ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସଚ୍ଚି ରାଉତରାୟ
ସଚ୍ଚି ରାଉତରାୟ ପଦ୍ମଶ୍ରୀ ଡକ୍ଟର ସଚ୍ଚିଦାନନ୍ଦ ରାଉତରାୟ(୧୯୧୬-୨୦୦୪) ସେତେବେଳର ପୁରୀ ଜିଲ୍ଲା ଅର୍ନ୍ତଗତ ଖୋର୍ଦ୍ଧା ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ୤ ଓଡ଼ିଶାର ସାମ୍ୟବାଦ ଆନ୍ଦୋଳନର ସେ ଥିଲେ ଅନ୍ୟତମ ପୁରୋଧା। ତାଙ୍କ ରଚିତ କିଛି କ୍ଷୁଦ୍ରଗଳ୍ପ ଇଂରାଜୀରେ ଅନୂଦିତ ହୋଇ ତାଙ୍କୁ ଆନ୍ତର୍ଜାତୀୟସ୍ତରରେ ଖ୍ୟାତି ପ୍ରଦାନ କରିଛି। ‘ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ’, ‘ମାଟିର ତାଜ’, ‘ମଶାଣିର ଫୁଲ ଓ ଅନ୍ୟାନ୍ୟ ଗଳ୍ପ’, ‘ନୂତନ ଗଳ୍ପ’ ଆଦି ତାଙ୍କ ରଚିତ ଗଳ୍ପ ସଙ୍କଳନ ମଧ୍ୟରେ ଅନ୍ୟତମ। ଆଧୁନିକ ଓଡ଼ିଆ ସାହିତ୍ୟରେ କବିତା ଓ ଗଳ୍ପ ଲେଖନୀ କ୍ଷେତ୍ରରେ ତାଙ୍କର କୃତିତ୍ବ ଅବର୍ଣ୍ଣନୀୟ୤ ସେ ପଲ୍ଲୀର ସାଧାରଣ ଜୀବନକୁ କେନ୍ଦ୍ର କରି ରଚନା କରିଥିବା କବିତାଗୁଡିକ ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପତ୍ତି ଭାବେ ସ୍ବୀକୃତ୤ ‘ପାଥେୟ’, ‘ପଲ୍ଲୀଶ୍ରୀ’, ‘ପାଣ୍ଡୁଲିପି’, ‘ଅଭିଯାନ’ ପ୍ରଭୃତି ତାଙ୍କ ରଚିତ କବିତା ସଙ୍କଳନ ମଧ୍ୟରେ ଅନ୍ୟତମ୤ ତାଙ୍କର ଅନ୍ୟ ରଚନା ମଧ୍ୟରେ ‘ଚିତ୍ରଗ୍ରୀବ’ ଉପନ୍ୟାସ ଓ ‘ପୂର୍ଣ୍ଣିମା’ କାବ୍ୟ ନାଟିକା ସହିତ ଅନେକ ପ୍ରବନ୍ଧ ସଙ୍କଳନ ମଧ୍ୟ ରହିଛି। ଡକ୍ଟର ରାଉତରାୟ ପ୍ରଗତିଶୀଳ ସାହିତ୍ୟ ପତ୍ରିକା ‘ଦିଗନ୍ତ’ର ସମ୍ପାଦକ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତିଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ‘କବିତା-୧୯୬୨’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଏହା ସହିତ ‘ସାହିତ୍ୟ ଭାରତୀ’ ସମ୍ମାନ ଏବଂ ‘ଭାରତୀୟ ଜ୍ଞାନପୀଠ ପୁରସ୍କାର’ ଆଦି ଅନେକ ପୁରସ୍କାର ଓ ସମ୍ମାନ ଲାଭ ସହିତ ସମାଜ ଓ ସାହିତ୍ୟ ପ୍ରତି ବିଶେଷ ଅବଦାନ ପାଇଁ ତାଙ୍କୁ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ‘ପଦ୍ମଶ୍ରୀ’ ସମ୍ମାନ ମିଳିଥିଲା।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ