ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ବିବଶ ମୁଁ,
ବିପଥଗାମୀ ନୁହେଁ
ବିବ୍ରତ ମୁଁ,
ବର୍ତ୍ତମାନର ବିଚାରରେ
ବ୍ୟତିକ୍ରମ
ବାରବାର ଘଟୁଅଛି
ବିଳମ୍ବିତ
ବେଳ-ବାର–ବର୍ଷରେ
ବିଚାରପଣର
ବିଷୋଦଗାର ଜାରିରହିଛି
ବ୍ୟଥିତ ଏ
ବିସ୍ଥାପିତ ମନ-ମସ୍ତିଷ୍କ
ବେଖିଆଲି
ବେପଥୁ ସ୍ଵପ୍ନେ ଉଡି ଭ୍ରମେ
ବିତିଯାଇଛି
ବିଭୋର ସମୟସବୁ ମୋ
ବାସ୍ତବତାକୁ
ବାଟ ଭାଙ୍ଗି ମାଡି ଚାଲେ
ବତୀଘର-
ବେଳାଭୂମି ତଟପ୍ରାନ୍ତର କ୍ରମି
ବାରିଧି ଓ
(ଦିଗ)ବଳୟକୁ ସ୍ପର୍ଶ କରି କରି
…………….
ବାସ! ବାସ!
…ବନ୍ଦ ହେଉ ଏ ବାଚାଳାମି
ବାର୍ତ୍ତା-ବାତ୍ୟା(ପ୍ରାୟ)
ବିଶ୍ଳେଷଣ ବଞ୍ଚିବାର |
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. ସନ୍ତୋଷ କୁମାର ବାରିକ୍, New Delhi | ଏପ୍ରିଲ୍ ୬, ୨୦୨୦ - ୨:୩୮ ଅପରାହ୍ନ
ଖୁବ୍ ସୁନ୍ଦର ଭାବରେ ସୁସଜ୍ଜିତ ଓ ହୃଦୟସ୍ପର୍ଷି କବିତା ଲେଖିଛନ୍ତି।