ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ମୋ ଗାଁ !
ଏଇ ମୋ ଛୋଟିଆ ସୁନ୍ଦର ଗାଁ,
ରହିବାକୁ ମୋତେ ଦେଇଛି ଠାଁ
ଝାଟିମାଟି ଆମ ଚାଳଛପର,
କାନ୍ଥରେ ଦିଏ ମା ଝୋଟି ସୁନ୍ଦର
ଏଇଠି ବସି ମୁଁ ଦେଖେ ପ୍ରକୃତି,
ସବୁଜ ଶ୍ୟାମଳ ସୁନ୍ଦର ଅତି
ଧାନକେଣ୍ଡା ଅବା ସୁନାର ଝରା,
ନଡ଼ିଆ ପତର ସୁନ୍ଦର ତୋରା
ମୁକ୍ତବାୟୁ ଏଠି ଖୋଲା ଆକାଶ,
ସତେଜ ପରିବା, ସୁନ୍ଦର ଶସ୍ୟ
ଏହିପରି ଭାଗ୍ୟ କାହୁଁ ପାଇବ ?
ପ୍ରକୃତ ପ୍ରକୃତି ଧନସମ୍ପଦ
ମତାମତ ସଂଖ୍ୟା - ୧୪ ଆପଣଙ୍କ ମତାମତ ?
୧. ପ୍ରଶାନ୍ତ କୁମାର ଭୂୟାଁ | ସେପ୍ଟେମ୍ବର୍ ୨୯, ୨୦୧୨ - ୧୦:୫୧ ପୂର୍ବାହ୍ନ
ଭାଇ ଓ ଭଉଣୀମାନେ…!
ମୋ ଗାଁ, ଅତି ସରଳ, ସୁନ୍ଦର ଓ ଜୀବନ୍ତ ।
ଏହା କେବଳ ମୋର ନୁହଁ, ଆମ ସଭିଙ୍କ ଗାଁ ।
ଏଇଠି ଆମର ପିଲାଦିନ, ଯାନିଯାତ, ପିଠାପଣା ଓ ବନ୍ଧୁକୁଟୁମ୍ବ ର ଡୋର ଏବେବି ମନଟାକୁ ଟାଣି ଧରିଛି ।
ଏବେବି ଭାରତ ର ସ୍ପନ୍ଦନ ଗାଁରେ ହିଁ ରହିଅଛି ।
ସେଇ ଗାଁ ପାଇଁ ମୋର ଦୁଇଧାଡ଼ି ଲେଖା ଆପଣମାନଙ୍କ ପାଇଁ ।
ଧନ୍ୟବାଦ..!!
ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!
ପ୍ରଶାନ୍ତ କୁମାର ଭୂୟାଁ,
ଟରୋଣ୍ଟୋ, କାନାଡ଼ା,
ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ
୨. akshaya kumar rout | ଅକ୍ଟୋବର୍ ୪, ୨୦୧୨ - ୭:୧୭ ପୂର୍ବାହ୍ନ
bhala lagila apananka kabita prashanta babu
୩. ପ୍ରଶାନ୍ତ କୁମାର ଭୂୟାଁ, ଟରୋଣ୍ଟୋ | ଅକ୍ଟୋବର୍ ୮, ୨୦୧୨ - ୧:୧୮ ପୂର୍ବାହ୍ନ
ଅକ୍ଷୟ ଭାଇ,
ଆପଣଙ୍କୁ ବହୁତ ଧନ୍ୟବାଦ ଏହି କବିତାଟି ଭଲ ଲାଗିଥିବାରୁ ।
ଏହିଭଳି ଆହୁରି ଗାଁ ସମ୍ବନ୍ଧୀୟ କବିତା ଅଛି “ମୋ ଗାଁ” କବିତାଗୁଚ୍ଛରେ ।
ସମୟ ହେଲେ ପଢିବେ ।
ଆମେ ସବୁ ଏଠି ବିଦେଶରେ ସିନା ପଡ଼ି ରହିଛୁ ହେଲେ ମନଟା ସେଇ ଗାଁରେ…!!!
୪. ଶଙ୍କର୍ଷଣ, ପୋଲସର|, ଗଞ୍ଜମ | ଡିସେମ୍ବର୍ ୨, ୨୦୧୨ - ୧୨:୨୨ ପୂର୍ବାହ୍ନ
ଉକ୍ତ କବିତା ଟି ପଢି,
ସତରେ ମନେ ପଡିଯାଏ, ମୋ ଗାଁର ସବୁ ଘଟଣା ବଳି ଗାଁର ସବୁ ଘଟଣା ବଳିକୁ ମନେ ରଖିଥିବାରୁ ଅଶେଷ ଧନ୍ୟବାଦ୍ ପ୍ରଶାନ୍ତ ଭାଇ
୫. ପ୍ରଶାନ୍ତ କୁମାର ଭୂୟାଁ, ଟରୋଣ୍ଟୋ | ଜାନୁଆରୀ ୨, ୨୦୧୩ - ୨:୫୪ ଅପରାହ୍ନ
ଶଙ୍କର୍ଷଣ ଭାଇ,
ଆପଣଙ୍କୁ ଅଶେଷ ଧନ୍ୟବାଦ ମୋର କବିତା ଆପଣଙ୍କ ମନପସନ୍ଦ ହୋଇଛି ବୋଲି । ଏହିଭଳି “ଗାଁ “କବିତା ଆହୁରି ଅନେକ ଗୁଡ଼ିଏ ଲେଖି ରଖିଛି । ଏହା ସମସ୍ତଙ୍କ ପାଇଁ କ୍ରମାନ୍ୱୟରେ ଫେସ୍ବୁକ୍ରେ ପ୍ରକାଶିତ ହୋଇଆସୁଛି । ସମୟ ଓ ସୁଯୋଗ ମିଳିଲେ ଏହି ପୃଷ୍ଠାରେ ମଧ୍ୟ ପ୍ରକାଶିତ ହେବ । ଓଡ଼ିଆ ସାହିତ୍ୟ ପରିବାର ତଥା ଏହାର ପାଠକବୃନ୍ଦଙ୍କୁ ମୋର ନବବର୍ଷର ଶୁଭେଚ୍ଛା ।
ଧନ୍ୟବାଦ ।
ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!
୬. ବାଇଧର ଜେନା, ଆସିକା, ଗଞ୍ଜାମ | ଫେବୃଆରୀ ୨୨, ୨୦୧୩ - ୩:୦୪ ଅପରାହ୍ନ
ମୋତେ ଏବେ ଆମ ଓଡ଼ିଶା କଥା ମନେପଡ଼ିଲା, ଆପଣଙ୍କ ଏହି ଗାଁ କବିତାଟି ପଢ଼ି, ଆପଣଙ୍କୁ ଅଶେଷ ଧନ୍ୟବାଦ୍!
ଜୟ ଓଡ଼ିଶା…. ଜୟ ଓଡ଼ିଆ…. ଜୟ ଜଗନ୍ନାଥ….!!
୭. ଅଜୟ କୁମାର୍ ପଣ୍ଡା, ଜୋର୍ଡାନ୍ | ଏପ୍ରିଲ୍ ୧୫, ୨୦୧୩ - ୧୨:୨୦ ଅପରାହ୍ନ
ଆପଣଙ୍କ ଏହି କବିତା ପଢ଼ି ମୋତେ ବହୁତ୍ ଭଲ ଲାଗିଲା
୮. ପ୍ରଶାନ୍ତ କୁମାର ଭୂୟାଁ, ଟରୋଣ୍ଟୋ, ଓଣ୍ଟାରିଓ, କାନାଡ଼ା | ଅଗଷ୍ଟ୍ ୨୮, ୨୦୧୩ - ୧୦:୩୪ ଅପରାହ୍ନ
ବାଇଧର ଭାଇ,
ଅତ୍ୟନ୍ତ ପ୍ରସନ୍ନ ହେଲି ଆପଣଙ୍କ ମନ୍ତବ୍ୟ ପଢ଼ି ।
ଆପଣ ନିୟମିତ ଓଡ଼ିଆସାହିତ୍ୟ ଡଟ୍ କମ୍ ପୃଷ୍ଠାକୁ ଆସି ପଢୁଥାନ୍ତୁ ଆଉ ମନ୍ତବ୍ୟ ଦେଉଥାନ୍ତୁ । ଏହିଭଳି ପାଠକୀୟ ମନ୍ତବ୍ୟ ପ୍ରତ୍ୟେକ ଲେଖକ ପାଇଁ ଏକ ପ୍ରୋତ୍ସାହନ ।
ଧନ୍ୟବାଦ..!!
ସାହିତ୍ୟ ସର୍ବଦା ସମୃଦ୍ଧିଶାଳୀ ରହୁ … ସାହିତ୍ୟର ଜୟଯାତ୍ରା ଜାରୀ ରହୁ…!!!
ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!
ପ୍ରଶାନ୍ତ କୁମାର ଭୂୟାଁ,
ଟରୋଣ୍ଟୋ, କାନାଡ଼ା,
ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ
୯. ପ୍ରଶାନ୍ତ କୁମାର ଭୂୟାଁ, ଟରୋଣ୍ଟୋ, ଓଣ୍ଟାରିଓ, କାନାଡ଼ା | ଅଗଷ୍ଟ୍ ୨୮, ୨୦୧୩ - ୧୦:୩୭ ଅପରାହ୍ନ
ଅଜୟ ଭାଇ,
ମୋର କବିତା ପଢ଼ି ଆପଣ ଖୁସି ହେଲେ ଜାଣି ମୋତେ ବି ବହୁତ ଖୁସି ଲାଗିଲା ।
ଆପଣ ନିୟମିତ ଓଡ଼ିଆସାହିତ୍ୟ ଡଟ୍ କମ୍ ପୃଷ୍ଠାକୁ ଆସି ପଢୁଥାନ୍ତୁ ଆଉ ମନ୍ତବ୍ୟ ଦେଉଥାନ୍ତୁ । ଏହିଭଳି ପାଠକୀୟ ମନ୍ତବ୍ୟ ପ୍ରତ୍ୟେକ ଲେଖକ ପାଇଁ ଏକ ପ୍ରୋତ୍ସାହନ ।
ଧନ୍ୟବାଦ..!!
ସାହିତ୍ୟ ସର୍ବଦା ସମୃଦ୍ଧିଶାଳୀ ରହୁ … ସାହିତ୍ୟର ଜୟଯାତ୍ରା ଜାରୀ ରହୁ…!!!
ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!
ପ୍ରଶାନ୍ତ କୁମାର ଭୂୟାଁ,
ଟରୋଣ୍ଟୋ, କାନାଡ଼ା,
ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ
୧୦. ରଶ୍ମି ରଞ୍ଜନ ପରିଡା, କଣିହା ଓଡିଶା | ମାର୍ଚ୍ଚ୍ ୨୬, ୨୦୧୪ - ୧:୨୩ ଅପରାହ୍ନ
ଆଉ କଣ ଏମିତି ଗାଁ ସବୁ ଅଛି ସତରେ ?
୧୧. ଦାମୋଦର ବେହେରା, ସୁରତ ଗ୍ରାମ-ଗୋହିରିବାଡ଼ି, ଗଞ୍ଜାମ | ଜୁଲାଇ ୧୮, ୨୦୧୪ - ୪:୧୧ ପୂର୍ବାହ୍ନ
ପ୍ରଶାନ୍ତ ଭାଇ
ଗାଁ କବିତା ପଢ଼ି ଆମ ଗାଁ କଥା ମନେପଡ଼ିଗଲା ।
ସତରେ ଗାଁ କେଡ଼େ ସୁନ୍ଦର ।
୧୨. ପ୍ରଶାନ୍ତ କୁମାର ଭୂୟାଁ, ଭାଙ୍କୁଭର୍ | ଡିସେମ୍ବର୍ ୨୨, ୨୦୧୪ - ୩:୩୪ ଅପରାହ୍ନ
ଦାମୋଦର ଭାଇ…
ଗୁଣଗ୍ରାହିତା ନିମନ୍ତେ ଧନ୍ୟବାଦ…!!
ସାହିତ୍ୟ ସର୍ବଦା ସମୃଦ୍ଧିଶାଳୀ ରହୁ … ସାହିତ୍ୟର ଜୟଯାତ୍ରା ଜାରୀ ରହୁ…!!!
ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!
ପ୍ରଶାନ୍ତ କୁମାର ଭୂୟାଁ,
ଭାଙ୍କୁଭର୍, ବ୍ରିଟିଶ୍ କଲମ୍ବିଆ, କାନାଡ଼ା,
ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ
୧୩. ଅକ୍ଷୟ ସାହୁ, ଗ୍ରାମ-ବାହାରଣା ଜିଲ୍ଲା-ଜଗତସିଂହପୁର | ନଭେମ୍ବର୍ ୨୯, ୨୦୧୭ - ୨:୪୭ ପୂର୍ବାହ୍ନ
ପ୍ରିୟ
ପ୍ରଶାନ୍ତ ଭାଇ ତୁମର ଏହି ପ୍ରୟାସ ଜାରି ରଖ
ମୋତେ ତୁମର କବିତା ବହୁତ ଭଲ ଲାଗିଲା ।
ଆହୁରି ଅଧିକ ଏମିତି କବିତା ଲେଖିବା ପାଇଁ ମୋର ଅନୁରୋଧ
(ଇତି)
ଆପଣଙ୍କ ପ୍ରଶଂସକ
୧୪. ଦେବବ୍ରତ ଦାସ, କେନ୍ଦ୍ରାପଡା | ମେ ୩୧, ୨୦୧୯ - ୮:୦୭ ପୂର୍ବାହ୍ନ
କେମିତି କରିବି ମୁ ତୁମର ବର୍ଣନା
ଭଙ୍ଗୀ ତୁମ କରେ ଭଙ୍ଗ ଧ୍ୟାନ, ମୁଁ ଦେବବ୍ରତ
ସ୍ନିତ ହାସ୍ୟ ହିସାବ ର ନାହିଁ ଅର୍ଥଶାସ୍ତ୍ର
ସ୍ରଷ୍ଟା ର ସୃଷ୍ଟି ର ତୁମେ ଅବୁଝା ଅଧ୍ୟାୟ
ସପ୍ତମ ଋତୁ ର ତୁମେ ଅଲେଖା ଅଭିପ୍ରାୟ
ମନ ର ଅକ୍ଷାଂଶ ତୁମେ ହୃଦୟର ଦ୍ରାଘିମା
କେମିତି କରିବି ମୁ ତୁମର ବର୍ଣନା
ବହୁତ ସୁନ୍ଦର କବିତାଟି