ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଭୁବନେଶ୍ବର: ଗତକାଲି କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୩ ବର୍ଷର ଅନୁବାଦ ସାହିତ୍ୟ ପୁରସ୍କାର ବାବଦରେ ଘୋଷଣା କରାଯାଇଛି ଘୋଷଣା ମୁତାବକ ଓଡ଼ିଆ ଭାଷା ପାଇଁ ସମ୍ପ୍ରତି ନୂଆଦିଲ୍ଲୀରେ ରହୁଥିବା ବିଳାସିନୀ ମହାନ୍ତି ପ୍ରସିଦ୍ଧ ଉର୍ଦ୍ଦୁ ଲେଖକ ସାଦତ୍ ହାସନ୍ ମଣ୍ଟୋଙ୍କ ୫୦ଟି କ୍ଷୁଦ୍ରଗଳ୍ପର ଅନୁବାଦ ପୁସ୍ତକ ‘ଅନାବୃତ ଅନ୍ଧକାର’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ପୂର୍ବରୁ ଶ୍ରୀମତୀ ମହାନ୍ତି ଅନେକ ବିଖ୍ୟାତ ଭାରତୀୟ ଓ ଅନ୍ୟ ଭାଷାର ସହିତ୍ୟିକମାନଙ୍କର ପୁସ୍ତକ ଅନୁବାଦ କରି ପରିଚିତ ହୋଇଛନ୍ତି ସୂଚନା ମୁତାବକ ଏକ ସ୍ବତନ୍ତ୍ର ଉତ୍ସବରେ ଶ୍ରୀମତୀ ମହାନ୍ତିଙ୍କ ସମେତ ଅନ୍ୟ ଭାରତୀୟ ଭାଷାରେ ପୁରସ୍କାର ପାଇଥିବା ସାହିତ୍ୟିକମାନଙ୍କୁ ନଗଦ ୫୦ହଜାରଟଙ୍କା ସହିତ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯିବ
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. chitaranjan naik, angul | ଜାନୁଆରୀ ୨୧, ୨୦୧୫ - ୬:୩୦ ଅପରାହ୍ନ
it must be very good for odian