ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ମରିଯାଇଛି ଭୋକ,
ଲିଭିଯାଇଛି ନିଆଁ,
ହେଲେ ତିନି ମୁଣ୍ଡକୁ ସଳଖି ବସିରହିଛି ଚୁଲି
କ୍ଷୟ ହେଇନି ଚୁଲି ଭିତରର ଆଶା
ଅତୀତର ଉପହାସ,
ସ୍ମୃତିର କଟାଳ,
ଚୁଲିର ଖୋଜିଲା ଖୋଜିଲା ଆଖି,
ବିଡ଼େ କାଠ, ଝୁଲେ ନିଆଁ,
ଯାହାର ଉଷୁମ ସ୍ପର୍ଶରେ
ସହଜ ହୁଅନ୍ତା ମୁକ୍ତିତୀର୍ଥରେ ପହଞ୍ଚିବା
ଅତୀତର କଳ୍ପନା ନାହିଁ,
ଅବଲୁପ୍ତର ଅନୁରୂପ ନାହିଁ
ପୁରୁଣା ଚୁଲି, ପୁରୁଣା ଦେହ
ଝିଙ୍କା, କନ୍ଧା, ସବୁ ଫୁରୁସିଗଲାଣି
ନୂଆ ଗଢଣଟିଏ ତିଆରିଚାଲିଛି
ସମୟ ସିନ୍ଦୁକ ଭିତରେ,
ଅତି ଗୋପନୀୟ ଭାବରେ
କିନ୍ତୁ, ଚୁଲି କଣ ପାଶୋରିପାରୁଛି
ସେଇ ଫୁଟାଭାତର ଉଷୁମ ବାସ୍ନା,
ଉତୁରିଲା ପେଜର ସିଁ ସିଁ ଗୀତ
ଭୋକ ମରିଯାଇଛି, ଲିଭିଯାଇଛି ନିଆଁ
ଏବେ ନିଆଁର ଉଷ୍ମ ଆମୋଦକୁ
ଚୁଲିର ବାହୁନିବା ହିଁ ସାର
●
ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?
୧. Purna chandra acharya | ସେପ୍ଟେମ୍ବର୍ ୯, ୨୦୧୧ - ୮:୧୩ ପୂର୍ବାହ୍ନ
Awesome.
୨. Goutam Das | ଡିସେମ୍ବର୍ ୨୪, ୨୦୧୨ - ୪:୫୬ ପୂର୍ବାହ୍ନ
ଭଲ ଲାଗିଲା…..
୩. M K Dalei | ସେପ୍ଟେମ୍ବର୍ ୧୪, ୨୦୧୬ - ୮:୪୦ ପୂର୍ବାହ୍ନ
Madam, Your title is well justified. Total poem is enriched with odia literature. Enjoyed evry line. Thank u for sharing such a beautiful poem…….Regards.
୪. ମନ୍ମଥ କୁମାର ଦଳେଇ | ସେପ୍ଟେମ୍ବର୍ ୨୯, ୨୦୧୬ - ୫:୪୦ ପୂର୍ବାହ୍ନ
ବହୁତ ସୁନ୍ଦର ଉପସ୍ଥାପନା ।”ସେଇ ଫୁଟାଭାତର ଉଷୁମ ବାସ୍ନା,
ଉତୁରିଲା ପେଜର ସିଁ ସିଁ ଗୀତ” ଏହି ଦୁଇ ଧାଡି କବିତାର ଶୀର୍ଷକକୁ ଯଥାର୍ଥ କରିବାରେ ସହାୟକ ହେଇଛନ୍ତି । ବହୁତ ଭଲ ଲାଗିଲା ।