ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ରାଉରକେଲା: ନାଟକ ହେଉଛି ସମାଜର ପ୍ରତିଛବି ଏହା ଜରିଆରେ ସମାଜକୁ ଶିକ୍ଷା, ମନୋରଞ୍ଜନ ସବୁକିଛି ଦିଆଯାଇ ପାରେ ନାଟକ ଓ ନାଟ୍ୟକାରଙ୍କ ସଫଳତା ପଛରେ ଦର୍ଶକଙ୍କ ଭୂମିକା ଅନସ୍ବୀକାର୍ଯ୍ୟ ଏବେ ବିଭିନ୍ନ ବର୍ଗର କଳାକାରଙ୍କୁ ନେଇ ନାଟକକୁ ଭିନ୍ନ ସ୍ବାଦରେ ପରିବେଷଣ କରାଯିବାର ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ଏହାଦ୍ବାରା ଓଡ଼ିଶାର ନାଟ୍ୟକଳା କେବଳ ସମୃଦ୍ଧ ହେବନାହିଁ ବରଂ ସମସ୍ତଙ୍କ ପ୍ରଚେଷ୍ଠା ଓ ସହଯୋଗ ମିଳିଲେ ଏହା ଉଜ୍ଜୀବିତ ହୋଇ ରହିବ ଏବଂ ସାରା ବିଶ୍ବ ଦରବାରରେ ଓଡ଼ିଶା ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବାର ସୁଯୋଗ ପାଇବ ବୋଲି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ହର ପଟ୍ଟନାୟକ କହିଥିଲେ
ସ୍ଥାନୀୟ ସିଭିକ୍ ସେଣ୍ଟର୍ରେ ରାଉରକେଲା ଇସ୍ପାତ କାରଖାନା ଓ ଅଗ୍ରଣୀ ନାଟ୍ୟାନୁଷ୍ଠାନ ସମ୍ପର୍କର ସ୍ବନକ୍ଷତ୍ର ଦିବସ ତଥା ବିଶ୍ବ ନାଟ୍ୟଦିବସ ଉପଲକ୍ଷେ ଅନୁଷ୍ଠିତ ଉତ୍ସବକୁ ଶ୍ରୀ ପଟ୍ଟନାୟକ ଉଦ୍ଘାଟନ କରିବା ସହ ତିନିଦିନିଆ ନାଟ୍ୟ ଉତ୍ସବ ଆରମ୍ଭ ହୋଇଥିଲା ଏହି ଅବସରରେ ସଂଯୋଜକ ଅନିଲ୍ କୁମାର ମଲ୍ଲିକ ଭରପୁର ଦର୍ଶକଙ୍କୁ ବିଶ୍ବନାଟ୍ୟ ଦିବସର ବାର୍ତ୍ତା ଶୁଣାଇଥିଲେ ଏହି ଉତ୍ସବରେ ହର ପଟ୍ଟନାୟକଙ୍କ ସହ ମିଶି ରାଉରକେଲାର ବିଭିନ୍ନ ଜଣାଶୁଣା କଳାକାରଗଣ ବର୍ତ୍ତମାନ ବହୁଳ ପ୍ରସାରିତ ଟେଲିଭିଜନ କାର୍ଯ୍ୟକ୍ରମର ଲୋକପ୍ରିୟତା ରହିଥିବା ପରିପ୍ରେକ୍ଷୀରେ ମଞ୍ଚନାଟକକୁ ବଞ୍ଚାଇବା ପାଇଁ ଏକ ସ୍ବରରେ ସଙ୍କଳ୍ପ ନେଇଥିଲେ
ପ୍ରାରମ୍ଭରେ ସମ୍ପର୍କର ଅଧ୍ୟକ୍ଷା ସୁବ୍ରତା ପତି ସ୍ବାଗତ ଭାଷଣ ଦେଇଥିବାବେଳେ ଅନୁଷ୍ଠାନର ସମ୍ପାଦକ ଭାସ୍କର ମହାପାତ୍ର ମାର୍ଚ୍ଚ ୨୭ରେ ପାଳିତ ହୋଇ ଆସୁଥିବା ବିଶ୍ବ ନାଟ୍ୟ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନା ସହର ସେବା ବିଭାଗର ମହାପ୍ରବନ୍ଧକ ନାରାୟଣ ପତି ଯୋଗଦେଇ ରାଉରକେଲାକୁ ନାଟ୍ୟ ସହର ବୋଲି କହିଥିଲେ ସମ୍ପର୍କ ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ପାଇଁ ନାଟ୍ୟବନ୍ଧୁ ସମ୍ମାନ ରାଉରକେଲା ଇସ୍ପାତ କାରଖାନାର ପରିଚାଳନା ନିର୍ଦ୍ଦେଶକ ଶେଷ ନାରାୟଣ ସିଂହଙ୍କୁ ପ୍ରଦାନ କରାଯାଇଥିଲା ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ନାଟ୍ୟଚର୍ଚ୍ଚାକୁ ଉଦ୍ଘାଟକ ହର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ ଶେଷରେ ସମ୍ପର୍କ ଅନୁଷ୍ଠାନ ପକ୍ଷରୁ ଶବ ହଜିଛି ନାଟକ ମଞ୍ଚସ୍ଥ ହୋଇଥିଲା ଏହି ଅବସରରେ ରାଉରକେଲାର ବହୁ କଳାପ୍ରେମୀ ଦର୍ଶକ ଉପସ୍ଥିତ ଥିଲେ