ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ମାଆ !
ତୁମେ ଆସିବ ବୋଲି
ମାଟି-ମଲାଟ ରେ
ବିଛେଇ ଯାଇଛି
ସବୁଜ ଘାସ-ଗାଲିଚା
ନଈ, ପୋଖରୀର କାଚକେନ୍ଦୁ ପାଣି
ଅନାଇ ରହିଛି-
ପଦ ଯୁଗଳ ଧୌତ ପାଇଁ..
ଚାମର କରୁଛି
ଶୁଭ୍ର କାଶତଣ୍ଡୀ
ରଜତ ଜୋଛନା
ବିଞ୍ଚି ଦେଇଛି ଜହ୍ନ
ଧରା-ଅଗଣାରେ
ଶେଫାଳି ଗୁନ୍ଥିଛି ହାର
ସାଜିବାକୁ କବରୀରେ
ଘରେ ଘରେ,
ପୁରେ ପୁରେ,
ସରୁଚକୁଳି, ଛୁଞ୍ଚିପତରରୁ
ମଣ୍ଡାପିଠା ଯାଏ
ଚାଲିଛି ତିଆରି
ନୈବେଦ୍ୟ ପାଇଁ ପୂଜାରେ
ନୀଳ ପଦ୍ମ ଢ଼ଳ ଢ଼ଳ,
ସ୍ବାଗତ ପାଇଁ
ପ୍ରଜାପତି, ଭ୍ରମର ମାଳ ମାଳ
ଆସ ମା !
ବାଢ଼ିବାକୁ ଭକ୍ତି ନୈବେଦ୍ୟ
ସମସ୍ତେ ବ୍ୟାକୁଳ
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. ବିଜନ ରାୟ୍ | ଅକ୍ଟୋବର୍ ୧୮, ୨୦୧୨ - ୧୨:୪୪ ପୂର୍ବାହ୍ନ
ସୁନ୍ଦର କବିତା ଟିଏ.
୨. sannyasi nayak, manamunda baudh | ଏପ୍ରିଲ୍ ୧୮, ୨୦୧୩ - ୪:୨୭ ଅପରାହ୍ନ
ଖୁବ ସୁନ୍ଦର
୩. ମନ୍ମଥ କୁମାର ଦଲେଇ | ସେପ୍ଟେମ୍ବର୍ ୧୩, ୨୦୧୬ - ୯:୪୬ ଅପରାହ୍ନ
ଅତି ବଢିଆ ହେଇଛି . ମାଆ ନିଶ୍ଚୟ ପ୍ରସନ୍ନ ହେବେ.