ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଚାହୁଁ ଚାହୁଁ ଝରିଗଲା
ଋତୁ ଫୁଲର ରଙ୍ଗ
ଶୀତ ଛାଡ଼ି ଉଷୁମେଇ ଗଲା ଦିନ
ପକ୍ଷାଘାତ ପବନର ହାଲୁକା
ହାତ ଗୋଡ଼ ହଲା ଝୁଲା ଭିତରେ
କେମିତି ବଦଳି ଗଲା ଋତୁ;
ବଉଳେଇ ଗଲା ଗଛ
ଦେଖ ! ଦେଖ ! ଦାଣ୍ଡରେ ଦିଶିଲେଣି
ରାଧାମାଧବଙ୍କ ବେଶ..
ଧର ଧର ହାତରେ ମୁଠେ ଫଗୁ ଧର
ନାଲି, ହଳଦୀ, ନାରଙ୍ଗୀ ଓ ସବୁଜ ବର୍ଣ୍ଣର
ଆଖିବୁଜି ଫୋପାଡ଼ି ଶୂନ୍ୟକୁ
ଆହୁରି ଉଚ୍ଚକୁ….. ଉଚ୍ଚକୁ
ଘୃଣାର କଳା ବାଦଲ ଚିରି
ପୁଣିଥରେ ଆତ୍ମିୟତାର ରଙ୍ଗରେ
ପଖାଳି ଯାଉ ଏ ସହର
ହାତରେ ମୁଠେ ଫଗୁ ଧର
ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?
୧. ନମିତା ଦାଶ, ବ୍ରହ୍ମପୁର,ଗଞ୍ଜମ୍..ଓଡିଶା | ମାର୍ଚ୍ଚ୍ ୧୧, ୨୦୧୩ - ୮:୨୧ ପୂର୍ବାହ୍ନ
ଖୁବ୍ ସୁନ୍ଦର୍ ମନଛୁଆଁ କବିତା………..ଧନ୍ୟବାଦ
୨. Arnapurna Behera, Rourkela | ମାର୍ଚ୍ଚ୍ ୧୨, ୨୦୧୩ - ୭:୨୨ ପୂର୍ବାହ୍ନ
ସୁନ୍ଦର୍ …ଅଭିନନ୍ଦନ୍
୩. ବ୍ୟଙ୍ଗକବି ଚିତ୍ତରଞ୍ଜନ ଓଝା | ମାର୍ଚ୍ଚ୍ ୨୬, ୨୦୧୩ - ୩:୪୬ ପୂର୍ବାହ୍ନ
ବହୁତ ସୁନ୍ଦର ହେଇଛି ଲେଖାଟି………….
୪. ପ୍ରଦୀପ୍ତ କର, ପତ୍ରପୁର, ଆଳି, କେନ୍ଦ୍ରାପଡ଼ା | ମେ ୧୧, ୨୦୧୮ - ୭:୩୪ ପୂର୍ବାହ୍ନ
ପ୍ରିୟ ବନ୍ଧୁଗଣ , କବିତା ଅତିଅନ୍ତ ମଧରୁ ଅଛି। ଆଉ କିଛି ଭୀମଭୋଇ , ବଳଦେବ ରଥ କବିତା ଉପସ୍ଥାପନ କଲେ ଆମେ ଖୁସି ହେବୁ।