ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବ୍ରଜନାଥ ବଡ଼ଜେନା
ବ୍ରଜନାଥ ବଡ଼ଜେନା(୧୭୩୦-୧୭୯୫) ତାଙ୍କ ସମୟର ଜଣେ ପ୍ରଭାବଶାଳୀ ଲେଖକ, ଚିତ୍ରକର ଓ ଶିଳ୍ପୀ ଥିଲେ। ତାଙ୍କର ସଂସ୍କୃତ, ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ତେଲୁଗୁ ଭାଷାରେ ପାଣ୍ଡିତ୍ୟ ଥିଲା। ତାଳପତ୍ର, କାଗଜ, କାଠପଟା ଓ ଅଭ୍ର ଆଦିରେ ଚିତ୍ରାଙ୍କନ ଏବଂ ମୂର୍ତ୍ତି ନିର୍ମାଣରେ ସେ ସୁଦକ୍ଷ ଥିଲେ। ୧୭୫୫ ରୁ ୧୭୭୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ସେ ‘ବିଚକ୍ଷଣ’, ‘କେଳି କଳନିଧି’, ‘ତ୍ରିଭୁବନ ସୁନ୍ଦରୀ’ ସହିତ ବିଭିନ୍ନ ଚଉପଦୀ- ‘ଚଣ୍ଡିମାଳଶ୍ରୀ’, ‘କୃଷ୍ଣଲୀଳା’, ‘ଗୋପୀ ବିଳାସ’, ‘ଅମ୍ବିକା ବିଳାସ’ ଆଦି ଗ୍ରନ୍ଥ ରଚନା କରିଥିଲେ। ସେ ତାଙ୍କ ଜୀବନର ଶେଷ ଭାଗରେ ‘ସମରତରଙ୍ଗ’, ‘ରାଜସଭା’ ସହିତ ହିନ୍ଦୀରେ ‘ଗୁଣ୍ଡିଚାବିଜେ’ ଆଦି ରଚନା କରିଥିଲେ। ବିଭିନ୍ନ ସଂସ୍କୃତ ଗ୍ରନ୍ଥ ଆଧାରରେ ତାଙ୍କ ରଚିତ ‘ହାସବିନୋଦ’, ‘ରସବିନୋଦ’, ‘ନୀତିବିନୋଦ’ ଓ ‘ପ୍ରୀତିବିନୋଦ’ ର ସମାବେଶରେ ‘ଚତୁର ବିନୋଦ’ ନାମକ ଏକ ନୀତି ଓ ଉପଦେଶାତ୍ମକ ଗ୍ରନ୍ଥ ରଚନା କରିଥିଲେ। ଚତୁର ବିନୋଦର ରଚନା ଶୈଳୀ ଓ ଭାଷାର ସରଳତା ଯୋଗୁଁ ଏହା ଓଡ଼ିଆ ଭାଷାରେ ଏକ ଅଦ୍ୱିତୀୟ ଗ୍ରନ୍ଥ।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ