ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଭୁବନେଶ୍ବର: ଓଡ଼ିଶାର ସାଂସ୍କୃତିକ ଓ ପରମ୍ପରାକୁ ବଜାୟ ରଖିବା ତଥା ଯୁବମାନସରେ ଓଡ଼ିଆ ନବବର୍ଷ, ମହା ବିଷୁବ ସଂକ୍ରାନ୍ତିର ସ୍ମୃତି ଉଜ୍ଜୀବିତ କରିବା ନିମନ୍ତେ ‘ଉତ୍କଳ ସମ୍ମିଳନୀ’ ପକ୍ଷରୁ ୧୪ ତାରିଖ ଦିନ ମହା ସମାରୋହରେ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପୁରୁଣା ଭୁବନେଶ୍ବରର ଏକାମ୍ର କ୍ଷେତ୍ରରୁ ଏକ ଶୋଭାଯାତ୍ରା ବାହାରି ମାଷ୍ଟର କ୍ୟାଣ୍ଟିନ୍ ଛକ ନିକଟରେ ସମାପ୍ତ ହୋଇଥିଲା ଏହା ସହିତ ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ଘୋଡାନାଚ, ଚଢେୟା ନୃତ୍ୟ, ଆଦିବାସୀ ନୃତ୍ୟ ଆଦି ମୁଖ୍ୟ ଆକର୍ଷଣ ଥିଲା
ଶୋଭାଯାତ୍ରାର ଶୁଭାରମ୍ଭ ଅବସରରେ ଆୟୋଜିତ ସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ସଂସ୍କୃତି ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଅନ୍ୟ ଅତିଥିମାନେ ଓଡିଆ ନବବର୍ଷ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ଉକ୍ତ ଶୋଭାଯାତ୍ରାରେ ଉତ୍କଳ ସମ୍ମିଳନୀର ବିଭିନ୍ନ ଜିଲ୍ଲା ପ୍ରତିନିଧି ଓ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଯୋଗ ଦେଇ ଓଡ଼ିଆ ନବବର୍ଷ ପାଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଏଥିରେ ଏକାମ୍ର-ଭୁବନେଶ୍ବରର ବିଧାୟକ ଅଶୋକ ପଣ୍ଡା ଅଧ୍ୟକ୍ଷତା କରିଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, କର୍ପୋରେଟର୍ ବିରଞ୍ଚି ନାରାୟଣ ମହାସୁପକାର, ଉତ୍କଳ ସମ୍ମିଳନୀର ସଭାପତି ଅଦ୍ବୈତ ପାତ୍ର ଓ ସମ୍ପାଦକ ରାଧାନାଥ ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. shyama prasad sahu | ସେପ୍ଟେମ୍ବର୍ ୧୯, ୨୦୧୧ - ୨:୩୩ ପୂର୍ବାହ୍ନ
bichhinnanchal re odiya nabbarsha palan karaiparile ahuri bhal hoithanta.
mu jane bichinnanchalar basinda. odiya akhyar te dekhila ketya khusi lage anubhabi hi kahi parib
namskar.
gunamugdha , shyama prasad