ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଆମ ଗାଁ ମୁଣ୍ଡରେ
ସେ ପଦ୍ମପୋଖରୀ !
ତା ପେଟରେ ପେଟେ
ଗ୍ରାମସଡ଼କ ଯୋଜନାର ମାଟି
ଛାତିରେ ତୀର ଭଳି ଗଳିଯାଇଛନ୍ତି
କେତେଟା କଂକ୍ରିଟ୍ ପିଲାର
ତାକୁ ମୃତ୍ୟୁଦଣ୍ଡ ଦେଇଥିବା
କୃଷକ ବଜାରର ଆଖିରେ
ଆଜି, ତାର ଏକ ପ୍ରାମାଣିକ ଚିତ୍ର
ଇଡ଼ିୟଟ ବାକ୍ସ ଭିତରେବି
ମେଘ ନଥିବା ଅମାବାସ୍ୟା ରାତିର
ଆକାଶୀ ତାରା ମାନଙ୍କ ଠାରୁ
ଖୁବ୍ ସୁନ୍ଦର ଦିଶୁ ଥିଲା
ଶହ ଶହ ପଦ୍ମଫୁଲ ମାନଙ୍କ
ସଂରକ୍ଷିତ ମନଖୋଲା ହସ
ପଦ୍ମମାନେ ହସୁଥିଲେ
ପରଦା ଉପରେ
ନିଜ ଗାଁ ପଦ୍ମପୋଖରୀର
ହଜିଲା ରୂପରେ
ଗାରେ ହସ ଉକୁଟି ଉଠିଲା
ଚାରିକୋଡ଼ି ଛୁଇଁ ଥିବା
ଜଣେ ବୃଦ୍ଧଙ୍କ ଓଠରେ
ଠିକ୍ ସେତିକିବେଳେ
ତଥାପି ବଞ୍ଚିଥିବା ଗୋଟିଏ ପଦ୍ମକଢ଼ି
ମଣ୍ଡକୋଡ଼ି କାନ୍ଦୁଥିଲା
କୃଷକ ବଜାରର ପାଇଲିଂ ଖୁଣ୍ଟରେ
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. ନମିତା ଦାଶ, ବ୍ରହ୍ମପୁର, ଗଞ୍ଜମ୍, ଓଡିଶା.. | ମାର୍ଚ୍ଚ୍ ୧୧, ୨୦୧୩ - ୮:୪୨ ପୂର୍ବାହ୍ନ
ପ୍ରକୃତି ଗନ୍ତାଘର ଉପରେ,,କଙ୍କ୍ରିଟ୍ ଆଧୁନିକୀ କରଣର ଜବର୍ ଦଖଲର ସୁନ୍ଦର୍ ପ୍ରତିଛବିତିଏ……….ବହୁତ୍ ସୁନ୍ଦର…..ଧନ୍ୟବାଦ
୨. ଦାମୋଦର ବେହେରା, ଗୋହିରିବାଡ଼ି ,ଭଂଜନଗର,ଗଂଜାମ | ଫେବୃଆରୀ ୧, ୨୦୧୪ - ୯:୪୭ ପୂର୍ବାହ୍ନ
ବହୁତ ଭଲ ହୋଇଛି
ଧନ୍ୟବାଦ
୩. ବିଶ୍ବଜିତ ନାୟକ | ଫେବୃଆରୀ ୨୬, ୨୦୧୪ - ୧୧:୧୫ ପୂର୍ବାହ୍ନ
ପୃଷ୍ଠାଟି ବହୁତ ଭଲ ଲାଗିଲା ଧନ୍ୟବାଦ୍