ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଭୁବନେଶ୍ବର: ସମୟର ସ୍ବର ଶୁଣିବା ଓ ଚିହ୍ନିବା ଜଣେ ସାହିତ୍ୟ ପତ୍ରିକାର ସମ୍ପାଦକଙ୍କ ଦାୟିତ୍ବ ବାସ୍ତବ କବିତା ବା ଗଳ୍ପ ସଂଗ୍ରହ କରିବା ଓ ଏହାର ପ୍ରଚାର ଓ ପ୍ରସାର ପ୍ରତି ପ୍ରାଥମିକତା ଦେବା ସେମାନଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ବରିଷ୍ଠ ତଥା ବର୍ଷିୟାନ୍ ସାହିତ୍ୟିକ ମନୋଜ ଦାସ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ଓଡ଼ିଆ ସାହିତ୍ୟ ପତ୍ରିକା ସମ୍ପାଦକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଦାସ ଏହା କହିଥିଲେ ଏକାଡ଼େମୀର ସଭାପତି ସାତକଡ଼ି ହୋତାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଦାସ ସାହିତ୍ୟ ପତ୍ରିକାର ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ସେହି ତୁଳନାରେ ଦାୟିତ୍ବବାନ ସମ୍ପାଦକଙ୍କ ସଂଖ୍ୟା ବୃଦ୍ଧି ପାଇନାହିଁ ବୋଲି କହିଥିଲେ ଏଥିରେ ସମ୍ମାନିତ ଅତିଥି ଭାବେ ‘ଝଙ୍କାର’ ପତ୍ରିକାର ସମ୍ପାଦକ ସରୋଜ ରଞ୍ଜନ ମହାନ୍ତି, ସମ୍ପାଦନା ହେଉଛି ଏକ କଳା ଏବଂ ଭାଷା ଓ ବ୍ୟାକରଣ ଜ୍ଞାନ ଉପରେ ସମ୍ପାଦକଙ୍କ ଦକ୍ଷତା ରହିବା ଜରୁରି ବୋଲି କହିଥିଲେ ପ୍ରଥମ ଅଧିବେଶନ ଶେଷରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଉପସଭାପତି ଗିରି ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ
କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ‘ଓଡ଼ିଆ ପତ୍ରପତ୍ରିକାର ବିବର୍ତ୍ତନ ଓ ଇଣ୍ଟର୍ନେଟ୍ ଯୁଗରେ ଓଡ଼ିଆ ପତ୍ରପତ୍ରିକା: ସଙ୍କଟ ଓ ସମ୍ଭାବନା’ ସଂପର୍କରେ ଆଲୋଚନା ହୋଇଥିଲା ଏଥିରେ ‘ପୌରୁଷ’ ପତ୍ରିକାର ସମ୍ପାଦକ ଅସିତ୍ ମହାନ୍ତି ପୌରହିତ୍ୟ କରି ଓଡ଼ିଆ ଖବରକାଗଜ ଓ ପତ୍ରପତ୍ରିକା ମଧ୍ୟରେ ଉତ୍ତମ ସମନ୍ବୟ ରହିବା ଆବଶ୍ୟକ ବୋଲି କହିଥିଲେ ସମ୍ପ୍ରତି ଇଣ୍ଟରନେଟ୍ର ବହୁଳ ପ୍ରଚାର ଓ ପ୍ରସାର ଫଳରେ କେତେକ ଓଡ଼ିଆ ପତ୍ରିକା ଏହି ଦୌଡ଼ରେ ସାମିଲ୍ ହେବା ଓଡ଼ିଆ ଭାଷା ପାଇଁ ଭଲ ସୂଚନା ବୋଲି ସେ କହିଥିଲେ ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠିତ ସାହିତ୍ୟିକ ଡ. ଅର୍ଚ୍ଚନା ନାୟକ ଯୋଗଦେଇ ଓଡ଼ିଆ ପତ୍ରିକା ବିଶେଷ କରି ସାହିତ୍ୟ ପତ୍ରିକା କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟ ବିଷୟରେ କହିଥିଲେ ବିଶେଷ କରି ପାଠକମାନଙ୍କ ଆଗ୍ରହ ଓ ରୁଚିକୁ ଦୃଷ୍ଟିରେ ରଖି ପତ୍ରିକାର ବିଷୟ ଓ ଲେଖା ପ୍ରକାଶ କରାଯିବା ଉପରେ ଡ. ନାୟକ ଗୁରୁତ୍ବ ଦେଇଥିଲେ ଏହି ଆଲୋଚନାରେ ରମାକାନ୍ତ ଜେନା, କେଦାର ମିଶ୍ର ଓ ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ ପ୍ରମୁଖ ଭାଗ ନେଇଥିଲେ
ସେହିପରି ଅପରାହ୍ନରେ ଅନୁଷ୍ଠିତ ତୃତୀୟ ତଥା ଶେଷ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ଡ.ଶକୁନ୍ତଳା ବଳିୟାରସିଂହ ମୁଖ୍ୟଅତିଥି ଭାବେ ଡ. ନବକିଶୋର ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ସୁଶାନ୍ତ କୁମାର ନାୟକ ଏହି ଅବସରରେ ପବିତ୍ର ପାଣିଗ୍ରାହୀଙ୍କ ‘ଐତିହାସିକ ମନ୍ମଥନାଥ ଦାସ’ ଗିରିଜା ପ୍ରସାଦ ବସୁଙ୍କ ‘କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ’ ସୁସ୍ମିତା ରଥଙ୍କ ‘କବି ଭାନୁଜୀ ରାଓ’ ଓ ସୁପ୍ରଭା ରାୟଙ୍କ ଦ୍ବାରା ଓଡ଼ିଆରେ ଅନୁବାଦ ହୋଇଥିବା ଆଶାପୂର୍ଣ୍ଣ ଦେବୀଙ୍କ ମୂଳ ବଙ୍ଗଳା ଉପନ୍ୟାସ ‘ଶବ ସାଧକ’ ପୁସ୍ତକ ଉନ୍ମୋଚିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପତ୍ରପତ୍ରିକା ସମ୍ପାଦକ ଏବଂ ସାହିତ୍ୟିକମାନେ ଉପସ୍ଥିତ ଥିଲେ
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. ବନଜl ମହାନ୍ତି, କଟକ | ମାର୍ଚ୍ଚ୍ ୭, ୨୦୨୦ - ୩:୩୯ ପୂର୍ବାହ୍ନ
ଓଡ଼ିଆ ସାହିତ୍ୟ ଭାଷାର ଏକ ପ୍ରେମିକର ନମସ୍କାର l ଓଡ଼ିଆ ସାହିତ୍ୟ ଚକ୍ରରେ ମୋତେ ସାମିଲ କରନ୍ତୁ l ଧନ୍ୟବାଦ l