ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ରାଉରକେଲା: ବିଶିଷ୍ଟ କବି ତଥା ସମାଲୋଚକ ଡକ୍ଟର ହରପ୍ରସାଦ ଦାସ ଦ୍ବିତୀୟ ଓଡ଼ିଆ ଭାବେ ସମ୍ମାନଜନକ ୨୬ତମ ମୂର୍ତ୍ତିଦେବୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ‘ମହାଭାରତ’ ମହାକାବ୍ୟର ବିଷୟକୁ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରି ସମକାଳୀନ ଭାରତୀୟ ସାହିତ୍ୟରେ ଏକ ନୂତନ ଧାରା ସୃଷ୍ଟି କରିଥିବା ଡକ୍ଟର ଦାସଙ୍କ କବିତା ସଙ୍କଳନ ‘ବଂଶ’ ପାଇଁ ୨୦୧୨ ବର୍ଷ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ଭାରତୀୟ ଜ୍ଞାନପୀଠ ପ୍ରତିଷ୍ଠାନ ପକ୍ଷରୁ ପ୍ରଦତ୍ତ ଏହି ପୁରସ୍କାର ହେଉଛି ସାହିତ୍ୟ କ୍ଷେତ୍ରରେ ଦେଶର ଦ୍ବିତୀୟ ସର୍ବୋଚ୍ଚ ପୁରସ୍କାର ଏହି ପୁରସ୍କାର ପ୍ରଦାନ ପାଇଁ ଗଠିତ ବିଦ୍ବାନମାନଙ୍କର ଏକ କମିଟି ପକ୍ଷରୁ ଏହାର ଅଧ୍ୟକ୍ଷ, ସାହିତ୍ୟିକ ତଥା କେନ୍ଦ୍ର ଆଇନ୍ ମନ୍ତ୍ରୀ ବୀରାପ୍ପା ମୋଇଲି ପ୍ରଥମେ ଉକ୍ତ ପୁରସ୍କାର ବାବଦରେ ଡ.ଦାସଙ୍କୁ ସୂଚନା ଦେଇଥିଲେ ଏହି ପୁରସ୍କାର ପାଇଁ ମନୋନୀତ ହେବା ପରେ ଡ.ଦାସ ତାଙ୍କ ପ୍ରତିକ୍ରିୟାରେ ଏଥିପାଇଁ ଜ୍ଞାନପୀଠ ପ୍ରତିଷ୍ଠାନକୁ କୃତଜ୍ଞତା ଜ୍ଞାପନ କରିବା ସହିତ ଓଡ଼ିଆ ଭାଷାର ଆଉ ଏକ ଗ୍ରନ୍ଥ ସମକାଳୀନ ଭାରତୀୟ ଭାଷାବିଭାଗରେ ସମ୍ମାନୀତ ହୋଇଛି ବୋଲି କହିଛନ୍ତି ଏହା ଫଳରେ ଅଧିକରୁ ଅଧିକ ଓଡ଼ିଆ ଭାଷାର ସାହିତ୍ୟିକ ପ୍ରେରଣା ପାଇବେ ବୋଲି ଡ.ଦାସ କହିଛନ୍ତି ଆଜି ସୁଦ୍ଧା ଡକ୍ଟର ଦାସଙ୍କର ୧୧ଟି କବିତା ସଙ୍କଳନ, ୪ଟି ଗଦ୍ୟ ସଙ୍କଳନ, ୩ଟି ଅନୁବାଦ ସଙ୍କଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଇବା ସହିତ ଦୈନିକ ସମ୍ବାଦରେ ‘ଓଡ଼ିଆ ଜାତିର ଜୀବନ ଚିନ୍ତା’ ନାମରେ ତାଙ୍କର ସ୍ତମ୍ଭଗୁଡ଼ିକ ଯଥେଷ୍ଟ ପାଠକୀୟ ସ୍ବୀକୃତି ହାସଲ କରିଛି
୧୯୮୩ ରୁ ଆରମ୍ଭ ହୋଇଥିବା ଏହି ପୁରସ୍କାର ଚର୍ଚ୍ଚିତ ଉପନ୍ୟାସ ‘ଯାଜ୍ଞସେନୀ’ ପାଇଁ ୧୯୯୧ ମସିହାରେ ପ୍ରଥମ ଓଡ଼ିଆଭାବେ ପ୍ରତିଭା ରାୟଙ୍କୁ ପ୍ରଦାନ କରାଯାଇଥିଲା ଜ୍ଞାନପୀଠ ପ୍ରତିଷ୍ଠାନର ପ୍ରତିଷ୍ଠାତାଙ୍କ ମାତାଙ୍କ ନାମରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. ଡକ୍ଟର ରବିନରୟଣ ମହାରଣା, କଟକ (ଓଡିଶା) | ସେପ୍ଟେମ୍ବର୍ ୭, ୨୦୧୩ - ୪:୧୯ ପୂର୍ବାହ୍ନ
ଡକ୍ଟର ହରପ୍ରସାଦ ଦାସଙ୍କୁ ମୂର୍ତ୍ତୀଦେବୀ ସମ୍ମାନ ପାଇଁ ଅନେକ ଅନେକ ଅଭିନନ୍ଦନ ଦ୍ବିତୀୟ ବିଜେତା ଭାବରେ ସେ ଆମ ଓଡିଶାର ମର୍ଯ୍ୟାଦାକୁ ସର୍ବଭାରତୀୟ ସ୍ତରରେ ବହୁଗୁନିତ କରିଛନ୍ତି ତାଙ୍କୁ ମୋର ସରସ୍ବତ ପ୍ରଣାମ