ନବ ପ୍ରତିଭା

ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ
ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 

ସାମାଜିକ/ ଗଣମାଧ୍ୟମ ସଂଯୋଜକ (ରାଉରକେଲା):

ସାମାଜିକ ଗଣମାଧ୍ୟମ ଯଥା ଫେସ୍‌ବୁକ୍‌ ଓ ଟ୍ୱିଟର୍ ଆଦିରେ ଆମ ସଂସ୍ଥା ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଓଡ଼ିଆ ଭାଷାଭିତ୍ତିକ ବିଭିନ୍ନ ସଫ୍ଟ୍‌ୱେର୍‌କୁ ନେଇ ହେଉଥିବା କାର୍ଯ୍ୟର ପ୍ରଚାର ଓ ପ୍ରସାର ପାଇଁ ପ୍ରାର୍ଥୀ ଆବଶ୍ୟକ।

ସର୍ବନିମ୍ନ ଯୋଗ୍ୟତା ଓ ଆବଶ୍ୟକତା:

  • ବିଭିନ୍ନ ସାମାଜିକ ଗଣମାଧ୍ୟମ ଯାଥା: ଟ୍ୱିଟର୍‌ ଓ ଫେସ୍‌ବୁକ୍‌ ଆଦିରେ ଅତି କମ୍‌ରେ ୫ବର୍ଷ ଧରି ସକ୍ରିୟ ଥିବେ।
  • ଓଡ଼ିଆ ଭାଷାରେ ଲେଖା ଓ ପଢ଼ାରେ ଉତ୍ତମ ଜ୍ଞାନ ଓ ଯଥେଷ୍ଟ ଅଭିଜ୍ଞତା ଥିବା ଆବଶ୍ୟକ।
  • ବିଭିନ୍ନ ପ୍ରକାରର ସାମ୍ପ୍ରତିକ ଘଟଣା ସମ୍ପର୍କରେ ରୁଚି ରଖୁଥିବେ।
  • ନିର୍ଭୁଲ ଏବଂ ଉଚିତ୍ ଓଡ଼ିଆ ବାକ୍ୟ ରଚନା ଓ ଶବ୍ଦ ସଂଯୋଜନାରେ ଅଭିଜ୍ଞତା ଥିବାସହ ନିଜ ଭାବକୁ ଲେଖାମାଧ୍ୟମରେ ଉତ୍ତମଭାବେ ପ୍ରକାଶ କରିପାରୁଥିବେ।
  • ଆବଶ୍ୟକ ମୁତାବକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନିଜର ଦାୟିତ୍ୱ ସମ୍ପନ୍ନ କରିବା ପାଇଁ ଆଗ୍ରହୀ ଥିବେ।
  • ପ୍ରାର୍ଥୀ ଓଡ଼ିଆ ଭାଷାରେ ସ୍ନାତକ ବା ତଦୂର୍ଦ୍ଧ୍ୱ ଶିକ୍ଷା ଲାଭ କରିଥିଲେ ଅଗ୍ରାଧିକାର ଦିଆଯିବ।
  • ସାମାଜିକ ଗଣମାଧ୍ୟମରେ ଓଡ଼ିଆରେ କୌଣସି ଲେଖା ଲେଖିବାରେ ଏବଂ ଉତ୍ତର ଦେବାରେ ଅଭିଜ୍ଞ ଥିବେ।
  • ବୟସ ୩୦ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
  • ରାଉରକେଲା ବାହରେ ରହୁଥିବା(ନିଜ ଘରୁ କାର୍ଯ୍ୟ କରିବା ପାଇଁ ଆଗ୍ରହୀ) ପ୍ରାର୍ଥୀ, ନିଜ ପାଖରେ ଏକ ଉତ୍ତମ କମ୍ପ୍ୟୁଟର, ମୋବାଇଲ୍ ଫୋନ୍(ଆଣ୍ଡ୍ରଏଡ୍) ଓ ଇଣ୍ଟର୍‌ନେଟ୍ ସଂଯୋଗ ରଖିଥିବା ଆବଶ୍ୟକ।

ଦରମା ଓ ଅନ୍ୟାନ୍ୟ ଭତ୍ତା:

ପ୍ରଥମ ମାସର ସଫଳ କାର୍ଯ୍ୟ ସମ୍ପନ୍ନ ବା ଶିକ୍ଷାନବୀଶ ପରେ ବାର୍ଷିକ ୧.୫ ରୁ ୨.୫ ଲକ୍ଷ ଟଙ୍କା ସହିତ ଅନ୍ୟାନ୍ୟ ଭତ୍ତା ଓ ସୁବିଧା।

ଆଗ୍ରହୀ ପ୍ରାର୍ଥୀ ନିଜର ଆବେଦନ ପତ୍ରକୁ ଇମେଲ୍‌ – sahitya[AT]aparts.org ମାଧ୍ୟମରେ ପଠାଇବା ଆବଶ୍ୟକ।

ସମ୍ପର୍କ କରନ୍ତୁ: ୮୭୬୩୨-୫୪୫୫୭