ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନିଃସଙ୍ଗ-ବନର କବିତା
  ବିପିନ ବିହାରୀ ସାହୁ, ବଲାଙ୍ଗୀର
 
 
ତା: ଜୁନ୍ ୧୪, ୨୦୨୧  
ମୂଳ ପୃଷ୍ଠାନବ ପ୍ରତିଭାକାବ୍ୟ ଓ କବିତା
 

ହେ ବନଲତା !
କଥା କହ ତୁହି ଆଜି;
କାହିଁ ସେଇ ରୂପ ତୋହରି ସରାଗ
କାହିଁକି ଦେଇଛୁ ତେଜି?

ଶୀତଳ-ସମୀର ବହି ଆସୁଥିଲା ସାଇଁ ସାଇଁ ;
ଏ ମନେ ହରଷ ଦେଉଥିଲା ଭରି
ପରଶ ତା’ ଗଲା କାହିଁ?

ବନମଲ୍ଲୀକାର ବାସ ଭରି ଯାଉଥିଲା ଶ୍ୱାସ;
ଏଇ ପ୍ରାନ୍ତ ଛାଡି ଲୁଚିଲା ସେ କାହିଁ…
ନାହିଁ ତ ତା’ରି ଆଭାସ !

କୋଇଲିର କୁହୁ-ସ୍ୱର ଶୁଭୁଥିଲା ପ୍ରତିଥର-
ଏଇ ଉପବନେ ବସନ୍ତ-ଦିନେ ସେ
ଉଡ଼ିଗଲା କେତେ ଦୂର ?

କୁଳୁ-କୁଳୁ ଗୀତ ଗାଇ ନିର୍ଝର ଗଲାଟି କାହିଁ ;
ଭାବୁକ-ମାନସ-ଉଲ୍ଲାସୀ ନୀର ସେ
ଫେରିବ କି ଆଉ ନାହିଁ ?

ଗାଈଆଳ ଗୋରୁ ଘେନି ଆସୁଥିଲା ବେଳ ଜାଣି;
ଏ କାନନେ ବଂଶୀ ବଜାଉଥିଲା ସେ
କାହିଁ ସେ ମଧୁର ଧ୍ୱନି?

ଛୋଟ ଏଇ ନିକାଞ୍ଚନେ ପାହାଡ଼ଟି ଥିଲା ଦିନେ;
ମୁକୁଟ ପରାୟେ ଦିଶୁଥିଲା ଦୂରୁ
ରହିଲା ସେ କେଉଁ କୋଣେ ?

ମୟୂର ଗିରି ଶିଖରେ ବୁଲୁଥିଲା ନିର୍ଭୟରେ ;
ଜାତୀୟ-ପକ୍ଷୀ ସେ ଦିଶୁନାହିଁ ଏବେ
ପଡିଲା କି ବିପତ୍ତିରେ ?

ମୃଗ ଶିଶୁଟି ତୋ’କୋଳେ ଖେଳୁଥିଲା କୁତୂହଳେ,
କୁହ ଲତା ! ଗଲା ସେ କୁଆଡ଼େ……ରହିଲା କେଉଁଠି…..
ଅବା ସେ ସ୍ଥଳୀରେ ଟଳିଲା ଗୁଳିଚୋଟରେ ???

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିପିନ ବିହାରୀ ସାହୁ, ବଲାଙ୍ଗୀର
author photo
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ