ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଗତ ତିନି ବର୍ଷ ପାଇଁ ଏହାର ସର୍ବୋଚ୍ଚ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ପାଇଁ ପ୍ରଥିତଯଶା ସାହିତ୍ୟିକଙ୍କ ନାମ ଘୋଷଣା କରାଯାଇଛି ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରଶେଖର ରଥ, ଡକ୍ଟର ଗଗନେନ୍ଦ୍ରନାଥ ଦାଶ ଓ ବ୍ରଜନାଥ ରଥ ଏକାଡେମୀର ଏହି ସର୍ବୋଚ୍ଚ ସାରସ୍ବତ ସମ୍ମାନ ପାଇବେ ଏହା ବ୍ୟତୀତ ୨୦୧୩ ମସିହା ପାଇଁ ୨୫ଜଣ ବୟୋଜ୍ୟେଷ୍ଠ ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ଏକ ସ୍ବତନ୍ତ୍ର ଉତ୍ସବରେ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ବତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ୨୦୧୦ ମସିହା ପାଇଁ ଚନ୍ଦ୍ରଶେଖର ରଥ ଏହି ପୁରସ୍କାର ପାଇବାକୁ ଥିଲାବେଳେ ୨୦୧୧ ମସିହା ପାଇଁ ଡକ୍ଟର ଗଗନେନ୍ଦ୍ରନାଥ ଦାଶ ଓ ୨୦୧୨ ମସିହା ପାଇଁ ବ୍ରଜନାଥ ରଥଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିବ ଏକାଡେମୀର ସଭାପତି ସାତକଡ଼ି ହୋତାଙ୍କ ଅଧ୍ୟକ୍ଷତାରେ ଜୁଲାଇ ୧୪ ତାରିଖରେ ଏକାଡେମୀର କାର୍ଯ୍ୟକାରୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି
ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ପାଇଁ ସାହିତ୍ୟିକମାନଙ୍କୁ ନଗଦ ୫୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ ସେହିଭଳି ଅନ୍ୟ ସମ୍ବର୍ଦ୍ଧିତ ସାହିତ୍ୟିକମାନେ ପୁରସ୍କାର ଅକାରରେ ନଗଦ ୫ ହଜାର ଟଙ୍କା ଓ ମାନପତ୍ର ପାଇବେ ୨୦୧୩ ପାଇଁ ଫକୀରମୋହନ ଶତପଥୀ, ସୂର୍ଯ୍ୟପ୍ରିୟା ପାଣିଗ୍ରାହୀ, ନିମାଇଁ ଚରଣ ପଟ୍ଟନାୟକ(ନୟାଗଡ଼), କବିପ୍ରସାଦ ମିଶ୍ର, ଅପୂର୍ବ ରଞ୍ଜନ ରାୟ, ଯଦୁନାଥ ସାହୁ, ଦେବରାଜ ସାହୁ, ନିମାଇଁ ଚରଣ ପଣ୍ଡା, ନିର୍ମଳା ମହାନ୍ତି, ରାହାସ ରାୟ, ଅରୁଣ କୁମାର ପଣ୍ଡା, ବିଜୟ କୁମାର ନନ୍ଦ, ଦୟାନିଧି ଦାଶ, ଶ୍ୟାମସୁନ୍ଦର ମହାପାତ୍ର, ବନମାଳି ସାହୁ, ଭାଗବତ ପ୍ରସାଦ ନନ୍ଦ, ଧନପତି ରଥ, ରଘୁନାଥ ଡାକୁଆ, ସୁରେନ୍ଦ୍ରନାଥ ଦାଶ (ନବରଙ୍ଗପୁର), ଅଟଳବିହାରୀ ପଣ୍ଡା, ଉମାକାନ୍ତ ଦାଶ, ବିମ୍ବାଧର ବେହେରା, ଲାବଣ୍ୟଚନ୍ଦ୍ର ସାହୁ, ବ୍ରଜ କିଶୋର ମହାନ୍ତି(କଟକ) ଓ ଘନଶ୍ୟାମ ଧଳଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦିଆଯାଇଛି
ଅନ୍ୟପକ୍ଷରେ ଗତବର୍ଷ ଘୋଷଣା ହୋଇଥିବା ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ରେ ୨୦୧୦ ବର୍ଷ ପାଇଁ ଡକ୍ଟର ଗଗନେନ୍ଦ୍ରନାଥ ଦାଶଙ୍କ ନାମକୁ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାୟର ହୋଇଥିଲା ଏହା ଫଳରେ ଏହି ପୁରସ୍କାର ପ୍ରଦାନକୁ ଏକାଡେମୀ ପକ୍ଷରୁ ସ୍ଥଗିତ ରଖାଯାଇଥିଲା ଏହି କ୍ରମରେ ୨୦୧୧ ବର୍ଷ ପାଇଁ ପୁରସ୍କାର ନିମନ୍ତେ ଘୋଷିତ ହୋଇଥିବା ଡ.ଦାଶ ପୁରସ୍କାର ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ପୁରସ୍କାର ଘୋଷଣା ବାବଦରେ ନାମ ଘୋଷଣା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଡ.ଦାଶ ଏହି ସୂଚନା ଦେବା ସହିତ ବିଗତ ଦିନରେ ତାଙ୍କ ନାମ ପୁରସ୍କାର ତାଲିକାରେ ଥିବାକୁ ନେଇ ଅଦାଲତରେ ମାମଲା ହୋଇଥିବାରୁ ସେ ଏହିପରି ଘଟଣାରେ ଜଡ଼ିତ ରହିବା ପାଇଁ ଆଗ୍ରହୀ ନୁହଁନ୍ତି ବୋଲି କହିଛନ୍ତି ଏହା ସହିତ ଏକାଡେମୀର ଘୋଷଣାକୁ ସମ୍ମାନ ଜଣାଇବା ସହିତ ବିନମ୍ରତାର ସହିତ ଡ.ଦାଶ ଏହି ପୁରସ୍କାର ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ଅନ୍ୟପକ୍ଷରେ ୨୦୧୦ ଓ ୨୦୧୨ ପାଇଁ ପୁରସ୍କାର ପାଇବାକୁ ଘୋଷିତ ସାହିତ୍ୟିକମାନେ ପୁରସ୍କାର ବାବଦରେ ଘୋଷଣା ଶୁଣିବା ପରେ ଏଥିପାଇଁ ଏକାଡେମୀର ଚୟନ କର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି