ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ତରୁଣକାନ୍ତି ମିଶ୍ର
ତରୁଣକାନ୍ତି ମିଶ୍ର ୧୯୫୦ ମସିହାରେ କେନ୍ଦୁଝରଠାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ତରୁଣକାନ୍ତି ମିଶ୍ର ଓଡ଼ିଆ କଥାସାହିତ୍ୟରେ ଜଣେ ପ୍ରମୁଖ ଗାଳ୍ପିକ ଭାବେ ପ୍ରସିଦ୍ଧ୤ ଅତ୍ୟନ୍ତ ସମ୍ବେଦନଶୀଳ ତାଙ୍କର ମଧୁର ସ୍ବାଦସିକ୍ତ ଗଳ୍ପଗୁଡ଼ିକ ପାଠକଙ୍କୁ ଅନେକ ଦିନ ଯାଏଁ ଘାରିରଖିବାକୁ ଯଥେଷ୍ଟ୤ ୧୪ଟି ଗଳ୍ପ ସଂକଳନ ଓ ଗୋଟିଏ ଉପନ୍ୟାସର ରଚୟିତା ଶ୍ରୀ ମିଶ୍ରଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ 'ଆବର୍ତ୍ତର ଦୁଇଟି ସ୍ବର', 'ନିସଙ୍ଗତାର ସ୍ବର', 'କୋମଳ ଗାନ୍ଧାର', 'ବହୁବ୍ରୀହି', 'ପାରାଡାଇଜ୍ ପକ୍ଷୀ ଓ ଜଣେ ନିରସ୍ତ୍ର ଆତତାୟୀ', 'ବୀତଂସ', 'ପ୍ରଜାପତିର ଡେଣା ନାହିଁ', 'ଆକାଶ ସେତୁ', 'ଲୁବ୍ଧକର ରାତି' ଆଦି ଅନ୍ୟତମ୤ ଉଲ୍ଲେଖନୀୟ ସାହିତ୍ୟ ସାଧନା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର ଭଳି ଅନେକ ମର୍ଯ୍ୟାଦାଜନକ ପୁରସ୍କାରରେ ସମ୍ବର୍ଦ୍ଧିତ୤ ତାଙ୍କର ଗଳ୍ପ ବିଭିନ୍ନ ଭାରତୀୟ ତଥା ବୈଦେଶିକ ଭାଷାରେ ଅନୁଦିତ ଏବଂ ଆଦୃତ୤ ସ୍ନାତକ ଉପାଧି ପୂର୍ବରୁ ପ୍ରଥମ ଗଳ୍ପ ସଂକଳନ ପ୍ରକାଶିତ ହେବାର ସୌଭାଗ୍ୟ ଅର୍ଜିଥିବା ଗାଳ୍ପିକ ଶ୍ରୀ ମିଶ୍ର ଓଡ଼ିଶା ଓ ଇଂଲଣ୍ଡରେ ଶିକ୍ଷା ଲାଭ ପରେ ୧୯୭୫ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ୤ ଓଡ଼ିଶା ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ଭାବେ ସେ ଅବସରପ୍ରାପ୍ତ ଏବଂ ସଂପ୍ରତି ରାଜ୍ୟ ମୁଖ୍ୟ ସୂଚନା କମିଶନର ଭାବେ ଅବସ୍ଥାପିତ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ