ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ସତ୍ୟପ୍ରିୟ ମହାଳିକଙ୍କ ଦ୍ବାରା ଲିଖିତ ଓ ଟାଇମ୍ ପାସ୍ ଦ୍ବାରା ପ୍ରକାଶିତ ମାତ୍ର ଛୟାନବେ ପୃଷ୍ଠାର ଛୋଟ ଉପନ୍ୟାସ ‘କଭର ଷ୍ଟୋରି’ ଆମ ସାମାଜିକ ଅସଙ୍ଗତି ଓ ଅବଜ୍ଞାର ଏକ ଶକ୍ତିଶାଳୀ କାରୁଣ୍ୟ ଚାରିବର୍ଷର କୁନିଝିଅଟିଏ ଯିଏ ଜୀବନ କ’ଣ ବୁଝି ନାହିଁ, ଯିଏ ଯୌବନ କ’ଣ ଜାଣେ ନାହିଁ ତାକୁ ଧର୍ଷଣ କରାଯାଏ ଅତି ଭୀଷଣ ଭାବେ – ତା’ପରେ କ’ଣ ହୁଏ ?
ଦଳିତ ଜାତିର ଏକ ଧର୍ଷିତା କୁନି ଝିଅ ଓ ତା’ର ପରିବାର ନ୍ୟାୟ ପାଇଁ ଦଉଡନ୍ତି ଶାସନ ଓ ନ୍ୟାୟତନ୍ତ୍ରକୁ ଓ ପଶି ଯାଆନ୍ତି ଅନ୍ଧାରୀ ଗୁମ୍ଫା ଭିତରେ ନ୍ୟାୟ ତା ପାଇଁ ଅପହଞ୍ଚ ପଦ୍ମଫୁଲ ଅଣ୍ଟେ ପାଣିରେ ପଶି ତୋଳି ଆଣିବାର ଅଭିଶାପରେ ନୟାନ୍ତ ହୁଏ ଏ ପରିବାର କୁନି ଝିଅର ମାନସିକ ପୀଡା, ସାମାଜିକ ପ୍ରତାରଣା ଓ ସର୍ବୋପରି ପୁରୁଷତାନ୍ତ୍ରିକ ବିଧିବ୍ୟବସ୍ଥାର କ୍ରୁର ଉପହାସ ଏ ସମଗ୍ର ଉପନ୍ୟାସକୁ ଯେତିକି କରୁଣ କରିଛି ସେତିକି କରିଛି କ୍ରାନ୍ତିକାରୀ
ସତ୍ୟପ୍ରିୟ ମହାଳିକ ନିଜ ସାହିତ୍ୟରେ ଜୀବନ ଓ ବାସ୍ତବତା ପ୍ରତି ବେଶି ଯତ୍ନଶୀଳ ତଥାକଥିତ କଳ୍ପନାର କାନଭାସ୍ରେ ମିଛ ଆଦର୍ଶ ଓ ଶସ୍ତା ସ୍ବପ୍ନ ଆଙ୍କିବା ତାଙ୍କର ସଉକ ନୁହେଁ ବରଂ ଜୀବନର ଧୂଷର ବାସ୍ତବତା ଓ କାରୁଣ୍ୟ ଆଡେ ସେ ସଚେତନ ଦୃଷ୍ଟି ଚାହିଁ ରହିବାକୁ ଭଲ ପାଆନ୍ତି ସେଇଥିପାଇଁ ‘କଭର ଷ୍ଟୋରି’ ଉପନ୍ୟାସ ସମ୍ବେଦନଶୀଳ ଓ ସଂକ୍ରାମକ
ଲେଖକଙ୍କ ଭାଷାରେ ଏହା ଏକ ସୁନ୍ଦର କାହାଣୀ ନୁହେଁ ଏହା ଏକ ପରିକଳ୍ପନା ନୁହେଁ ବା ଏଥିରେ କେଉଁଠି ହେଲେ ବି ଏକ ଧାରାବାହିକ ଗଳ୍ପ ପ୍ରବଣତା ନାହିଁ ଏହା ସତ୍ୟ ଓ କଳ୍ପନାର ଏକ ମଧ୍ୟମ ଅବସ୍ଥା
ଉପନ୍ୟାସର ଚରିତ୍ର, ତଥ୍ୟ, କାହାଣୀର ଉପସ୍ଥାପନା ଓ ନାମକରଣ ଆଦିରେ ଯେଉଁ ଅଭିନବତାର ସ୍ପର୍ଶ ରହିଛି ତାହା ଉପନ୍ୟାସକୁ ଏକ ସ୍ବତନ୍ତ୍ରତା ଆଣିଦିଏ ଏହାର କଳାତ୍ମକ ଦିଗ ମଧ୍ୟ ଅଣ ପାରମ୍ପରିକ ଲୋକକଥା, ମିଥ୍ ଓ ଅତିକଳ୍ପନାର ଏକ ମିଶ୍ରିତ ଉପସ୍ଥାପନରେ ଉପନ୍ୟାସଟି ସମୃଦ୍ଧ
ସତ୍ୟପ୍ରିୟଙ୍କ ଅନ୍ୟାନ୍ୟ ଉପନ୍ୟାସ (ଶୂନ୍ୟକାଳ, ଅର୍ଦ୍ଧକଥା, ଅଣପୁରୁଷ ଓ ଅପ୍ରାପ୍ତ ବୟସ୍କ) ଓ କାହାଣୀମାନଙ୍କରେ (ଅଳ୍ପଗଛ, ସେହିସବୁଦିନ, ଗଳ୍ପପୁରୁଷ, କଥାତନ୍ତ୍ର ଓ କୁହୁକଦର୍ପଣ) ସ୍ବତନ୍ତ୍ରତା ବ୍ୟବହୃତ ହୋଇଥାଏ ଓ ପ୍ରତ୍ୟେକ ଉପନ୍ୟାସ ପରସ୍ପରଠାରୁ ଭିନ୍ନ ହୋଇଥାଏ ଏଥିରେ ମଧ୍ୟ ତାହା ପ୍ରତିପାଦିତ ହୋଇଛି ସର୍ବୋପରି ଛୋଟ ଛୋଟ ପାରାଗ୍ରାଫ ଓ ଗୋଟିଏ ଗୋଟିଏ ପାରାଗ୍ରାଫକୁ ନେଇ ଗୋଟିଏ ଅଧ୍ୟାୟର ପରିକଳ୍ପନା ଅପୂର୍ବ ଓ ଅଭିନବ ଭାଷା ସଂରଚନା ଓ କାହାଣୀ କଥନରେ ସତ୍ୟପ୍ରିୟ ଅଦ୍ବିତୀୟ ସମକାଳୀନ କଥା ସାହିତ୍ୟରେ ଅନାଲୋଚିତ, ଅଭିନବ ଓ ଅସ୍ପୃଶ୍ୟ ଘଟଣାକୁ କଳାତ୍ମକ ଢଙ୍ଗରେ ପ୍ରକାଶ କରିବାରେ ସତ୍ୟପ୍ରିୟଙ୍କ ଦକ୍ଷତା ଅତୁଳନୀୟ କଭର ଷ୍ଟୋରି ଏକ ଚମତ୍କାର ଉପନ୍ୟାସ
ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?
୧. Sushant Biswal | ଫେବୃଆରୀ ୨୭, ୨୦୧୧ - ୧୧:୨୩ ଅପରାହ୍ନ
This story is very nice. thanks to you.
୨. ଶୁଭେନ୍ଦୁ ଶେଖର ଗିରି | ଅଗଷ୍ଟ୍ ୨୮, ୨୦୧୧ - ୨:୫୩ ପୂର୍ବାହ୍ନ
ସତ୍ୟପ୍ରିୟ ମହାଳିକ ଙ୍କ ସବୁ ଲେଖା ଗୁଡିକ ସବୁବେଳେ ସହଜ ଆଉ ସୁନ୍ଦର ହୋଇଥାଏ ଲେଖକଙ୍କୁ ସାଧୁବାଦ
୩. Santosh Panda | ମେ ୧୫, ୨୦୧୨ - ୧୨:୨୩ ପୂର୍ବାହ୍ନ
Many many best wishes n thanks for enriching the odia literature by these new generation creators…
୪. ମ୍ରୁତ୍ୟୁଞ୍ଜୟ ସାମଲ, Cuttack, Odisha | ମାର୍ଚ୍ଚ୍ ୪, ୨୦୧୩ - ୨:୨୦ ପୂର୍ବାହ୍ନ
ଏଭଳି ଏକ ସୁନ୍ଦର ପ୍ରୟାସ କରି ଆପଣ ପୁସ୍ତକ ପଠନ ପ୍ରତି ଆଗ୍ରହ ରଖିଥିବା ଲୋକଙ୍କୁ ଆକ୍ରୁଷ୍ଟ କରିପାରୁଛନ୍ତି, ସେଥିପାଇଇନ୍ ଧନ୍ୟବାଦ .କେମିତି ଆମେ ସହଜରେ ଓଡିଆ ଶିଖି ପାରିବୁ ଇ-ମେଲ୍ ରେ ଜନାନ୍ତୁ.