁଷକୁ ପଡ଼ିଥିଲା- ଟିକିଏ ସେଥିରେ ହେର୍ଫେର୍ ହୋଇଛି-ପୁଅ ବୁଦ୍ଧିରେ ଅଗଣାଟା ଟିକିଏନାକୁ ଦକ୍ଷିଣଶୁଳିଆ ଧରିଛି ପହିଲୁ ବାଁ ପାଖକୁ ଘରଟା ଲମ୍ବ ଚୌପାଢ଼ି ପରି ଏବେ ଦାଣ୍ଡ ଦୁଆରର ଦୁଇ ପାଖରେ ସମାନ ସମାନ ଦି’ଟା ଘର ବୈଠକଖାନା
ବୁଢ଼ାର ମନ ଦୁଡ଼ବୁଡ଼ିଆ ଜାଣି ପୁଅ ଗୋଟାଏ ଇଞ୍ଜିନିୟର ସାଙ୍ଗକୁ ଧରି ଆଣିଥିଲା ସେ କେମନ୍ତେ ବିଲାତ ଫେରତ୍ ବିଲାତରେ ପରା ଏଇ ଏଞ୍ଜେନର୍ମାନେ ପାତାଳ ଫୁଟେଇ ରାସ୍ତା କରିଛନ୍ତି- ଉପରେ ନଈ ସଡ଼କ ଏମାନଙ୍କୁ କ’ଣ ଅଜଣା ବର୍ଷ କେଇଟାରେ ଗୋଟାଏ ରାକ୍ଷସ ଭଳି ହାବଡ଼ା ପୋଲ ଗଢ଼ି ତିଆରି ଦେଲେ ଏମାନେ ସାକ୍ଷାତେ ବିଶ୍ବକର୍ମା ତାଙ୍କ କାଥା କ’ଣ ଅନ୍ୟଥା ହବ ? ପୁଣି ବିଲାତରୁ ପାଠପଢ଼ି ଆସିଛନ୍ତି
ସେଇ ସାହେବ ଏଞ୍ଜେନର୍ମାନେ ତ କହିଛନ୍ତି- ବନ୍ଧ କିଛି ହେବ ନାହିଁ ଆମ ସରକାର ଥାଉଁ ଥାଉଁ କଂଗ୍ରେସ ସରକାର ଥାଉଁ ଥାଉଁ ବନ୍ଧ ଭାଙ୍ଗିବ ?- କେଭେ ନୁହେଁ ବୁଢ଼ା ଦମ୍ଭକରି ରହିଲା
‘ଆଜ୍ଞା, ବନ୍ଧ ଯଦି ଭାଙ୍ଗେ ତେବେ ଆମ ଗାଁ’ଟା ତ ସୁଅ ମୁହଁରେ ପଡ଼ିଯିବ ଲୋକେ ସବୁ ପଳେଇବାକୁ ଆରମ୍ଭ କଲେଣି’ କିଏ ଜଣେ କହିଲା
‘ହଁ-’ ବୁଢ଼ା ଓଠାଟାକୁ ଲମ୍ବେଇ ଦେଇ କହିଲା- ‘ହବ ତ ହବ,ଶିଳଶିଳପୁଆ ଯଦି ଗଗନେ ଉଡ଼ିବ- ଶିମିଳି ତୁଳା କ’ଣ କହିବ- ମତେ ରଖ୍ ? ଯିବା ତ ଯିବା’ ଏତିକିବେଳେ ମହିଆ ଚମାର ଆସି କହିଲା- ‘ବନ୍ଧ ଆଉ ଥାକିବନି ବାବୁ ଏଞ୍ଜନର୍ମାନେ ସବୁ ଯନ୍ତ୍ର ନଗେଇ ଦେଖୁଛନ୍ତି ଚାଲନ୍ତୁ, ଜୀବ ଥିଲେ ସମ୍ପତ୍ତି’
ବୁଢ଼ା ଚିଡ଼ି ଉଠିଲା- ‘ଯାଃ ଯାଃ- ଶହସ୍ର ପୁରାଣ କାଢ଼ୁଛି ମରିବାର ଥିଲେ କେହି ବଞ୍ଚେଇ ପାରିବ ନାହିଁ; କି ବଞ୍ଚିବାର ଥିଲେ କେହି ମାରି ପାରିବ ନାହିଁ ଯା-ଯା-ସବୁ ପଳାଇ ଯା’ମରଣ କାଳେ ନିଦ୍ରା ଗଲେ- ଯମ କି ଛାଡ଼ିଦେବ ଭଲେ ?’
ଗାଁରେ ଶଙ୍ଖ ହୁଳୁହୁଳି ଉଚ୍ଛୁଳି ପଡ଼ିଲା ହରିବୋଲ ଶବଦରେ ଆକାଶଟା ଯିମିତି ଫାଟି ପଡ଼ୁଛି ବୁଢ଼ା ହସିଲା ବାରମାସିଆ ମୂଲିଆଟା କଥା ନଶୁଣି ଗୋରୁଗୁଡ଼ାକ ଫିଟାଇ ଦେଲା
ନିଶବ୍ଦ ରାତି କିଏ ଗୋଟାଏ ହୁଡ଼ି ପକେଇ ଗଲା ‘ସରକାର ବନ୍ଧ ଉପରେ ଲାଲବତି ଜଳେଇ ଦେଇ ଗଲାଣି ବନ୍ଧ ଭାଙ୍ଗିଲା ହୋ, ପଳେଇ ଆସ
ପୃଷ୍ଠା ସଂଖ୍ୟା : 1 2