ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ତମ ଗାଁରେ ଝିପିଝିପି ମେଘ ବରଷିଲେ
ମୋ ଗାଁ ଅନେଇ ରହେ
ତମ କିଆ ଗୋହିରୀରେ ମୟୁର ନାଚିଲେ
ମୋ ଗାଁ ଉଦାସ ହୁଏ
ତମେ ଚଉଁରାମୂଳେ ଜାଳିଦେଲେ ଦୀପ
ମନ ମୋ ମହକିଯାଏ
ତମେ ଯେବେ ଗାଅ ଶ୍ରାବଣର ଗୀତ
ହୃଦୟ ମୋ ଭିଜିଯାଏ
ତମ ଗାଁ ନଦୀ
ତରତର ଚାଲି
ବାଟ ଯଦି ଭୁଲି ଯାଏ
ନିଦ ନଭାଙ୍ଗୁଣୁ
ରାତିର ଯୌବନ ସ୍ବପ୍ନ ସବୁ ବୁଡ଼ିଯାଏ
ତମ ଗାଁ ନଦୀ
ଛଳ ଛଳ ସୁଅ,
ହାତ ଠାରି ଡାକୁଥାଏ
ମୋ ଗାଁ ନୀତି
ମଠେଇ ମଠେଇ,
ଦେହକୁ ପଖାଳୁଥାଏ
ତମ ଗାଁ ର ନାଲି ଟୁକୁ ଟୁକୁ ସାଧବବୋହୂ
ଟିପେଇ ଟିପେଇ ଆମରି ଗାଁ ରେ ଚାଲେ
ଆମରି ଗାଁ ର ଦୁଷ୍ଟ ପ୍ରଜାପତି
ତମ ବଗିଚାର ଫୁଲରେ ଫଳରେ ବସେ
ତମ ଗାଁ ଗୋଟେ ଦୁଷ୍ଟ କଳାଜାଇ
ମୋ ଗାଁ ଚିବୁକରେ
ମୋ ଗାଁ ଗୋଛେ ଲାଲ୍ କଇଁଫୁଲ
ତମ ଗାଁ ସରସୀରେ
ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?
୧. ବିଜନ ରାୟ୍ | ମେ ୨୫, ୨୦୧୨ - ୫:୧୮ ପୂର୍ବାହ୍ନ
ସୁନ୍ଦର,ଖୁବ୍ ସୁନ୍ଦର.
୨. Bikash | ମେ ୨୫, ୨୦୧୨ - ୧୧:୦୫ ଅପରାହ୍ନ
Romantic….Well Written…
୩. Ashok kumar sethi | ମେ ୨୭, ୨୦୧୨ - ୧୧:୩୩ ଅପରାହ୍ନ
HRUDAY SPARSHI…
୪. ବ୍ୟଙ୍ଗକବି ଚିତ୍ତରଞ୍ଜନ ଓଝା | ମେ ୨୯, ୨୦୧୨ - ୧୨:୨୬ ପୂର୍ବାହ୍ନ
ଦେହଟା ମୋ ରହିଅଛି ଖାଲି ଆମ ଗାଁ ରେ
ହେଲେ ହୃଦୟଟା ପରା ପ୍ରିୟା, ତୁମ ଗାଁରେ……..
୫. ବିଜୟା ଲକ୍ଷ୍ମୀ ବେହେରା, କେନ୍ଦ୍ରାପଡା | ଅକ୍ଟୋବର୍ ୧୩, ୨୦୧୨ - ୬:୩୩ ପୂର୍ବାହ୍ନ
ଲେଖାଟି ବହୁତ ସୁନ୍ଦର୍ …..ଧନ୍ୟବାଦ
୬. ନମିତ ଦାଶ, ବ୍ରହ୍ମପୁର , ଓଡିଶା | ଫେବୃଆରୀ ୨୩, ୨୦୧୩ - ୪:୦୦ ପୂର୍ବାହ୍ନ
ବହୁତ ସୁନ୍ଦର କବିତା……………ସତରେ ତମ ଗାଁ ଆଉ ଆମ ଗାଁର ଦୂରତ୍ବ କମି କମି ଯାଏ……….ବର୍ଷା….ବସନ୍ତ…ବୈଶାଖରେ……ଧନ୍ୟବାଦ.
୭. ନମିତା ଦାଶ, ବ୍ରହ୍ମପୁର୍.ଗଞ୍ଜମ୍.ଓଡିଶା | ମାର୍ଚ୍ଚ୍ ୮, ୨୦୧୩ - ୧୨:୫୭ ଅପରାହ୍ନ
ଭଲ ଲଗିଲା………..ସତରେ ଆମ ଗାଁ ଆଉ ତମ ଗାଁ ର ଦୂରତ୍ବ କମି କମି ଯାଏ……..ବର୍ଷା…ବସନ୍ତ…ବୈଶାଖରେ………..ଧନ୍ୟବାଦ