ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ସଙ୍କଳନ ଓ ସମ୍ପାଦନା : ରବି ଦାଶ
ପ୍ରକାଶକ : ବିଦ୍ୟାରତ୍ନ ପ୍ରକାଶନ, ତାରପୁର, ଜି. ଜଗତସିଂହପୁର
ମୂଲ୍ୟ : ୨୫୦ ଟଙ୍କା
ପୃଷ୍ଠା : ୩୯୬
ପ୍ରକାଶକ ଏବଂ ଅନ୍ୟାନ୍ୟ ପୁସ୍ତକ ବିକ୍ରେତାଙ୍କ ନିକଟରେ ଏହି ପୁସ୍ତକ ଉପଲବ୍ଧ
ଏକାଧାରରେ ଜଣେ ସାମ୍ବାଦିକ, ରାଜନେତା, ଶ୍ରମିକ ସଙ୍ଗଠକ ତଥା ବିଳ୍ପବୀ କବି ଭାବେ ପରିଚିତ ମନମୋହନ ମିଶ୍ରଙ୍କ ବିଭିନ୍ନ ଲେଖାକୁ ଏକାତ୍ରିତ କରି ରବି ଦାଶଙ୍କ ସମ୍ପାଦନାରେ ଏହି ଗ୍ରନ୍ଥାବଳୀ ପ୍ରକାଶିତ ହୋଇଛି ମନମୋହନ ମିଶ୍ରଙ୍କ ଦ୍ବାରା ଓଡ଼ିଆ ଭାଷାର ବିକାଶ ପାଇଁ ଲିଖିତ “ଚଳିତ ଭାଷାର ପ୍ରୟୋଗ” ଓ “ଚଳନ୍ତି ଭାଷାର ବିଜ୍ଞାନ”କୁ ନେଇ ଏହି ସଙ୍କଳନଟି ବିଶେଷ ଭାବେ ସଂଗ୍ରହଣୀୟ ଅଟେ
ତିଳୋତ୍ତମା ସ୍ମରଣିକା-୨୦୧୨
ନାରୀ କବି ପରିଚିତି ବିଶେଷାଙ୍କ
ସଙ୍କଳକ : ବଳରାମ ଦାସ
ପ୍ରକାଶକ : ଶିଳ୍ପାଞ୍ଚଳ ଲେଖକ ସମାଜ
ମୂଲ୍ୟ : ଲେଖା ନାହିଁ
ପୃଷ୍ଠା : ୩୬
ପ୍ରକାଶକ ଏବଂ ସଙ୍କଳକଙ୍କ ନିକଟରେ ଏହି ପୁସ୍ତକ ଉପଲବ୍ଧ
ସୁନ୍ଦରଗଡ଼ ଜିଲ୍ଲାର ସାହିତ୍ୟିକମାନେ ସମଗ୍ର ରାଜ୍ୟର ପ୍ରତିଷ୍ଠା ଲାଭ କରିଛନ୍ତି ଏହି କ୍ରମରେ ଜିଲ୍ଲାର ଶତାଧିକ ଲେଖିକାମନଙ୍କର ଫୋଟୋଚିତ୍ର ସହିତ ସେମାନଙ୍କର ଯୋଗାଯୋଗ ଠିକଣା ଆଦି ବିଷୟରେ ସୂଚନା ସମ୍ବଳିତ ଏହି ପୁସ୍ତକଟି ସଂଗ୍ରହଣୀୟ ଅଟେ
ପ୍ରୀତିନଈ ଆରପାରେ ଗାଁ
ଲେଖକ : ବିଜନ୍ ରାୟ
ପ୍ରକାଶକ : କାୟାକଳ୍ପ, ମଧୁପାଟନା, କଟକ – ୧୦
ମୂଲ୍ୟ : ୬୦ ଟଙ୍କା
ପୃଷ୍ଠା : ୧୦୪
ପ୍ରକାଶକ ଏବଂ ଲେଖକଙ୍କ ନିକଟରେ ଏହି ପୁସ୍ତକ ଉପଲବ୍ଧ
ବେଶ୍ କିଛିବର୍ଷ ହେଲା ବିଭିନ୍ନ ପତ୍ରପତ୍ରିକାରେ ବିଶେଷ କରି ରୋମାଣ୍ଟିକ୍ ଚେତନା ଉପରେ କବିତା ଲେଖୁଥିବା ବିଜନ୍ ରାୟଙ୍କ ପ୍ରଥମ କବିତା ସଙ୍କଳନ ହେଉଛି “ପ୍ରୀତିନଈ ଆରପାରେ ଗାଁ” ମୋଟ ୬୫ଟି କବିତା ଏହି ସଙ୍କଳନରେ ସନ୍ନିବେଶିତ ହୋଇଛି ପାଠକେ ଏହି କବିତାଗୁଡ଼ିକ ପଢ଼ି ଶ୍ରୀ ରାୟଙ୍କ କବିତା ଲେଖା ଶୈଳୀକୁ ଆଦୃତ କରିବେ ବୋଲି ଆଶା କରାଯାଏ
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. ବେଦବନ୍ଧୁ ମିଶ୍ର, ଭୁବନେଶ୍ବର୍ | ଡିସେମ୍ବର୍ ୨୭, ୨୦୧୨ - ୧୦:୫୪ ପୂର୍ବାହ୍ନ
ବହିର ପ୍ରାପ୍ତି ସ୍ଥାନ ବିଷୟରେ ସୂଚନା ଦେଲେ ପାଠକ ମାନେ ଉପକୃତ ହେବେ Aprant Software Win XP, Google Chrome ରେ କାମ ଦେଉନି ସେଥିପାଇଁ ବିହିତ ପଦକ୍ଷେପ ନେବେ
୨. ମହେଶ୍ ପ୍ରସାଦ ଦାଶ, ମାନାମା , ବାହାରିନ୍ | ମାର୍ଚ୍ଚ୍ ୨୭, ୨୦୧୩ - ୧୨:୧୬ ପୂର୍ବାହ୍ନ
ଓଡିଆ ଭାଇ ଓ ଭଉଣୀ ମାନଙ୍କୁ,
ହୋଲି ର ଶୁଭ ଅବସର ରେ ଅନ୍ତରିକ ସୁଭେତ୍ସ୍ୟା
–ମହେଶ ଓ ଲିପ୍ସା
ଅଭିନନ୍ଦନ ହୋଲି ଉପଲଖ୍ୟେ
୩. ଅନିଲ, ତୁଡିଗଡିଆ, ବାଲେଶ୍ବର | ସେପ୍ଟେମ୍ବର୍ ୧୭, ୨୦୧୪ - ୨:୦୨ ପୂର୍ବାହ୍ନ
ମୁଁ ଏହି ଭଳି ଏକ ସାଇଟ୍ ତିଆରି କରିବାକୁ ଚାହୁଁଛି କେମିତି କରିବି ଦୟାକରି କୁହନ୍ତୁ