ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଭୁବନେଶ୍ବର: ଓଡ଼ିଆ ଭାଷା ପରି ଆଜି ଓଡ଼ିଆ ଘରର ପର୍ବ ପର୍ବାଣୀ, ପିଠାପଣା, ବାର ମାସରେ ତେର ପର୍ବର ପ୍ରଚଳିତ କଥା ସମ୍ପ୍ରତି ଲୋପ ପାଇବାରେ ଲାଗିଛି କହିଲେ ଅତ୍ୟୁକ୍ତି ହେବନାହିଁ ଖ୍ରୀଷ୍ଟିଆନମାନଙ୍କ ନୂଆବର୍ଷ ଜାନୁଆରୀ ୧ ତାରିଖଟିକୁ ପ୍ରତ୍ୟେକ ଓଡ଼ିଆ ବଡ ଧୁମ୍ଧାମ୍ରେ ପାଳନ କରୁଥିବା ବେଳେ ଖୁବ୍ କମ୍ ଓଡ଼ିଆ ଯେଉଁମାନେ ଜାଣିଥିବେ ପଣା ସଂକ୍ରାନ୍ତି (ଅପ୍ରେଲ ୧୪) ହେଉଛି ଓଡ଼ିଆ ନୂଆବର୍ଷ ବାସ୍ତବରେ ଏପରି କଥା ଜଣେ ଓଡ଼ିଆ ପକ୍ଷେ ଯେତିକି ଦୁଃଖଦାୟକ, ସେତିକି ଲଜ୍ଜାଜନକ ମଧ୍ୟ ତେଣୁ ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ସମ୍ମାନ ଜଣାଇ ଆସନ୍ତା ୧୪ ତାରିଖ, ପଣା ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରିବା ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପ୍ରେରଣା’ ପକ୍ଷରୁ ସ୍ଥାନୀୟ ଓସମା ପରିସରରେ ଅନୁଷ୍ଠିତ ସଭାରେ ଆହ୍ବାନ ଦିଆଯାଇଛି
ପ୍ରେରଣାର ଅଧ୍ୟକ୍ଷ ଡଃ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡଃ. ବିମଳେନ୍ଦୁ ମହାନ୍ତି, କବି ମଙ୍ଗଳା ପ୍ରସାଦ ପ୍ରଧାନ, ସୁରଭୀ ଅନୁଷ୍ଠାନର ଗୁରୁ ପିତାମ୍ବର ବିଶ୍ବାଳ, ଅଭିନେତ୍ରୀ ଛନ୍ଦିତା ପ୍ରମୁଖ ବହୁ କଳାକାର, ନୃତ୍ୟଶିଳ୍ପୀମାନେ ଯୋଗଦେଇ ଇଂରାଜୀ ନବବର୍ଷ ସହ ଓଡିଆ ନବବର୍ଷ ପାଳନ ନିମନ୍ତେ ସମସ୍ତ ଓଡିଆଙ୍କୁ ଆହ୍ବାନ ଦେଇଥିଲେ ଶେଷରେ ଏକ ଦୀପ ଶୋଭାଯାତ୍ରାରେ ସମବେତ ବ୍ୟକ୍ତିମାନେ ଜନ ଜାଗରଣ ସୃଷ୍ଟି ପାଇଁ ସହର ପରିକ୍ରମା କରିଥିଲେ