ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
“କି ସମ୍ପର୍କ ଦେଇ ଆରମ୍ଭ କରିବି ଭାବିତ ପାରୁନି କିଛି
ତମେ ତମେ ବୋଲି ସମ୍ବୋଧନ ଦେଲି ତମେ ଏକ ପ୍ରଶ୍ନବାଚୀ ?”
ଅମାନ୍ୟ କରିହେବନି-ପ୍ରେମ ଯୁଗେ ଯୁଗେ ପବିତ୍ର କିନ୍ତୁ ସ୍ବୀକାରଯୋଗ୍ୟ ନୁହେଁ ଯେ, ପ୍ରେମ ଚୀରଦିନ ନିଷ୍କଳଙ୍କ ସ୍ବଚ୍ଛ ଚନ୍ଦ୍ର ଦେହରେ କାଳୀମା ପରି କଳଙ୍କ ସଦୃଶ ପ୍ରେମ ଭିତରେ ମଧ୍ୟ ଛଳନା ଭଳି କଳଙ୍କ ଭରି ରହିଛି ତଥାପି…. ଦୂର ଆକାଶର ଚାନ୍ଦ ଆଉ ଦୂର ଦିଗ୍ବଳୟର ପାହାଡ଼ ସଦୃଶ ଏହି ପ୍ରେମ ଦେଖିବାକୁ ଖୁବ୍ ସୁନ୍ଦର ଏହି ସୌନ୍ଦର୍ଯ୍ୟର ଲାଳସା ପଛରେ ଗୋଡ଼ାଇବା ଯାହା, ଜଳ ମନେକରି ମରୁଦ୍ୟାନର ମରିଚୀକା ପଛରେ ଧାଇଁବା ତାହା କିନ୍ତୁ…. ଲାଭ କିଛି ନାହିଁ, କେବଳ ଦୁଃଖ, ଯନ୍ତ୍ରଣା ଆଉ ହାହାକାର…. ଯେମିତି ଗୋଲାପର ସୌନ୍ଦର୍ଯ୍ୟତା ଲାଭ କରିବାକୁ ଯାଇ ତା ତୀକ୍ଷ୍ଣ କଣ୍ଟାଘାତରେ ବିଷାକ୍ତ ଯନ୍ତ୍ରଣା ପାଇଲା ଭଳି ଏହି ପ୍ରେମ ଭିତରେ ମଧ୍ୟ ବିଶ୍ବାସର ସତ୍ୟତା ଖୋଜିବାକୁ ଯାଇ ତା’ଠାରୁ ମିଳିଥାଏ ମିଥ୍ୟାର ବିଶ୍ବାସଘାତକତା
ଠିକ୍ ଏଇ ଭଳି ତମେ ଦିନେ ବରଷାର ବିଜୁଳି ହୋଇ ମାୟା ସୃଷ୍ଟିକରି ଚାଲିଆସିଥିଲ ମୋ ନିକଟକୁ ମୁଁ ବି ତମରି ହସ୍ତାଙ୍ଗୁଳିକୁ ସାଥୀ ମନେକରି ପାଦ ପକାଇଥିଲି ତମ ସହିତ ଶେଷରେ ଅନେକ ଦୂର ପର୍ଯ୍ୟନ୍ତ ତମ ପଛରେ ଧାଇଁ ଦେଖିଲି ତ ତମେ ରହିଗଲ ଦୂରଦିଗ୍ବଳୟର ସେ ପାରିରେ ଯେତେ ଚେଷ୍ଟା କଲେବି ମୁଁ ପହଞ୍ଚି ପାରିଲିନି ତମ ନିକଟରେ ଛୁଇଁ ପାରିଲିନି ତମରି ସେଇ ହସ୍ତାଙ୍ଗୁଳିକୁ ବୁଝି ପାରିଲିନି ଏହା ତମର ପ୍ରେମ ନା ପ୍ରତାରଣା ସତ କହିବାକୁ ଗଲେ ତମଭଳି ନାରୀମାନେ ହିଁ ହେଉଛନ୍ତି ସମସ୍ତ ଦୁଃଖର ଏକମାତ୍ର କାରଣ ଏଇ ନାରୀ ପାଇଁ ଦିନେ ସ୍ବର୍ଣ୍ଣମୟୀ ଲଙ୍କା ଶ୍ମଶାନରେ ପରିଣତ ହୋଇଥିଲା ଭାଇ ଭାଇ ମଧ୍ୟରେ ମହାଭାରତ ଯୁଦ୍ଧର ସୃଷ୍ଟି ଘଟିଥିଲା ତା’ହେଲେ ସତରେ କ’ଣ ତମ ଭଳି ନାରୀମାନେ ହସ ଛଡ଼ା ଅଶ୍ରୁର ଅର୍ଥ କ’ଣ ବୁଝି ପାରନ୍ତିନି ବୋଧ ହୁଏ ନା…. ହୁଏତ ହୋଇଥାଇପାରେ ସେମାନଙ୍କ ହୃଦୟ ପାଷାଣରେ ତିଆରି…. ସତେ ଯେମିତି ସେମାନେ ଗୋଟିଏ ଗୋଟିଏ ପାଷାଣୀ ଅହଲ୍ୟା ମୁଁ ଅହଲ୍ୟାର ସ୍ବାମୀ ଭଳି ତମକୁ ଅଭିଶାପ ଦେବି ନା ଆଶୀର୍ବାଦ କରିବି ?
ତମେ ଟିକିଏ ସ୍ମରଣ କରିପାରିବ ଅତୀତର ସେଇ ଘଟଣାବଳୀକୁ ଯେଉଁ ଦିନ ତମେ ମୋତେ ମିଥ୍ୟା ପ୍ରେମର ମାୟାରେ ମାୟାୟିତ କରି କଳନାର ଅଭିନୟରେ ନେଇ ଯାଇଥିଲ କେଉଁ ଏକ ଅଜଣା ରାଇଜର ଅଚିହ୍ନା ପାର୍କକୁ ମୁଁ କିନ୍ତୁ ଭାବି ପାରିଲିନି ଯେ, ପାର୍କର ପରିସରଟା ପ୍ରେମ ନାଟକର ପ୍ରଥମ ଦୃଶ୍ୟ ନା ଅନ୍ତିମ ଦୃଶ୍ୟ କିଛି ସମୟ ପରେ ତମେ ମୋ ପାଇଁ ଆଣିଲ ସ୍ନେହଭରା ମିଷ୍ଟାନ୍ନ ପରିବର୍ତ୍ତେ ବିଷବୋଳା ମିଷ୍ଟାନ୍ନର ମଧୁ ପିଆଲା ଠିକ୍ ଯେମିତି ମାୟା ନାରୀ ପୁତନା ନିଜ ସ୍ତନରେ ବିଷ ଭରି ଆସିଥିଲା ଶ୍ରୀକୃଷ୍ଣଙ୍କ ନିକଟକୁ ତମେ ସେହିପରି ମୋ ସମ୍ମୁଖକୁ ଆସି ପରସି ଦେଲ ସେଇ ବିଷରୂପୀ ପିୟୂଷ ମତେ ଭୋଜନାର୍ଥେ ଆଦେଶ ଦେଇ ତମେ ଚାଲିଗଲ ତମ ସଙ୍ଗ ଗହଣକୁ ତମେ ତ ଚାଲିଗଲ ହେଲେ ମୁଁ….
ତା’ପରଦିନ ତମେ ଜଣେ ଦର୍ଶକର ମନୋବୃତ୍ତି ନେଇ ପୁଣି ଚାଲି ଆସିଥିଲ ସେଇ ପାର୍କକୁ ଦେଖିବାକୁ ମୋର ଅକାଳ ମୃତ୍ୟୁର ତାଣ୍ଡବଲୀଳା କିଛି ଦୂରରୁ ଥାଇ ଦେଖିଲ ପାର୍କର ଜନଗହଳି ଭିତରେ ପଡ଼ିଥିଲା ଏକ ଶବ ତମ ଆଖି କୋଣରୁ ବହିଯାଇଥିଲା କେଇଧାର ଲୁହର ଝରଣା କିଏ ଜାଣେ ସେଇ ଲୁହ ଧାର ତ୍ରିବେଣୀର ନା ଛଳନାର ଏଇ କେଇ ଟୋପା ଲୁହ ଝରାଇ ଅନ୍ତର ହେଇ ଯାଇଥିଲ ସେଇ ଅଜଣା ରାଇଜର ଅଚିହ୍ନା ପାର୍କର ପାଦ ଦେଶରୁ କିନ୍ତୁ ଜାଣିବାକୁ ସାମାନ୍ୟ ଚେଷ୍ଟାଟିଏ ମଧ୍ୟ କଲନାହିଁ ଯେ, ସେ ଶବଟା କାହାର ? ତମେ ବୋଧେ ଭୁଲିଯାଇଥିଲ ଯେ, ମାୟାପୁତନାର କୁହୁକ ମାୟାରୁ ଶ୍ରୀକୃଷ୍ଣଙ୍କ ଜୀବନ ଅନ୍ତ ହୋଇଥିଲା ନା ଅନନ୍ତ ହୋଇରହିଥିଲା
( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )
ପୃଷ୍ଠା ସଂଖ୍ୟା : 1 2
ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?
୧. ରଞ୍ଜନ କୁମାର ପଣ୍ଡା | ଜୁଲାଇ ୫, ୨୦୧୧ - ୬:୧୪ ପୂର୍ବାହ୍ନ
ଗଳ୍ପ ଗୁଡିକ ସୁନ୍ଦର ହୋଇଛି
୨. ରାମକୃଷ୍ହ୍ଣ ଦାସ | ଅଗଷ୍ଟ୍ ୯, ୨୦୧୧ - ୪:୩୮ ପୂର୍ବାହ୍ନ
ଅତି ଉତ୍ତମ
୩. ଶରତ କୁମାର ସାହୁ ସେକ୍ଟର-୧ ରାଉରକେଲା | ମେ ୧, ୨୦୧୨ - ୧:୧୪ ପୂର୍ବାହ୍ନ
ଗପଗୁଡିକ ବହୁତ ସୁନ୍ଦର ଲାଗୁଚି
କିଛି ନୂଆ ବିଭାଗ ଜୋଡିବାକୁ ଅନୁରୋଧ
୪. Sambeet | ମେ ୧୩, ୨୦୧୨ - ୧୨:୪୦ ଅପରାହ୍ନ
Bhai Antima Patra galpa bhari bhala heichi…ahuri kichi lekhantu apanka jibanaru..
୫. ଦାମୋଦର ବେହେରା, ଗୋହିରିବାଡ଼ି ,ଗଞ୍ଜାମ | ଜୁନ୍ ୨୪, ୨୦୧୪ - ୭:୧୬ ପୂର୍ବାହ୍ନ
ମତେ ଗପ ପଢ଼ିବାକୁ ଭଲଲାଗେ
ଏହି ଗପଟି ବହୁତ ସରଳ ଓ ସୁନ୍ଦର ।
ଧନ୍ୟବାଦ