ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ନିଜକୁ ଛଳନା କରି
ଭଲ ପାଇବାଟାକୁ ଅତୀତର ଦ୍ବାହି ଦେଇ
ତା’ଠାରୁ ଦୂରେଇ ଯିବା ଆଗରୁ
ନିଜକୁ ଥରେ ପ୍ରଶ୍ନ ପଚାରିବ ?
ଯଦି କେବେ ପତ୍ର ପାଅ
ତା ମୃତ୍ୟୁ ଶଯ୍ୟାରୁ
‘ଟିକିଏ ଆସ’ ବୋଲି
ଆସିବ କି, ନ ଆସିବ ?
ଯଦି କେବେ ଦେଖ
ତୁମ ଅଗଣାରେ ନଈ ହୋଇ
ତା’ରି ଲୁହ ସବୁ ଯାଏ ବୋହି
ଅତୀତ ପ୍ରୀତିକୁ ଜାଗ୍ରତ କରି
କାନ୍ଦିବ କି, ନ କାନ୍ଦିବ ?
ତା ପାଇଁ ଯେଉଁ ସୋହାଗର ଫୁଲ
ମନ ବଗିଚାରୁ ତୋଳି ରଖିଥିଲ
ଆଉ କାହା ପାଇଁ ସମର୍ପି ଦେବାରେ
ତୁମ ହାତ ଥରିବ କି, ନ ଥରିବ
ସ୍ବପ୍ନରେ କେବେ ଶୀତୁଆ ରାତିରେ
ଏକା ସେ ଯାଉଛି ଦେଖି
ସ୍ନେହ ଭରା ସୁରେ
ଡାକିବ କି ନ ଡାକିବ
ଯଦି ସବୁ ଯାକ ହଁ
ତେବେ ପୁଣି ଥରେ ତୁମ ମନକୁ ପଚାର
ତୁମେ ସତରେ ତା’ଠାରୁ ଦୂରେଇ ପାରିଛ?
ଅଯଥା ଦମ୍ଭରେ ଅଭିମାନ କରି
ଭଲା କି ଲାଭ ପାଇବ
ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?
୧. Swayam | ଜୁନ୍ ୧୫, ୨୦୧୨ - ୧:୫୦ ଅପରାହ୍ନ
ଆପଣଙ୍କର “ତୁମେ” ଶବ୍ଦଟି ଅତି ନିଜର ଏବଂ ଅନ୍ତରଙ୍ଗ ମାୟାଧର ମାନସିଂହଙ୍କ ଅପୂର୍ବ କବିତା ମନେ ପଡିଲା-
“ସମସ୍ତେ କୁହନ୍ତି ତୁମେ ତୁମେ ବୋଲି ସେ ତୁମେ ର ମୂଲ୍ୟ କାହିଁ?
ତୁମେ ଯେତେବେଳେ ତୁମେ ବୋଲି କୁହ ଏତେ ମିଠା କାହିଁ ପାଇଁ?”
ଏମିତି ସୁନ୍ଦର ଲେଖନ୍ତୁ ଆଜ୍ଞା!ଆମେ ପଢିବୁ….ସ୍ବୟଂ
୨. ajit | ଜୁଲାଇ ୧୧, ୨୦୧୨ - ୭:୦୧ ପୂର୍ବାହ୍ନ
very nice one
୩. [email protected], manamunda boud odisha | ଡିସେମ୍ବର୍ ୧୩, ୨୦୧୨ - ୧୦:୪୭ ପୂର୍ବାହ୍ନ
very good
୪. ସନ୍ତୋଷ କୁମାର ବାରିକ୍, New Delhi | ଏପ୍ରିଲ୍ ୨୪, ୨୦୨୦ - ୪:୦୮ ପୂର୍ବାହ୍ନ
ଭାରି ମନଛୁଆଁ କବିତା ଲେଖିଛନ୍ତି।
କିଛି ଅତୀତର ଅଭୂଲା ସ୍ମୃତି ସବୁ ମନେ ପଡି ଯାଇଛି।