ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଈପ୍ସା ଜାଗିଛି ମନରେ ପ୍ରଭୁ ଦରଶନ
ଈଶ ସେତ ଜଗତର ନୁହନ୍ତି ଅଭିନ୍ନ
ଈର୍ଷା କରୁନାହିଁ ରାଧା ମୀରାଙ୍କ ସାଙ୍ଗରେ
ଈଶ ସାଙ୍ଗରେ ମଜ୍ଜିବି ମୁଁ ହୋଲି ରଙ୍ଗରେ
ଈଜ୍ୟା କେବେ କରିନାହିଁ ପ୍ରଭୁଙ୍କ ନିକଟେ
ଈଶାନ ବୁଝିବେ ମୋର କଷ୍ଟ ଏ ସଙ୍କଟେ
ଈଶ୍ବର ଅଟନ୍ତି ସଦା ମଙ୍ଗଳ ଆଳୟ
ଈଷ୍ଟମାନି ସଦାକର ତାଙ୍କୁ ତୁ ଆଶ୍ରୟ
ଈଶ୍ବରୀଙ୍କ ପାଦେ ମୁହିଁ କରିବି ଜଣାଣ
ଈଶ୍ବର ଚିନ୍ତାରେ ମୋର କଟିଯିବ ଦିନ
ଈଷିତ କରୁଣା ଯଦି ମିଳିଯିବ ମୋତେ
ଈଶ୍ବର ଉପାସନା ମୁଁ କରିବି କିଞ୍ଚିତେ
ଈଶ୍ବରୀଙ୍କ ପ୍ରସାଦରେ ଦିନ ଯାଉ ବିତି
ଈଶ୍ବରନିଷ୍ଟ ହୋଇଲେ ଦୂରହେବ ଭୀତି
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. akshaya kumar rout | ସେପ୍ଟେମ୍ବର୍ ୮, ୨୦୧୨ - ୬:୧୦ ପୂର୍ବାହ୍ନ
khub sundara kabitati…giti kabita sailire chamatkara rachana…..