ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ନୟନ ର ସେଇ ପରଦା ତଳୁ
ଝରି ଯାଏ ଆଜି ପୁଣି ସେଇ ଅଶ୍ରୁଧାରା
ନୂଆ କଣ, ସେ ତ ସବୁବେଳେ କାନ୍ଦେ
ହେଲେ ଆଜି ..ନା କିଛି ଅଲଗା ଥିଲା
ଗୋଟିଏ ନୟନ ର ଅଶ୍ରୁଧାରା ରେ ଥିଲା ଉଷ୍ଣତା ଆଉ ଆରଟି ଶୀତଳ ଚନ୍ଦ୍ର ପରି
ଦୁହିଁଏ ଯେମିତି ମୋର ସେଇ ପଥର ଛାତି ଉପରେ ବରମ୍ବାର ପଡ଼ି
ତାକୁ ତରଳିବାକୁ କହୁଚନ୍ତି
ଆଉ କହୁଚନ୍ତି କାନ୍ଦେ ଆଜି ମନ ଖୋଲି କାନ୍ଦେ
ନୟନର ସେଇ କ୍ଷୁଦ୍ର ରନ୍ଧର ଥିବା ଶେଷ ଜଳ ବୁନ୍ଦା ସରିବା ଯାଏ କାନ୍ଦେ
ହେଲେ କେବେ ଭାବି ନଥିଲି ଯେ
ସେ ଜଳ ଧାରାରେ ବି ଏଭଳି ଏକ ପରିବର୍ତ୍ତନର ଢେଉ ଥିବ
ଗୋଟେ ପରେ ଗୋଟେ ବୁନ୍ଦା ଝରି ପଡୁଥାଏ
ଆଉ ପ୍ରତି ବୁନ୍ଦା ଯେମିତି ମୋ ଗାଲକୁ ଶକ୍ତ ଚାପୁଡ଼ା ମାରି
ମୋର ସବୁ ଭୁଲ୍ କୁ ଅନୁତପ୍ତ କରୁଥାଏ ମତେ
ସେଇ ଅନୁତପ୍ତ ରେ ଅନୁତାପ କରୁ ଥାଏ ମୋର ପ୍ରତି ଭୁଲ୍ କୁ
ଆଉ ମନ ଭରି କାନ୍ଦୁ ଥାଏ ସେଇ କ୍ଷଣିକ ପାଇଁ
କାରଣ ଅନୁତପ୍ତ ର ଆନଦ ଜଣେ ଅନୁତପ୍ତି ହି ଜାଣିଚି,
ସେ ଯୋଉ ଶୀତଳତା, ଯୋଉ ମାଦକତା ଆଉ ଯୋଉ ଶୂନ୍ୟତା
ରୁମ ମୁଳ ଜୀବିତ ହୋଇ ଉଠିଲା ମୋର
ବାସ୍ ଅଖି ଖୋଲି ଗଲା ମୋର
ସେଇ ଝରକା ଫାଙ୍କରେ ଆସୁ ଥିବା ଧଳା ଆଲୁଅ ରେ ଦେଖିଲି
ସତରେ ଥିଲା କିଛି ମୁକ୍ତା ପରି ଜଳ ବୁନ୍ଦା ମୋର ସେଇ ପଥର ଛାତି ଉପରେ
ପ୍ରାୟତ କିଛି ଭୁଲ୍ ହୋଇ ଯାଇଚି
ହେଲେ ମୁଁ ଅନୁତପ୍ତ କି ସେ ଅଜଣା ଭୁଲ୍ ପାଇଁ ମୁଁ ଅନୁତାପ କରି ପାରୁନି..
ମତାମତ ସଂଖ୍ୟା - ୯ ଆପଣଙ୍କ ମତାମତ ?
୧. ରଶ୍ମି ପରିଡା | ମେ ୨୬, ୨୦୧୨ - ୯:୨୪ ଅପରାହ୍ନ
ଭଲ ଲାଗିଲା
===============
“ହେଲେ ମୁଁ ଅନୁତପ୍ତ କି ସେ ଅଜଣା ଭୁଲ୍ ପାଇଁ ମୁଁ ଅନୁତାପ କରି ପାରୁନି..”-
==============
ଏହାର ଅର୍ଥ ମୁଁ ଖୋଜୁଛି….
୨. ହାଡିବନ୍ଧୁ ମାଝୀ | ଜୁନ୍ ୯, ୨୦୧୨ - ୮:୪୪ ପୂର୍ବାହ୍ନ
ବହୁତ୍ ଭଲ ହୋଇଛି
୩. deepak kumar nayak | ଜୁନ୍ ୧୪, ୨୦୧୨ - ୫:୫୯ ପୂର୍ବାହ୍ନ
thank you .
୪. ରଞ୍ଜନ କୁମାର ପାଣିଗ୍ରାହୀ | ଜୁନ୍ ୧୪, ୨୦୧୨ - ୮:୩୩ ପୂର୍ବାହ୍ନ
ଅତି ସୁନ୍ଦର କବିତା
୫. ajit | ଜୁଲାଇ ୧୩, ୨୦୧୨ - ୫:୧୨ ପୂର୍ବାହ୍ନ
satare kabita ti padhiba pare kehi jane bi nijar bhul mane pakaib……… bahut bhal lagila……
୬. ରଘୁନାଥ ରେଡି | ଜୁଲାଇ ୧୭, ୨୦୧୨ - ୬:୨୭ ପୂର୍ବାହ୍ନ
ବହୁତ ବଢିଆ ଲାଗିଲା
୭. ଆଶିଷ୍ କୁମାର ଦାଶ, ନ୍ୟୁଅର୍କ , ଯୁକ୍ତରାସ୍ଟ୍ ଅମେରିକା | ନଭେମ୍ବର୍ ୧୮, ୨୦୧୨ - ୨:୨୩ ଅପରାହ୍ନ
ବହୁତ ଭଲ ଲାଗିଲା . ଜୟ ଜଗନ୍ନାଥ
୮. ପ୍ରଦିପ ବିଶ୍ବାଳ, ଗୁହାଟି | ନଭେମ୍ବର୍ ୧୦, ୨୦୧୪ - ୮:୧୮ ପୂର୍ବାହ୍ନ
ଜନ୍ମ ମାଟିର ମୋହ କେବେ ଭୁଲି ହୁଏନା ୲
୯. ବିଭୁ ପ୍ରସଦ ରଥ | ଡିସେମ୍ବର୍ ୨୩, ୨୦୧୫ - ୯:୫୮ ପୂର୍ବାହ୍ନ
ବହୁତ୍ ସୁନ୍ଦର କବିତାଟି ହେଇଛି