ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ବସ୍ତାନି ଭିତରେ
ରଫ୍ ଖାତାଟିର ସ୍ଥିତି ବଡ ଭୟଙ୍କର।
ତା’ର ପ୍ରତିଟି ପୃଷ୍ଠା ଉତ୍ସର୍ଗ କରିଛି
ଅନ୍ୟର ଉପକାର ପାଇଁ।
ଲେଖାମାନଙ୍କର ଗହଳି ଭିତରେ
ବ୍ୟସ୍ତ ରହୁଥିବା ପ୍ରତିଟି ଫର୍ଦ୍ଦ
ସୂଚେଇ ଦେଇଛି ‘କର୍ମ ହିଁ ଭଗବାନ’,
ପରିଶ୍ରମ ହିଁ ସଫଳତାର ଚାବିକାଠି।
ସର୍ବେ ଭବନ୍ତୁ ସୁଖିନଃ ନ୍ୟାୟରେ
ଏହି ରଫ୍ ଖାତାଟି ବଞ୍ଚିବା ଶିଖିଛି।
ଦଳିତ ନିଷ୍ପେସିତଙ୍କ ପରି
ବାଜେ ଖାତାର ପରିଚୟ ନେଇ
ସାରି ଦେଇଛି ତା’ର
ତମାମ ଆୟୁଷକୁ।
ବୟସ ପୁରିବା ଆଗରୁ କେତେବେଳେ ଭାସି ଯାଇଛି
କାଗଜ ଡ଼ଙ୍ଗା ହୋଇ ବରଷା ସୁଅରେ ତ,
କେତେବେଳେ ଝାଲ୍ ମୁଢ଼ିର ଠୁଙ୍ଗା
ହୋଇ ମିଳେଇ ଯାଇଛି ଅଳିଆ ଗଦାରେ।
ବିନା ସ୍ଵାକ୍ଷର, ବିନା ସ୍ୱୀକୃତିରେ
ଏହି ଖାତାଟି ମୁଣ୍ଡେଇଛି
ସବୁ ଖାତାମାନଙ୍କର ବୋଝ,
ଅସୁନ୍ଦର ଅକ୍ଷରମାନଙ୍କୁ ନେଇ
କଦାକାର କରିଛି ତା’ର ଚେହେରା,
ପୁରୁଣା ଖାତାମାନଙ୍କର ବଳକା
କାଗଜମାନଙ୍କରେ ଗଢ଼ିଛି
ନିଜ ନିର୍ମମ ଭବିଷ୍ୟତ।
ଅତ୍ୟଧିକ ଚାପ ଭିତରେ
ଆଲିଙ୍ଗନ କରିଛି ଅକାଳ ମୃତ୍ୟୁକୁ।
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. Chandra Misra, North Wales | ଜୁଲାଇ ୨୩, ୨୦୧୯ - ୬:୫୨ ଅପରାହ୍ନ
Very nice poem. I liked reading it.
ବହୁତ୍ ଭଲ କବିତା।
୨. Rajesh Kumar Sahu, GANJAM | ନଭେମ୍ବର୍ ୧୧, ୨୦୧୯ - ୧୨:୦୯ ଅପରାହ୍ନ
ମୁଁ ଗୋଟିଏ ଓଡ଼ିଆ କବିତା ଲେଖିଛି। ଆପଣଙ୍କ ପାଖକୁ ପଠେଇବାକୁ ଇଛା କରୁଛି। ଦୟାକରି ଆପଣଙ୍କ ଇ-ମେଲ ଦିଅନ୍ତୁ। ଆଶା ଆପଣଙ୍କୁ ମୋ କବିତା ଭଲ ଲାଗିବ। ଆପଣଙ୍କ ଉତ୍ତର ଅପେକ୍ଷାରେ।
୩. ରଶ୍ମି ରଞ୍ଜନ, ନୋଇଡା | ମାର୍ଚ୍ଚ୍ ୩, ୨୦୨୦ - ୯:୨୯ ଅପରାହ୍ନ
ସତରେ ରଫ ଖାତା ଭଳି ଆମ ଭିତରୁ ଅନେକଙ୍କ ଜୀବନ ଅନ୍ୟ ମାନଙ୍କ ପାଇଁ ଉତ୍ସର୍ଗ ହୋଇଛି, ଏ କବିତାଟି ପଢିଲା ପରେ ମନେ ପଡିଗଲା