ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
* ମୁଁ ଓ ତୁମେ *
ମୁଁ ଯେ ପାହାନ୍ତି ପହର ଦୂର ଦିଗନ୍ତର
ମଉଳା ଚନ୍ଦ୍ରଲେଖା
ତମେ କାକର ପଖଳା ସୌମ୍ୟ ସକାଳ
ସୂର୍ଯ୍ୟ କିରଣ ମଖା |୦|
ତମେ ସ୍ବପ୍ନ ବିଭୋର ପ୍ରଥମ ପ୍ରଣୟ
ଖିଆଲି ମନର ନିଶା
ମୁଁ ଯେ ଝରା ଶେଫାଳିର ଉଜୁଡ଼ା ଅତୀତ
ଦହନର ପରିଭାଷା
ତମେ ସମ୍ଭାବନାର ଆଲୋକଧାରା, ମୁଁ
ମୁଦ୍ରିତ ଦୀପଶିଖା… |୧|
ତମେ ପ୍ରୀତି-ପିଆଲାର ସଜ ଅନୁଭୂତି
ଜିଇଁବାର ମିଠା ଲୋଭ
ମୁଁ ଯେ ତଳ ବରଡ଼ାର ହାହାକାର ଭରା
ଅନ୍ତିମ ଅନୁଭବ
ତମେ ଫଗୁଣ ବନର ସବୁଜ ମାୟା, ମୁଁ
ଝରା ପତ୍ରର ଶାଖା… |୨|
* ଜୀବନ *
ଜୀବନକୁ ବେଳେବେଳେ
ବୁଝି ହୁଏନା
ସବୁଥାଇ ବଞ୍ଚିବାକୁ
ଇଚ୍ଛା ହୁଏନା |୦|
ଆଖି ଥାଇ ବେଳେବେଳେ ସ୍ବପ୍ନ ମିଳେନା
ପାଦଥାଇ ଚାଲିବାକୁ ପଥ ମିଳେନା
ବେଳେବେଳେ ଦୁଃଖ ଆସେ ସହି ହୁଏନା
ମନକଥା କାହା ଆଗେ କହି ହୁଏନା
ଅଭିମାନ ଆସେ ମନେ
ଅଭିଯୋଗ କରି ହୁଏନା… |୧|
ମନ ଖୋଜେ ମନପାଇଁ ଏମିତି ସାଥୀ
ବୁଝୁଥିବ ଦୁଃଖସୁଖ ସେନେହ ପ୍ରୀତି
ଜୀବନରେ ସାଥୀ ମିଳେ ପ୍ରୀତି ମିଳେନା
ସୁଖ ଟିକେ ଖୋଜୁ ଖୋଜୁ ମିଳେ ଯନ୍ତ୍ରଣା
ପ୍ରତିବାଦ ଆସେ ମନେ
ପ୍ରତିଶୋଧ ନେଇ ହୁଏନା… |୨|
ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?
୧. ପ୍ରଶାନ୍ତ କୁମାର ସାହୁ | ଅଗଷ୍ଟ୍ ୩୧, ୨୦୧୨ - ୬:୦୬ ପୂର୍ବାହ୍ନ
ବହୁତ ବଢିଆ ହେଇଛି
ଧନ୍ୟବାଦ ଶଶିଭୁଶଣ ସାର୍
୨. ବିମଲ | ଅଗଷ୍ଟ୍ ୩୧, ୨୦୧୨ - ୮:୪୯ ପୂର୍ବାହ୍ନ
ବହୁତ ବଢିଆ ଲଗିଲ
ଧନ୍ୟବାଦ ଶଶି ସାର୍
୩. A Nayak | ସେପ୍ଟେମ୍ବର୍ ୧୨, ୨୦୧୨ - ୧୧:୫୮ ପୂର୍ବାହ୍ନ
Namaste and Thank you to Dr. Sashi Bhuasan Behera for the poem. Absolutely enjoyed it.
A Nayak
USA
୪. ସତ୍ୟ ରଞ୍ଜନ ଷଡ଼ଙ୍ଗୀ, ବାଲେଶ୍ବର | ଅକ୍ଟୋବର୍ ୨୦, ୨୦୧୨ - ୬:୩୧ ପୂର୍ବାହ୍ନ
ଧନ୍ୟବାଦ,ସାର୍
୫. ନିଶିଗନ୍ଧା, Cuttack | ଅକ୍ଟୋବର୍ ୨୦, ୨୦୧୨ - ୬:୩୯ ପୂର୍ବାହ୍ନ
ଧନ୍ୟବାଦ,ଆଜ୍ଞା
୬. ମଲୟ କୁମାର ସିଂହ, ଝାରସୁଗୁଡା,ଓଡିଶା | ନଭେମ୍ବର୍ ୨୯, ୨୦୧୨ - ୩:୦୨ ପୂର୍ବାହ୍ନ
ଆପଣଙ୍କ ଏଇ “ଜୀବନ” ଗୀତିପାଠରେ ଯେଉଁ ପରିପ୍ରକାଶ କରିଛନ୍ତି ତାହା ଅବର୍ଣ୍ଣନିୟ ବହୁତ୍ ବହୁତ୍ ଧନ୍ୟବାଦ, ଜୀବନର ଭାଷା କୁ ଆପଣ ପରିପ୍ରକାଶ କରିଥିବାରୁ
୭. Peasants Kumar Das, Saket,New Delhi, Delhi. | ନଭେମ୍ବର୍ ୨୬, ୨୦୨୦ - ୧:୪୪ ଅପରାହ୍ନ
ଗୀତି କବିତା ଦୁଇଟି ଅତୀବ ମନଛୁଆଁ ହୋଇଛି। ସୁନ୍ଦର ଶବ୍ଦ ବିନ୍ୟାସ, ଭାବର ପ୍ରବାହ ପ୍ରାଞ୍ଜଜ ହୋଇ ସରସ କବିତା ହୋଇଛି ।