ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଜୋଛନା ଗୋ ! ତୁମେ ଲୁଚନା,
ନୀଳ ଆକାଶର ନୀଳ ମେଘ ତଳେ ଲୁଚନା
ଓହ୍ଲାଇ ଆସଗୋ ଏ ଉତ୍କଳ ଭୂମେ
ଝରାଇ ସୁଷମା ବନ୍ୟା,
ଉତ୍ତୁଙ୍ଗ ଶିଖରୀ ତୁମରି ପରଶେ
ହସିଉଠି ହେଉ ଧନ୍ୟା
ଛୁଇଁ ଯାଉ ତୁମ କାଉଁରୀ ଝଲକ
କୁଞ୍ଜ କାନନ କନ୍ୟା,
ସଜାଇ ଦିଅଗୋ ତୁମରି ହସ୍ତେ
ରୂପସୀ ଉତ୍କଳ ମାନ୍ୟା
ମରାଳମାଳିନୀ ଚିଲିକା ବୁକୁ ଗୋ
ଛାଡ଼ି ତୁମେ ଚାଲି ଯାଅନା,
ଖୁସି ହେଉଥାଉ ଓଡ଼ିଆ ପୁଅ ଗୋ
ହେଜି କବିର କଳ୍ପନା
ନୀଳ ଚିକୁରା ମହାନଦୀ ଜଳେ
ଖେଳ ଖେଳୁଥାଅ ଜୋଛନା,
କବି ମାୟାଧର ଗାଥାର ଭୋଳେ
ମନଭରି ତୁମ କାମନା
ବାଷ୍ପୀୟ ଶକଟ ଧାର ତୋ ପରଶେ
ହସାଅ ନ କରି ଛଳନା,
ଗବାକ୍ଷ ଫାଙ୍କରେ ଦେଖୁ ଓଡ଼ିଆ ଗୋ
ଉତ୍କଳ-ମଣିର ଚେତନା
ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?
୧. ଜିତୁ ପାତ୍ର | ଅଗଷ୍ଟ୍ ୧୩, ୨୦୧୨ - ୨:୦୦ ପୂର୍ବାହ୍ନ
ବହୁତ ବଢ଼ିଆ ହେଇଛି………………
୨. ରଘୁନାଥ ପ୍ରଧାନ, ବୌଦ୍ଧ,ଓଡିଶା | ମାର୍ଚ୍ଚ୍ ୧୮, ୨୦୧୮ - ୫:୫୪ ପୂର୍ବାହ୍ନ
କବିତାଟି ବାସ୍ତବରେ ଖୁବ୍ ମନଛୁଆଁ ହୋଇଛି ।