ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚନ୍ଦ୍ରଶେଖର ନନ୍ଦ
ଚନ୍ଦ୍ରଶେଖର ନନ୍ଦ(୧୮୬୮-୧୯୩୨) କଟକ ଜିଲ୍ଲାରେ ଜନ୍ମ ହୋଇଥିଲେ। ଲେଖାଲେଖିରେ ସେ ବିଶିଷ୍ଟ ସାହିତ୍ୟିକ ତଥା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ସମସାମୟିକ ଥିଲେ। ଚନ୍ଦ୍ରଶେଖରଙ୍କ ରଚିତ ଗଳ୍ପଗୁଡ଼ିକର ଏକ ସଙ୍କଳନ ‘ଚିତ୍ର’ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପ ସଙ୍କଳନ ଭାବେ ମାନ୍ୟତା ପାଇଛି। ‘ସୁଧା’ ନାମକ ଏକ ପତ୍ରିକା ମଧ୍ୟ ସେ ସମ୍ପାଦନା କରିଥିଲେ। ମଧୁସୂଦନ ରାଓଙ୍କର ପ୍ରତିଷ୍ଠିତ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ଶିକ୍ଷା ବିଭାଗରେ ଜଣେ ଅଧିକାରୀଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କ ରଚିତ ପ୍ରବନ୍ଧ ସଙ୍କଳନ ମଧ୍ୟରେ ‘ପ୍ରଭାତ’, ‘ସାହିତ୍ୟ’ ଏବଂ କବିତା ସଙ୍କଳନ-‘ଅର୍ଚ୍ଚନା’ ଆଦି ଅନ୍ୟତମ। ଏହା ସହିତ ସେ ‘ସତୀ ଓ ଶାନ୍ତି’ ନାମକ ଏକ ଉପନ୍ୟାସ ସହିତ ଶିଶୁମାନଙ୍କ ପାଇଁ ‘ନୁଆ ଅଙ୍କ’, ‘ନୂଆ ଶିଶୁଗୀତ’, ‘ନୂଆ ବର୍ଣ୍ଣବୋଧ’ ଏବଂ ‘ବିନାୟକ ବ୍ରତ’ ଓ ‘ଗୌରୀବ୍ରତ’ ପୁସ୍ତକ ମଧ୍ୟ ରଚନା କରିଥିଲେ।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ