ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଅତିରଞ୍ଜିତ ଅଭିନୟ ଯୋଗୁଁ
ବହିର୍ଭୂତ ମୁଁ ମଞ୍ଚରୁ
ମନୋରମ ଶବ୍ଦ ପଛରେ
ଗୋଲ୍ଗୋଲ୍ କଥା ଉହାଡ଼ରେ
ଲୁଚାଇ ରଖିଥିବା ଛଳନାର ବାରୁଦ
ବିସ୍ଫୋରଣରେ ନିଜର ହିଁ ଅପମୃତ୍ୟୁ
ଅତିରଞ୍ଜିତ ଅଭିନୟ ଯୋଗୁଁ
ମୁଁ ମଞ୍ଚ ବହିର୍ଭୂତ
ଛାତି ତଳେ ଚପାଇ ଆବେଗର ଜ୍ବାଳା
ନିରୁଦ୍ବିଗ୍ନ ଉଚ୍ଚାରଣ ବେଳେ
କେତେ ଅସହାୟ ମଣିଷ, ଯଦି
ଅନେକ ଅଭ୍ୟାସ ପରେ ବି
କହିଥିବା କଥାଟିର ଅର୍ଥ
ବାହାରିଯାଏ ହାତ ମୁଠାରୁ
ବଦଳିଯାଏ କୁହାଯାଇଥିବା ଉଦ୍ଦେଶ୍ୟରୁ
ଶବ୍ଦର ତୀକ୍ଷ୍ଣତା ଯୋଗୁଁ ହିଁ
କେହି କଥା ପଦକରେ
ମରିବା ନିଷ୍ପତ୍ତି କରେ ତ
ଆପଣାର କଥା ପଦେ ଶୁଣି
କିଏ ପୁଣି ବଞ୍ଚିବାକୁ ଚାହେଁ
ଜୀବନର ଶେଷ ସମୟରେ
ମୋର ଥିଲା ସାଧାସିଧା
ଅଭିନୟ, ଏକ ପାର୍ଶ୍ବ ଚରିତ୍ରର
ଶବ୍ଦର ମୁକୁଟ ପିନ୍ଧି
ହାତରେ ଧରି ଶବ୍ଦ ତରବାରି
ଅତିରଞ୍ଜିତ ଅଭିନୟ ଯୋଗୁଁ
ଶେଷରେ ମୁଁ ବହିର୍ଭୂତ ମଞ୍ଚରୁ
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. ଅରୁନ୍ଧତି ମିଶ୍ର ପଟ୍ଟନାୟକ | ଅକ୍ଟୋବର୍ ୫, ୨୦୧୨ - ୩:୨୪ ଅପରାହ୍ନ
ବହୁତ୍ ଭଲ ଲାଗିଲା, ହୃଦୟକୁ ଛୁଇଁ ଗଲା ପରି ଲେଖା..
୨. [email protected], manamunda boud odisha | ଡିସେମ୍ବର୍ ୧୩, ୨୦୧୨ - ୧୦:୫୬ ପୂର୍ବାହ୍ନ
abhinaya apanaka bastaba bhababesh khub manachuaa …..
୩. Rojaline jena, konark,puri | ଜୁଲାଇ ୨୭, ୨୦୧୩ - ୧:୪୫ ପୂର୍ବାହ୍ନ
Respected sir,
your poem (in odia language) is fantastic.I also write poems.But I am a fresher in this sector.Always I visit this site to get new ideas.And today I visited your owesome poem.Its really outstanding.It touched the bottom of my heart.
Thanks