ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଅସ୍ତ ଗଗନେ ଅସ୍ତଛବି ମୁଁ
ସାଥୀ ମୋର ଅସ୍ତରାଗ,
ଅସ୍ତରାଗରେ ମୋ ଜୀବନ ଲିପି
ଲଭିଅଛି ସାଧୁବାଦ
ଆଦିମ ନାହିଁ ଅନ୍ତିମ ନାହିଁ
ମଧ୍ୟମ ସିନା ସ୍ଥିତି,
ମଧ୍ୟମ ନୁହେଁ ମାଧ୍ୟମ ମୁହିଁ
ଅନ୍ତରଙ୍ଗ କଳା ସୃଷ୍ଟି
ନନ୍ଦନ ବନେ ବନ୍ଦିନୀ ନାମେ
ଯଦି ବା ହେଲି ଖ୍ୟାତ,
ନନ୍ଦିନୀ ନୁହେଁ ବନ୍ଦିନୀ ନୁହେଁ
ଶୂନ୍ୟର ଅଭିଷେକ
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. ROHIT NAIK, BBSR | ଅକ୍ଟୋବର୍ ୧୯, ୨୦୧୨ - ୧୦:୨୪ ପୂର୍ବାହ୍ନ
Kabita khub uchha manara
୨. dillip kumar nayak, Rourkela | ଜାନୁଆରୀ ୧୬, ୨୦୧୩ - ୧୦:୪୦ ଅପରାହ୍ନ
Dhanyabad Sudhanshu mahasaya, mote tinoti bada majhire kichhi rahigala pari lagila.
୩. Rojaline jena, konark,puri | ଜୁଲାଇ ୨୭, ୨୦୧୩ - ୧:୫୨ ପୂର୍ବାହ୍ନ
Respected sir,
your poem has touched the bottom of my heart.Beautiful creation.Thanks
Rojaline Jena (B.sc,M.C.A)