ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଅବଶ୍ୟ ଏହି ସମର୍ପଣ ଭାବଟିରେ ସଦାସର୍ବଦା ଅଟଳ ରହିବା ଅତ୍ୟନ୍ତ କଷ୍ଟକର କଥା ପ୍ରଥମେ ଭାବ ଆସେ ମନରେ ମନରେ ଏହି ପବିତ୍ର ଭାବଟି ଆସିଲେ ବିରୋଧୀ ଶକ୍ତିମାନେ ଆକ୍ରମଣ କରି ଭାବଟିକୁ ନଷ୍ଟ କରିଦେବାକୁ ଚେଷ୍ଟା କରନ୍ତି କାରଣ ବିରୋଧୀ ଶକ୍ତି ଚାହାନ୍ତି ନାହିଁ ଯେ ବ୍ୟକ୍ତି ଭଗବତ୍ ଚେତନା ଆଡ଼କୁ ଅଗ୍ରସର ହେଉ ସେମାନେ ଚାହାନ୍ତି ମଣିଷ ତାର କର୍ଦ୍ଦମାକ୍ତ ବଳୟ ଭିତରେ ବନ୍ଦୀ ରହୁ ସଂକଳ୍ପକୁ ବାରମ୍ବାର ଅଟଳ ରଖିବାକୁ ଚେଷ୍ଟାକଲେ, କିଛିଦିନ ପରେ ବିରୋଧୀ ଶକ୍ତି କିଛି କରିପାରିବେ ନାହିଁ ନିରାଶ ହୋଇ ଶେଷରେ ନିଷ୍କ୍ରିୟ ହୋଇଯିବେ, ଅବଶ୍ୟ ଏହି କଥାଟି ଅତ୍ୟନ୍ତ କଷ୍ଟସାଧ୍ୟ ଏଥିପାଇଁ ଯଥେଷ୍ଟ ସମୟ ମଧ୍ୟ ଆବଶ୍ୟକ ଅବଶ୍ୟ ବ୍ୟକ୍ତିଭେଦରେ ସମୟର ସୀମା ଭିନ୍ନ ଭିନ୍ନ ହୋଇଥାଏ
ସମର୍ପଣ ଦୁଇ ପ୍ରକାରରେ ବିଭାଜନ କରାଯାଇପାରେ ଯଥା- ନିଷ୍କ୍ରିୟ ସମର୍ପଣ ଓ ସକ୍ରିୟ ସମର୍ପଣ ନିଷ୍କ୍ରିୟ ସମର୍ପଣ ହେଲା, କିଛି ଚେଷ୍ଟା ନକରି କେବଳ ଭଗବାନଙ୍କୁ ସମର୍ପଣ କରିବା ଅସ୍ପୃହା ଓ ପ୍ରତ୍ୟାଖ୍ୟାନ ଉପରେ ଗୁରୁତ୍ବ ନଦେଇ କେବଳ ସମର୍ପଣ ଭାବ ନେଇ ରହିଲେ ଯେଉଁ ସମର୍ପଣ ହୁଏ, ତାହାହେଲା ତାମସିକ ସମର୍ପଣ ବା ନିଷ୍କ୍ରିୟ ସମର୍ପଣ ଅନ୍ୟପ୍ରକାରର ସମର୍ପଣ ଅର୍ଥାତ୍ ସକ୍ରିୟ ସମର୍ପଣ ହେଉଛି ପୂର୍ଣ୍ଣ ସମର୍ପଣ ସେଥିରେ ଅସ୍ପୃହା ଓ ପ୍ରତ୍ୟାଖ୍ୟାନର ଭାବ ଓ ଚେତନା ସ୍ପଷ୍ଟରୂପେ ପରିସ୍ପୁଟ ହୋଇଥାଏ
ସକ୍ରିୟ ସମର୍ପଣର ପ୍ରଭାବ ବହୁତ ବେଶି ଏହା ଦ୍ବାରା କଠିନ ସମସ୍ୟା ସହଜ ଓ ସରଳ ହୋଇଥାଏ ଶ୍ରୀଅରବିନ୍ଦ ଏ ପ୍ରସଙ୍ଗରେ କହିଛନ୍ତି ଯେ ଯେଉଁମାନେ ନିର୍ବିଚାର ଓ ନିଃଶେଷରେ ଭଗବାନଙ୍କ ପାଖରେ ନିଜକୁ ସମର୍ପଣ କରିଥାନ୍ତି ସେମାନଙ୍କ ପାଖରେ ଭଗବାନ ଧରାଦିଅନ୍ତି ସେମାନଙ୍କ ଜୀବନର ଦାୟିତ୍ବ ଭଗବାନ ନିଅନ୍ତି ଯାହାକିଛି ଅସମ୍ଭବ ପରି ଜଣାଯାଏ ତାହା ଭଗବତ କରୁଣା ଦ୍ବାରା ସମ୍ଭବ ହୋଇପାରେ ମୂକକୁ ବାଚାଳ କରିବାର ଓ ପଙ୍ଗୁକୁ ଗିରି ଲଂଘନ କରିବାର ସାମର୍ଥ୍ୟ ସେହି ହିଁ ଦେଇପାରନ୍ତି ସମର୍ପଣ ସକ୍ରିୟ ହେଲେ ଭଗବାନ ନିଅନ୍ତି ବ୍ୟକ୍ତି ଜୀବନର ଦାୟିତ୍ବ ତା ଭିତରେ ଭରି ଦିଅନ୍ତି ଆଶା, ବିଶ୍ବାସ, ଧୈର୍ଯ୍ୟ, ସହିଷ୍ଣୁତା, ଆନନ୍ଦ ପବିତ୍ରତା ଇତ୍ୟାଦି ଇତ୍ୟାଦି ଅନେକ ସଦ୍ଗୁଣ ଯାହା ଫଳରେ ବ୍ୟକ୍ତିପାଏ ଆତ୍ମଶାନ୍ତି ଅନ୍ତରାଳରେ ରହି ଭଗବତ ଶକ୍ତି ବ୍ୟକ୍ତିର ଦେହ, ମନ ପ୍ରାଣର ଆଧାରରେ କାର୍ଯ୍ୟ କରନ୍ତି
ଏହି ସକ୍ରିୟ ସମର୍ପଣ ଆଦୌ ସାମୟିକ ସମର୍ପଣ ନୁହେଁ ଜୀବନର ଭଲ ଦିଗକୁ ଦେଖି ଦେଖି ସେ ଦିଗରେ ଅଗ୍ରଗତି ପାଇଁ ସମର୍ପଣ ଯଥେଷ୍ଟ ପ୍ରେରଣା ଦେଇଥାଏ ଏଥିପାଇଁ ପ୍ରଥମେ ଦରକାର ହେଲା ବିଶ୍ବାସ ଓ ନିର୍ଭରତା ଶ୍ରୀଅରବିନ୍ଦଙ୍କ ମତରେ ଦିବ୍ୟ ଜୀବନ ପାଇଁ ଯେଉଁ ତିନିଗୋଟି କଥା ଦରକାର, ତାହାହେଲା ପ୍ରତ୍ୟାଖ୍ୟାନ, ଅସ୍ପୃହା ଓ ସମର୍ପଣ ଏ ତିନୋଟି ଯାକ ପରସ୍ପର ପରିପୂରକ କାହାର ପ୍ରଥମେ ଆସେ ଅସ୍ପୃହା ପରେ ଆସେ ସମର୍ପଣ କାହା କାହାର ଆଗ ଆସେ ସମର୍ପଣ ପରେ ପ୍ରତ୍ୟାଖ୍ୟାନ ତେବେ ଗୋଟିଏ ଆସିଲେ ଅନ୍ୟଟି ଏବଂ କ୍ରମଶଃ ଅନ୍ୟ ଦୁଇଟି ଆସନ୍ତି ତ୍ରିବେଶୀ ସଙ୍ଗମରେ ଜୀବନ ସ୍ନିଗ୍ଧ ସୁନ୍ଦର ପବିତ୍ର ତୀର୍ଥରେ ପରିଣତ ହୁଏ ପାର୍ଥିବ ପରିବେଶ ହୁଏ ଅପାର୍ଥିବ ଆନନ୍ଦର ଏକ ସୁଲଳିତ କାବ୍ୟ ବିଶ୍ବ ଜୀବନରେ ଭରିଯାଏ ଅପୂର୍ବ ଛନ୍ଦର ମନମୋହିନୀ ମାଧୁରିମା ନବଉଷାର ସୁକୁମାର ସ୍ପର୍ଶରେ ଦିଗଦିଗନ୍ତ ସମୁଜ୍ଜ୍ବଳ ଓ ଶୁଚିସ୍ମିତ ହୋଇଉଠନ୍ତି
ପୃଷ୍ଠା ସଂଖ୍ୟା : 1 2
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. ସୁରଥ କୁମାର ପାଢ଼ୀ | ଜୁନ୍ ୨, ୨୦୧୧ - ୬:୫୭ ପୂର୍ବାହ୍ନ
ପ୍ରବନ୍ଧଟି ଖୁବ୍ ଭଲ ଲାଗିଲା, ବ୍ଯକ୍ତିଗତ ଭାବେ ମୋ ପାଇଁ ଏହା ଏକ ସ୍ମରଣ ଚିହ୍ନ ଥିଲା, ମୋତେ ପୁଣି ଥରେ ମନେ ପକେଇଦେଇଥିଲା ସମର୍ପଣ ହିଁ ଶାନ୍ତି ଓ ସଫଳତାର ମୂଳମନ୍ତ୍ର
୨. Sudhansu Swain | ଡିସେମ୍ବର୍ ୧, ୨୦୧୧ - ୧୦:୦୫ ପୂର୍ବାହ୍ନ
ଭଲ ହୋଇଛି
୩. ନିହାର ମହାପାତ୍ର | ମାର୍ଚ୍ଚ୍ ୧୯, ୨୦୧୨ - ୧୨:୧୭ ଅପରାହ୍ନ
ବହୁତ ଭଲ ଲାଗିଲା