ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ରବି ସିଂ
ରବି ସିଂ ଜଗତସିଂହପୁର ଜିଲ୍ଲାର ନବାପାଟଣାରେ (୧୯୩୧-୨୦୨୦) ଜନ୍ମ ହୋଇଥିଲେ ରବୀନ୍ଦ୍ର ନାଥ ସିଂ ବା ରବି ସିଂ ନାମରେ ପରିଚିତ ବିପ୍ଳବୀ କବି। ସେ ଏକାଧାରରେ କବି, ସାମ୍ୟବାଦୀ ନେତା, ଅନୁବାଦକ ଓ ସମାଲୋଚକ ମଧ୍ୟ ଥିଲେ। କବିତାରେ ଶାଣିତ ଶବ୍ଦ ସଂଯୋଜନା ଯୋଗୁଁ ସେ ଯୁବପିଢ଼ିଙ୍କ ନିକଟରେ ସେ ଅତ୍ୟନ୍ତ ପ୍ରିୟ ହୋଇପାରିଥିଲେ। ନିଜ କବିତା ମାଧ୍ୟମରେ ସାମାଜିକ ବିପ୍ଳବ ସୃଷ୍ଟି କରିବାରେ ସେ ଥିଲେ ସିଦ୍ଧହସ୍ତ। ‘ନିଃସଙ୍ଗ ପଦାତିକ’ ତାଙ୍କ ରଚିତ ବହୁ ଚର୍ଚ୍ଚିତ ଆତ୍ମଜୀବନୀ ପୁସ୍ତକ। ପ୍ରଥମେ ତାଙ୍କର ଦୁଇଟି ଗଳ୍ପ ସଂକଳନ- ‘ପରାସ୍ତ ସୈନିକ’ ଓ ‘ଚଳନ୍ତିକା’ ପ୍ରକାଶ ପାଇଥିଲା। ପରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ କବିତା ସଂକଳନ- ‘ପଥପ୍ରାନ୍ତର କବିତା’। ତାଙ୍କ ରଚିତ କବିତା ଗ୍ରନ୍ଥ ମଧ୍ୟରେ ‘ପଥପ୍ରାନ୍ତର କବିତା’, ‘ଅପ୍ରୀତିକର କବିତା’, ‘ପଦାତିକ’, ‘ବିଷବାଣୀ’, ‘କ୍ଷତ’, ‘ଲାଲ୍ ପାଗୋଡ଼ାର ପ୍ରେତ’, ‘ଭଙ୍ଗା ହାତର କବିତା’ ଓ ‘ସର୍ବହରା’ ଆଦି ଅନ୍ୟତମ। ଓଡ଼ିଆ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହା ସହିତ ସେ ‘ଚରମ ପତ୍ର’ କବିତା ସଙ୍କଳନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ‘ସାହିତ୍ୟ ଭାରତୀ’ ସମ୍ମାନ ଏବଂ ‘କବି ଅନନ୍ତ ପଟ୍ଟନାୟକ ଶତବାର୍ଷିକୀ ସମ୍ମାନ’ ଆଦି ସମ୍ମାନ ଓ ପୁରସ୍କାର ମଧ୍ୟ ପାଇଥିଲେ। ଅନୁବାଦ ସାହିତ୍ୟରେ ମଧ୍ୟ ତାଙ୍କର ପ୍ରବେଶ ଥିଲା। ସେ ବହୁ ଋଷିୟ ସାହିତ୍ୟକୁ ଓଡ଼ିଆରେ ଅନୁବାଦ କରିଥିଲେ। ଜଣେ ସୁବକ୍ତା ଭାବରେ ସେ ପରିଚିତ ଥିଲେ। ସେ ଓଡ଼ିଆ ଓ ଇଂରାଜୀ ଖବର କାଗଜ ଓ ପତ୍ରିକାର ସମ୍ପାଦନା ମଧ୍ୟ କରିଥିଲେ।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ