ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଶଙ୍କର ଦାସ
ଓଡ଼ିଆ ପଦ୍ୟ ସାହିତ୍ୟକୁ କବି ଶଙ୍କର ଦାସ ଋଦ୍ଧିମନ୍ତ କରିଯାଇଛନ୍ତି। ଷୋଡ଼ଶ ଶତାବ୍ଦୀରେ ଜନ୍ମିତ ଶଙ୍କର ଦାସ ଓଡ଼ିଆ ସାହିତ୍ୟର ଭକ୍ତିଭାବଧାରାକୁ ଆଗେଇ ନେବାରେ ସଫଳ ଭୂମିକା ଗ୍ରହଣ କରିଥିଲେ। ଛାନ୍ଦ, ଚଉତିଶାକୁ ନେଇ ଓଡ଼ିଆ ସାହିତ୍ୟ ମୁଖରିତ ହେଉଥିବା ସମୟରେ କବି ଶଙ୍କର ଦାସ ‘କୋଇଲି’ ସାହିତ୍ୟକୁ ଗୁରୁତ୍ୱ ଦେଇ କବି ମାର୍କଣ୍ଡ ଦାସଙ୍କ ପଦାଙ୍କ ଅନୁସରଣ କରି ‘କେଶବ କୋଇଲି’ ଶୈଳୀରେ ‘ବାରମାସୀ କୋଇଲି’ ରଚନା କରିଥିଲେ। ଶ୍ରୀରାମଙ୍କ ବିହୁନେ ମାତା କୌଶଲ୍ୟା କିପରି ବିଳାପ କରୁଛନ୍ତି , ତା’ର ଏକ ମାର୍ମିକ ପ୍ରକାଶ ହେଉଛି କବି ଶଙ୍କର ଦାସଙ୍କ ‘ବାରମାସୀ କୋଇଲି’। ଶ୍ରୀରାମଙ୍କ ବନବାସ ଜୀବନର କରୁଣ ଚିତ୍ର ପାଇଁ ‘ବାରମାସୀ କୋଇଲି’ କବି ଶଙ୍କର ଦାସଙ୍କୁ ପ୍ରଶିଦ୍ଧ କରାଇଛି। କବିଙ୍କ ଅନ୍ୟ ରଚନା ସମ୍ପର୍କରେ ବିଶେଷ କିଛି ସୂଚନା ନାହିଁ।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ